ETV Bharat / politics

ଭୁବନେଶ୍ୱରରେ ଆଜି ନବୀନଙ୍କ ରୋଡ଼ ସୋ'; ମନ୍ମଥ ଓ ସୁଶାନ୍ତଙ୍କ ପାଇଁ ମାଗିବେ ଭୋଟ - CM NAVEEN ROAD SHOW

author img

By ETV Bharat Odisha Team

Published : May 22, 2024, 3:53 PM IST

Updated : May 22, 2024, 5:11 PM IST

CM NAVEEN ROAD SHOW: ରାଜଧାନୀରେ ଆଜି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ଶେଷ ରୋଡ ସୋ' । ସିଆରପି ଛକରୁ ରୋଡ଼ ସୋ ଆରମ୍ଭ ହୋଇ ପଟିଆ ଛକରେ ଶେଷ ହେବ । ଏଥିପାଇଁ ଜାରି ହୋଇଛି ଟ୍ରାଫିକ କଟକଣା । ଅଧିକ ପଢନ୍ତୁ

ଭୁବନେଶ୍ୱରରେ ଆଜି ନବୀନଙ୍କ ଶେଷ ରୋଡ଼ ସୋ'; ମନ୍ମଥ ଓ ସୁଶାନ୍ତଙ୍କ ଭୋଟ ମାଗିବେ ନବୀନ
ଭୁବନେଶ୍ୱରରେ ଆଜି ନବୀନଙ୍କ ଶେଷ ରୋଡ଼ ସୋ'; ମନ୍ମଥ ଓ ସୁଶାନ୍ତଙ୍କ ଭୋଟ ମାଗିବେ ନବୀନ (ETV Bharat Odisha)

ଭୁବନେଶ୍ବର: ବିଜେଡି ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭୁବନେଶ୍ୱରରେ ତୃତୀୟ ତଥା ଶେଷ ରୋଡ଼ ସୋ' କରିବେ । ଆଜି ସନ୍ଧ୍ୟାରେ ଭୁବନେଶ୍ୱର ଉତ୍ତର ନିର୍ବାଚନ ମଣ୍ଡଳୀରେ ନବୀନ କରିବେ ମାରାଥନ ପ୍ରଚାର । ଭୁବନେଶ୍ୱରରେ ନବୀନଙ୍କର ଶେଷ ପ୍ରଚାର ଲାଗି ବ୍ୟାପକ ବ୍ୟବସ୍ଥା ହୋଇଛି । ସିଆରପି ଛକରୁ ରୋଡ଼ ସୋ ଆରମ୍ଭ ହୋଇ ପଟିଆ ଛକରେ ଶେଷ ହେବ । ବିଜେଡି ସଭାପତି ଦଳୀୟ ସଂସଦୀୟ ପ୍ରାର୍ଥୀ ମନ୍ମଥ ରାଉତରାୟ, ବିଧାୟକ ପ୍ରାର୍ଥୀ ସୁଶାନ୍ତ ରାଉତଙ୍କ ଲାଗି ଭୋଟ ମାଗିବେ । କାର୍ଯ୍ୟକ୍ରମରେ ଉଭୟ ପ୍ରାର୍ଥୀ ଉପସ୍ଥିତ ରହିବେ ।

ଭୁବନେଶ୍ୱର ମଧ୍ୟ, ଏକାମ୍ର ପରେ ଆଜି ଉତ୍ତରରେ ଶେଷ ରୋଡ଼ ସୋ କରିବେ ନବୀନ । ଏହାକୁ ଦୃଷ୍ଟିରେ ରଖି କମିଶନରେଟ ପୋଲିସ ପକ୍ଷରୁ ଟ୍ରାଫିକ କଟକଣା ଜାରି କରାଯାଇଛି । ଉତ୍ତର ଭୁବନେଶ୍ୱର ରେଣ୍ଟାଲ, ଓମଫେଡ ଛକ, ସାଲିଆସାହି ପେଟ୍ରୋଲ ପମ୍ପ, ମେ’ଫେୟାର, ବିଜୁ ପଟ୍ଟନାୟକ ଷ୍ଟାଚ୍ୟୁ, ଜାଭିୟର ଛକ, ବିଡିଏ ସାଇ ମନ୍ଦିର, ଚନ୍ଦ୍ରଶେଖରପୁର ପେଟ୍ରୋଲ ପମ୍ପ, ଡମଣା ମ୍ୟାକ୍ସ ସୋ’ ରୁମ ହୋଇ ପଟିଆ ଛକ ପର୍ଯ୍ୟନ୍ତ ଏହି ରୋଡ ସୋ’ ହେବ । ଏହି ରାସ୍ତା ଦେଇ କୌଣସି ଯାନବାହନ ଯିବା ଆସିବା କରିପାରିବେ ନାହିଁ ।ସେହିପରି ସିଆରପି ଛକରୁ ରେଣ୍ଟାଲ ଓମଫେଡ ଛକ ପର୍ଯ୍ୟନ୍ତ ଅପରାହ୍ନ ସାଢ଼େ ୫ରୁ ରୋଡ ସୋ ସରିବା ଯାଏଁ କୌଣସି ପ୍ରକାରର ଯାନବାହାନ ଯାଇପାରିବେ ନାହିଁ । ଅନୁରୂପ ଭାବେ ସନ୍ଧ୍ୟା ସାଢ଼େ ୬ରୁ ଜୟଦେବ ବିହାର ଛକରୁ ବିଜୁ ପଟ୍ଟନାୟକ କଲେଜ ଆଡ଼କୁ କୌଣସି ପ୍ରକାରର ଯାନବାହାନ ଯାଇପାରିବେ ନାହିଁ ।

ସେହିଭଳି ସାଢ଼େ ୬ରୁ ରୋଡ ସୋ’ ସରିବା ପର୍ଯ୍ୟନ୍ତ ଜୟଦେବ ବିହାର ଛକରୁ କିଟ୍ ଛକ ପର୍ଯ୍ୟନ୍ତ କୌଣସି ପ୍ରକାରର ଯାନବାହାନ ଏବଂ ସନ୍ଧ୍ୟା ୭ଟା ୧୫ ମିନିଟରୁ ରୋଡ ସୋ ସରିବା ପର୍ଯ୍ୟନ୍ତ କିଟ୍ ଛକରୁ ଜୟଦେବ ବିହାର ପର୍ଯ୍ୟନ୍ତ କୌଣସି ପ୍ରକାର ଯାନବାହାନ ଯାଇପାରିବେ ନାହିଁ । ଏଥିସହ ଜୟଦେବ ବିହାର ଛକ ଦେଇ ଜାଭିୟର ଛକ ଆଡ଼କୁ ଆସୁଥିବା ଆମ୍ୱୁଲାନ୍ସ ଗୁଡ଼ିକ ଜୟଦେବ ବିହାର ଛକରୁ ଦକ୍ଷିଣ ପାର୍ଶ୍ବ ରାସ୍ତା ଦେଇ ଜାଭିୟର ଛକ ପର୍ଯ୍ୟନ୍ତ ଆସିବେ । ସେଠାରୁ ବାମ ପାର୍ଶ୍ବ ସମାନ୍ତରାଳ ରାସ୍ତା ଦେଇ ଯାଇପାରିବେ ।

ଏହା ମଧ୍ୟ ପଢନ୍ତୁ .....ବିଜେପିର ହେଭିୱେଟ୍‌ ପ୍ରଚାର; ୨୨ ଏବଂ ୨୩ରେ ଆସିବେ ଯୋଗୀ, ନଡ୍ଡା ଓ ଅରୁଣ ଗୋଭିଲ - BJP Heavyweights To Visit Odisha



ସେହିପରି ନନ୍ଦନକାନନ ରାସ୍ତା ଦେଇ ଜୟଦେବ ବିହାର ଛକ ଆଡ଼କୁ ଆସୁଥିବା ଆମ୍ୱୁଲାନ୍ସ ଗୁଡ଼ିକ ଡାହାଣ ପାର୍ଶ୍ବ ରାସ୍ତା ଦେଇ ଡମଣା ଛକ ପର୍ଯ୍ୟନ୍ତ ଆସି ସେହିଠାରୁ ଦକ୍ଷିଣ ପାର୍ଶ୍ବ ସମାନ୍ତରାଳ ରାସ୍ତା ଦେଇ ଯାଇପାରିବେ । ଉକ୍ତ ରାସ୍ତାକୁ ସଂଯୋଗ କରୁଥିବା ସମସ୍ତ ଗଳି ରାସ୍ତାରୁ ଯାନବାହନଗୁଡ଼ିକୁ ରୋଡ ସୋ’ ଲାଗି ଧାର୍ଯ୍ୟ କରାଯାଇଥିବା ରାସ୍ତାକୁ ଯିବାକୁ ଦିଆଯିବ ନାହିଁ । ଉପରୋକ୍ତ ରାସ୍ତାରେ ନ ଯାଇ ଅନ୍ୟ ରାସ୍ତା ଦେଇ ଯାତାୟାତ କରିବାକୁ ପୋଲିସ ପକ୍ଷରୁ ଅନୁରୋଧ କରାଯାଇଛି । ନବୀନଙ୍କ ଗସ୍ତକୁ ନେଇ ସମସ୍ତ ସ୍ଥାନରେ କଡା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି । ନବୀନଙ୍କ ଝଲକ ପାଇଁ ପ୍ରବଳ ଜନସମାଗମ ହେବାର ସମ୍ଭାବନା ରହିଛି ।

ଇଟିଭି ଭାରତ, ଭୁବନେଶ୍ବର

Last Updated : May 22, 2024, 5:11 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.