ETV Bharat / politics

ବିଜେପିର ହେଭିୱେଟ୍‌ ପ୍ରଚାର; ୨୨ ଏବଂ ୨୩ରେ ଆସିବେ ଯୋଗୀ, ନଡ୍ଡା ଓ ଅରୁଣ ଗୋଭିଲ - BJP Heavyweights to visit Odisha

BJP Heavyweights to campaign in Odisha: ରାଜ୍ୟରେ ତୃତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ ଓଡ଼ିଶାକୁ ବିଜେପିର ବହୁ ହେଭିୱେଟ୍‌ ପ୍ରଚାର କରିବାକୁ ଆସିବେ । ଆସନ୍ତା ୨୨ ଓ ୨୩ରେ ଆସିବେ ଅରୁଣ ଗୋଭିଲ୍‌, ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ, ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା ଓ ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ଵସର୍ମା । ଜାଣନ୍ତୁ କେଉଁଠି କରିବେ ପ୍ରଚାର

BJP Heavyweights to campaign in Odisha
BJP Heavyweights to campaign in Odisha (ETV Bharat Odisha)
author img

By ETV Bharat Odisha Team

Published : May 21, 2024, 10:32 PM IST

BJP Heavyweights to campaign in Odisha (ETV Bharat Odisha)

ଭୁବନେଶ୍ବର: ରାଜ୍ୟରେ ପ୍ରଥମ ଓ ଦ୍ବିତୀୟ ପର୍ଯ୍ୟାୟ ନିର୍ବାଚନ ଶେଷ ହୋଇଛି । ତୃତୀୟ ପର୍ଯ୍ୟାୟ ପାଇଁ ପ୍ରଚାର ମୈଦାନରେ ବଢ଼ୁଛି ତାତି । ବିଭିନ୍ନ ପର୍ଯ୍ୟାୟରେ ବିଜେପି ପ୍ରଚାର ପାଇଁ କେନ୍ଦ୍ରୀୟ ନେତାଙ୍କ ଉପରେ ଭରସା କରିଛି । ବାରମ୍ବାର ଓଡ଼ିଶା ଗସ୍ତରେ ଆସି ଦଳୀୟ ପ୍ରାର୍ଥୀଙ୍କ ପାଇଁ ପ୍ରଚାର କରୁଛନ୍ତି ପ୍ରଧାନମନ୍ତ୍ରୀ ମୋଦି, ଶାହଙ୍କ ଠାରୁ ଆରମ୍ଭ କରି ବହୁ ହେଭିୱେଟ୍‌ ନେତା । ତେବେ ରାଜ୍ୟରେ ତୃତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ ମଧ୍ୟ ଓଡ଼ିଶାରେ ବହୁ ହେଭିୱେଟ୍‌ ଦଳ ପାଇଁ ପ୍ରଚାର କରିବାକୁ ଆସିବେ । ଆସନ୍ତା ୨୨ ଓ ୨୩ ତାରିଖରେ ଅରୁଣ ଗୋଭିଲଙ୍କ ସମେତ ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ, ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ବସର୍ମା, ଦଳର ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପ୍ପି ନଡ୍ଡା ପ୍ରମୁଖ ଆସି ଓଡ଼ିଶାରେ ପ୍ରଚାର କରିବେ ବୋଲି ସୂଚନା ଦେଇଛନ୍ତି ରାଜ୍ୟ ବିଜେପି ଉପସଭାପତି ଗୋଲୋକ ମହାପାତ୍ର ।

ଗୋଲକ କହିଛନ୍ତି, "ଓଡ଼ିଶାରେ ବିଜୁ ଜନତା ଦଳର ଭ୍ରଷ୍ଟାଚାର ବିରୋଧରେ ଏବଂ ଓଡ଼ିଆ ଅସ୍ମିତା ପାଇଁ ଚାଲିଥିବା ଲଢ଼େଇକୁ ଆହୁରି ଶାଣିତ କରିବା ପାଇଁ ଆସନ୍ତା ୨୨ ଏବଂ ୨୩ରେ ବିଜେପିର ଅନେକ କେନ୍ଦ୍ରୀୟ ନେତା ଓଡ଼ିଶା ଆସିବେ । ଆସନ୍ତା ୨୨ ତାରିଖରେ ଆସିବେ ଅରୁଣ ଗୋଭିଲ୍‌ । ରାମାୟଣରେ ରାମ ଚରିତ୍ରରେ ଅଭିନୟ କରିଥିବା ଅରୁଣ ଗୋଭିଲ ଚମ୍ପୁଆ, ତେଲକୋଇ, ଢେଙ୍କାନାଳ, ଭୁବନେଶ୍ବର ଓ ଜୟଦେବରେ ପ୍ରଚାର କରିବେ । ସେହିଭଳି ୨୩ରେ ଆସିବେ ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ । ସେ ଦୁଇଟି ନିର୍ବାଚନୀ ସଭା କରିବେ । ଚିଲିକା ଏବଂ ସାଲେପୁରରେ କରିବେ ନିର୍ବାଚନୀ ପ୍ରଚାର । ସେହିପରି ୨୩ରେ ପୁଣି ଆସିବେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା । କରଞ୍ଜିଆ, ଧାମନଗର, ବଡ଼ଚଣା, ବାଲିକୁଦାରେ ସାଧାରଣ ସଭାରେ ଯୋଗଦେବେ ନଡ୍ଡା । ସେହିଦିନ, ଅର୍ଥାତ ୨୩ ତାରିଖରେ ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ଵସର୍ମା ଦେବଗଡ଼, ବଡ଼ବିଲ, ଚୌଦ୍ଵାର ଏବଂ ସମ୍ବଲପୁରରେ କରିବେ ସଭା ।"

ଏହା ମଧ୍ୟ ପଢ଼ନ୍ତୁ...କେନ୍ଦୁଝରରେ ଶାହଙ୍କ ପ୍ରଚାର, ବିଜେପି ପ୍ରାର୍ଥୀଙ୍କ ପାଇଁ ମାଗିଲେ ଭୋଟ - Amit Shah Visits Kendujhar

ସେପଟେ ଆଜି ଓଡ଼ିଶାରେ ମାରାଥନ ପ୍ରଚାର କରିଛନ୍ତି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ । ପ୍ରଥମେ ସମ୍ବଲପୁର ପରେ କେନ୍ଦୁଝରରେ ବିଶାଳ ଜନସଭାକୁ ସମ୍ବୋଧିତ କରିବା ପରେ ପରଜଙ୍ଗ ଓ ଶେଷରେ ନୟାଗଡ଼ରେ ନିର୍ବାଚନୀ ସଭା କରି ଫେରିଯାଇଛନ୍ତି କେନ୍ଦ୍ର ଗୃହମନ୍ତ୍ରୀ । ସମ୍ବଲପୁର ସଭାରେ ଆସୁ ଆସୁ ବିଜେଡି ସରକାର ଉପରେ ବର୍ଷିଥିଲେ ଶାହ । ଓଡ଼ିଶାରେ ଓଡ଼ିଆ ଭାଷା ସଂସ୍କୃତି ଆଧାରରେ ସରକାର ହେବାକୁ ଯାଉଛି ବୋଲି କହିଥିଲେ । ଏଥିପାଇଁ ଆଜି ସ୍ବଭାବ କବି ଗଙ୍ଗାଧର ମେହେରଙ୍କ ଆତ୍ମାକୁ ଶାନ୍ତି ମିଳୁଥିବ ବୋଲି କହି ବିଜେଡି ଉପରେ ବର୍ଷିଥିଲେ ଶାହ । ସେହିପରି ମୁଖ୍ୟମନ୍ତ୍ରୀ ଏବଂ ପାଣ୍ଡିଆନଙ୍କୁ ମଧ୍ୟ ଟାର୍ଗଟେ କରିଥିଲେ । ଶ୍ରୀମନ୍ଦିର ରତ୍ନଭଣ୍ଡାର ପ୍ରସଙ୍ଗ ମଧ୍ୟ ଉଠାଇଥିଲେ ଶାହ ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.