ETV Bharat / politics

କେନ୍ଦୁଝରରେ ଶାହଙ୍କ ପ୍ରଚାର, ବିଜେପି ପ୍ରାର୍ଥୀଙ୍କ ପାଇଁ ମାଗିଲେ ଭୋଟ - Amit Shah Visits Kendujhar

author img

By ETV Bharat Odisha Team

Published : May 21, 2024, 9:19 PM IST

Amit Shah Visits to Kendujhar: କେନ୍ଦୁଝରରେ ଆୟୋଜିତ ବିଜୟ ସଂକଳ୍ପ ସମାବେଶରେ ସାମିଲ ହେଲେ ଅମିତ ଶାହ । ବିଜେଡିକୁ କଲେ ଟାର୍ଗେଟରେ । ଅଧିକ ପଢ଼ନ୍ତୁ

Amit Saha Visits to Kendujhar
Amit Saha Visits to Kendujhar (ETV Bharat Odisha)

Amit Saha Visits to Kendujhar (ETV Bharat Odisha)

କେନ୍ଦୁଝର: ଆଜି କେନ୍ଦୁଝର ଜିଲ୍ଲା ଗସ୍ତରେ ଆସିଥିଲେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ । କେନ୍ଦୁଝର ଧରଣୀଧର ଭେଷଜ ମହାବିଦ୍ୟାଳୟ ସାମ୍ନା ପଡିଆରେ ଅନୁଷ୍ଠିତ ବିଜୟ ସଂକଳ୍ପ ସମାବେଶରେ ସାମିଲ ହୋଇଥିଲେ ଶାହ । ଏହି ବିଜୟ ସଂକଳ୍ପ ସମାବେଶରେ ଯୋଗଦେଇ ପ୍ରଥମେ ଜୟ ଜଗନ୍ନାଥ ସମ୍ବୋଧନ କରି କେନ୍ଦ୍ରର ମୋଦି ସରକାର ଆଦିବାସୀଙ୍କ ସରକାର ବୋଲି ପ୍ରକାଶ କରିଥିଲେ । ଆଦିବାସୀ ମହିଳାଙ୍କୁ ନେଇ ରାଷ୍ଟ୍ରପତି ଭଳି ପଦବୀରେ ଆସିନ କରିଥିବା ବେଳେ ଆଦିବାସୀ ଛାତ୍ରଛାତ୍ରୀଙ୍କ ଶିକ୍ଷାର ଅଗ୍ରଗତି ନେଇ ମୋଦି ସରକାର ପ୍ରଚେଷ୍ଟା କରିଥିବା ଅମିତ ଶାହ ପ୍ରକାଶ କରିଥିଲେ । ଅନ୍ୟପଟେ ଦେଶର ସୁରକ୍ଷା ପ୍ରସଙ୍ଗ ନେଇ ବିରୋଧୀଙ୍କୁ ଘେରିଥିଲେ ଅମିତ ଶାହ ।

କେନ୍ଦୁଝର ଗସ୍ତରେ ଆସି ଶାହ କହିଛନ୍ତି ଯେ, ଆଦିବାସୀଙ୍କ ପ୍ରକୃତ ବିକାଶ ଯଦି କିଏ କରିଛି ସିଏ ହେଉଛି ମୋଦି ସରକାର । କେନ୍ଦୁଝର ଭଳି ଆଦିବାସୀ ଜିଲ୍ଲାରେ 500 କ୍ଷମତା ସମ୍ପନ୍ନ ହସ୍ପିଟାଲ୍ କରିବା ପାଇଁ ପ୍ରତିଶୃତି ଦେଇଛନ୍ତି ଶାହ । ଏହାସହ କେନ୍ଦୁଝର ଜିଲ୍ଲାରେ ଆଦିବାସୀଙ୍କ ରୋଜଗାର ପାଇଁ କେନ୍ଦୁପତ୍ର ତୋଳାଳିଙ୍କ ପ୍ରାପ୍ୟ ବୃଦ୍ଧି ସହ ବୋନସ ଦେବାକୁ ପ୍ରତିଶୃତି ଦେଇଛନ୍ତି । ରାଜ୍ୟରେ ବିଜେପିର ସରକାର ହେଲେ ପ୍ରଥମେ ଶ୍ରୀଜଗନ୍ନାଥଙ୍କ ଚାରି ଦ୍ଵାର ଖୋଲିବା ସହ ରତ୍ନ ଭଣ୍ଡାର ଚୋରକୁ ଜେଲରେ ପୁରାଇବେ ବୋଲି ଅମିତ ଶାହ ଉଦବୋଧନରେ ପ୍ରକାଶ କରିଥିଲେ । ତେବେ ସାଂସଦ ପ୍ରାର୍ଥୀ ଅନନ୍ତ ନାଏକ ଓ ସମସ୍ତ ବିଧାୟକ ପ୍ରାର୍ଥୀଙ୍କୁ ଜିତାଇବା ପାଇଁ ଅପିଲ କରିଥିଲେ ଶାହ ।

ଏହା ମଧ୍ୟ ପଢ଼ନ୍ତୁ... ଇଣ୍ଡିଆ ମେଣ୍ଟର ପାପ ଭାରରେ ଦେଶ ଆଗକୁ ବଢିପାରିବ ନାହିଁ: ପ୍ରଧାନମନ୍ତ୍ରୀ ମୋଦି - PM Modi Lashes Out At INDI Alliance

ଆଜିର ଏହି ବିଜୟ ସଂକଳ୍ପ ଯାତ୍ରାରେ ଧର୍ମେନ୍ଦ୍ର ପ୍ରଧାନ ଯୋଗ ଦେଇଥିବା ବେଳେ କାର୍ଯ୍ୟକ୍ରମକୁ ପରିଚାଳନା କରୁଥିଲେ ଜିଲ୍ଲା ସଭାପତି ଅଂଶୁମାନ ସବୁଜ ମହାନ୍ତ ବର୍ମା । ଅନ୍ୟମାନଙ୍କ ମଧ୍ୟରେ ସଦର ବିଧାୟକ ପ୍ରାର୍ଥୀ ମୋହନ ଚରଣ ମାଝୀ, ଚମ୍ପୁଆ ବିଧାୟକ ପ୍ରାର୍ଥୀ ମୁରଲୀ ମନୋହର ଶର୍ମା, ପାଟଣା ବିଧାୟକ ପ୍ରାର୍ଥୀ ଅଖିଳ ଚନ୍ଦ୍ର ନାୟକ, ତେଲକୋଇ ବିଧାୟକ ପ୍ରାର୍ଥୀ ଡ. ଫକୀର ମୋହନ ନାଏକ, ଆନନ୍ଦପୁର ବିଧାୟକ ପ୍ରାର୍ଥୀ ଆଲୋକ ସେଠୀ ଓ ଘଷିପୁରା ବିଧାୟକ ପ୍ରାର୍ଥୀ ଶମ୍ଭୁନାଥ ରାଉତ ଯୋଗ ଦେଇଥିଲେ । ଏହି ବିଜୟ ସଂକଳ୍ପ ସମାବେଶରେ ପଚାଶ ହଜାରରୁ ଅଧିକ କର୍ମୀ ସାମିଲ ହୋଇଥିଲେ । ଏହି ସମାବେଶରେ ସାମିଲ ହୋଇ କର୍ମୀ ବହୁତ ଉତ୍ସାହିତ ହୋଇଥିବା ବେଳେ ଆଗାମୀ ଦୁଇ ଦିନରେ କେନ୍ଦ୍ରର ଆଉ ଦୁଇ ନେତା କେନ୍ଦୁଝର ଆସିବାର କାର୍ଯ୍ୟକ୍ରମ ରହିଛି ।

ଇଟିଭି ଭାରତ, କେନ୍ଦୁଝର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.