ETV Bharat / state

ଦିନକ ପରେ ଭୋଟ, ବୁଥ ମୁହାଁ ପୋଲିଂ ପାର୍ଟି - Election Preparation in Khordha

author img

By ETV Bharat Odisha Team

Published : May 23, 2024, 10:03 PM IST

Election Preparation in Khordha: ଓଡ଼ିଶାର ତୃତୀୟ ପର୍ଯ୍ୟାୟରେ ଆସନ୍ତା ୨୫ ତାରିଖରେ ଖୋର୍ଦ୍ଧା ଜିଲ୍ଲାରେ ମତଦାନ ହେବ । ଯାହା ପାଇଁ ସମସ୍ତ ପ୍ରସ୍ତୁତି ଶେଷ ହୋଇଛି । ଅଧିକ ପଢ଼ନ୍ତୁ,

Election Preparation
Election Preparation (ETV Bharat Odisha)

ଭୁବନେଶ୍ବର/ଖୋର୍ଦ୍ଧା: ଖୋର୍ଦ୍ଧା ଜିଲ୍ଲାରେ ଆସନ୍ତା ୨୫ ତାରିଖରେ ମତଦାନ ହେବାକୁ ଯାଉଛି । ଯାହା ପାଇଁ ସମସ୍ତ ପ୍ରସ୍ତୁତି ଶେଷ ହୋଇଛି । ବିଜେବି ସ୍ୱୟଂଶାସିତ ମହାବିଦ୍ୟାଳୟ ପରିସରରେ ଥିବା ଷ୍ଟ୍ରଙ୍ଗରୁମରୁ ଇଭିଏମ ନେଇ ଆଜି ପୁଲିଂ ପାର୍ଟି ବୁଥ ଅଭିମୁଖେ ଯାତ୍ରା କରିଛନ୍ତି । ସେହିକ୍ରମରେ ଜୟଦେବ ଓ ଜଟଣୀ ନିର୍ବାଚନ ମଣ୍ଡଳୀର ବୁଥଗୁଡ଼ିକୁ ପୋଲିଂ ପାର୍ଟିମାନେ ନେଇ ଯାତ୍ରା କରିଛନ୍ତି । ତେବେ ଜୟଦେବ ନିର୍ବାଚନ ମଣ୍ଡଳୀର ୨୩୬ଟି ବୁଥ ମଧ୍ୟରୁ ଆଜି ୧୬୪ଟି ବୁଥ ଅଭିମୁଖେ ପୋଲିଂ ପାର୍ଟିମାନେ ଗସ୍ତ କରିଥିବା ସୂଚନା ମିଳିଛି । ଆସନ୍ତାକାଲି ଆଉ ବଳକା ୭୨ଟି ବୁଥ ଅଭିମୁଖେ ପୋଲିଂ ପାର୍ଟିମାନେ ଯାତ୍ରା କରିବେ ବୋଲି ଜିଲ୍ଲାପାଳ ଚଞ୍ଚଳ ରଣା ସୂଚନା ଦେଇଛନ୍ତି ।

Election Preparation (ETV Bharat Odisha)

ଏହି ୭୨ଟି ବୁଥ୍ ମଧ୍ୟରେ ୪୯ଟି ସଖି ବୁଥ, ଗୋଟିଏ ଭିନ୍ନକ୍ଷମ କର୍ମଚାରୀ ପରିଚାଳିତ ବୁଥ ଏବଂ ୨୨ଟି ଅନ୍ୟାନ୍ୟ ବୁଥ ରହିଛି । ଏଥି ମଧ୍ୟରେ ୨୬ଟି ଅତି ସମ୍ବେଦନଶୀଳ ଏବଂ ୪ଟି ସମ୍ବେଦନଶୀଳ ବୁଥ ରହିଛି । ୧୪୨ଟି ବୁଥରେ ୱେବକାଷ୍ଟିଂର ବ୍ୟବସ୍ଥା କରାଯାଇଛି । ଏହି ନିର୍ବାଚନ ମଣ୍ଡଳୀରେ ୧,୮୩,୧୬୯ ଜଣ ମତଦାତା ରହିଛନ୍ତି । ଏମାନଙ୍କ ମଧ୍ୟରେ ୯୪,୩୩୮ ଜଣ ପୁରୁଷ, ୮୮,୮୧୧ ଜଣ ମହିଳା ଏବଂ ୨୦ ଜଣ ତୃତୀୟ ଲିଙ୍ଗ ଭୋଟର ଅଛନ୍ତି । ଏଥି ମଧ୍ୟରେ ୧୮-୧୯ ବର୍ଷ ବୟସ ମଧ୍ୟରେ ୪୯୨୦ ଜଣ ମତଦାନ କରିବାକୁ ଥିବାବେଳେ ସେମାନଙ୍କ ମଧ୍ୟରୁ ୨୫୨୬ ଜଣ ପୁଅ, ୨୩୯୩ ଜଣ ଝିଅ ଏବଂ ଜଣେ ତୃତୀୟ ଲିଙ୍ଗ ଭୋଟର ଅଛନ୍ତି । ଏଥି ମଧ୍ୟରେ ୪୧୭୨ ଜଣ ଭିନ୍ନକ୍ଷମ ଭୋଟର ରହିଛନ୍ତି ।

ଏହା ମଧ୍ୟ ପଢ଼ନ୍ତୁ.. ରାଜ୍ୟରେ ଦିନକ ପରେ 3ୟ ପର୍ଯ୍ୟାୟ ମତଦାନ, ଥମିଲା ପ୍ରଚାର - ODISHA ELECTION 3RD PHASE

ସେହିଭଳି ଜଟଣୀ ନିର୍ବାଚନ ମଣ୍ଡଳୀର ୨୫୪ଟି ବୁଥ୍‌ ମଧ୍ୟରୁ ୧୭୮ଟି ବୁଥ୍‌ ଅଭିମୁଖେ ଆଜି ପୋଲିଂ ପାର୍ଟିମାନେ ଯାତ୍ରା କରିଛନ୍ତି । ଆସନ୍ତାକାଲି ଅବଶିଷ୍ଟ ୭୬ଟି ବୁଥ୍‌ ଅଭିମୁଖେ ପୋଲିଂ ପାର୍ଟିମାନେ ଯାତ୍ରା କରିବେ । ସେଥି ମଧ୍ୟରେ ୪୭ଟି ସଖି ବୁଥ, ଗୋଟିଏ ଭିନ୍ନକ୍ଷମ ଏବଂ ୨୮ଟି ଅନ୍ୟାନ୍ୟ ବୁଥ ରହିଛି । ଏହି ନିର୍ବାଚନ ମଣ୍ଡଳୀରେ ୪୨ଟି ସମ୍ବେଦନଶୀଳ ଏବଂ ଦୁଇଟି ଅତି ସମ୍ବେଦନଶୀଳ ବୁଥ ରହିଛି । ୧୫୩ଟି ବୁଥରେ ୱେବକାଷ୍ଟିଂ କରାଯିବ । ଏହି ନିର୍ବାଚନ ମଣ୍ଡଳୀରେ ୨,୪୬,୮୦୪ ଜଣ ଭୋଟର ଥିବାବେଳେ ଏମାନଙ୍କ ମଧ୍ୟରେ ୧,୨୫,୦୭୯ ଜଣ ପୁରୁଷ, ୧,୨୧,୬୮୬ ମହିଳା, ୩୯ ଜଣ ତୃତୀୟ ଲିଙ୍ଗ ଭୋଟର ରହିଛନ୍ତି । ଏମାନଙ୍କ ମଧ୍ୟରେ ୧୮-୧୯ ବର୍ଷ ବୟସ ମଧ୍ୟରେ ୫୫୫୫ ଜଣ ମତଦାନ କରିବାକୁ ଥିବା ବେଳେ ୨୮୬୩ ଜଣ ପୁଅ, ୨୬୯୧ ଝିଅ ଏବଂ ଜଣେ ତୃତୀୟ ଲିଙ୍ଗ ଭୋଟର ରହିଛନ୍ତି । ଏହି ନିର୍ବାଚନ ମଣ୍ଡଳୀରେ ୩୧୯୫ ଜଣ ଭିନ୍ନକ୍ଷମ ଭୋଟର ଅଛନ୍ତି ।

ସେହିଭଳି ଭୁବନେଶ୍ୱର ମଧ୍ୟ, ଭୁବନେଶ୍ୱର ଉତ୍ତର, ଏକାମ୍ର ନିର୍ବାଚନ ମଣ୍ଡଳୀରେ ମତଦାନ କାର୍ଯ୍ୟ ସମାପନ ନିମନ୍ତେ ପୋଲିଂ ପାର୍ଟିମାନେ ଆସନ୍ତାକାଲି ବିଜେବି ସ୍ୱୟଂଶାସିତ ମହାବିଦ୍ୟାଳୟରୁ ଯାତ୍ରା କରିବେ । ଏହି ନିର୍ବାଚନ ପରିଚାଳନା ନିମନ୍ତେ ବ୍ୟାପକ ସୁରକ୍ଷା ବ୍ୟବସ୍ଥାର ବନ୍ଦୋବସ୍ତ କରାଯାଇଛି । ସେହିପରି ଆସନ୍ତା ୨୫ ତାରିଖରେ ଭୋଟ ଦେବାକୁ ଆସିବାକୁ ଜିଲ୍ଲାପାଳ ଚଞ୍ଚଳ ରଣା ଅନୁରୋଧ କରିଛନ୍ତି ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.