ETV Bharat / bharat

ଲୋକସଭା ନିର୍ବାଚନ 2024: ଷଷ୍ଠ ପର୍ଯ୍ୟାୟ ମତଦାନ ପାଇଁ ସରିଲା ପ୍ରଚାର, ଦିନକ ପରେ ମତଦାନ - Phase 6 Lok Sabha Polling

author img

By ETV Bharat Odisha Team

Published : May 23, 2024, 9:47 PM IST

PHASE 6 LOK SABHA POLLING: ଦିନକ ପରେ ଦେଶରେ ଅନୁଷ୍ଠିତ ହେବାକୁ ଯାଉଛି ଷଷ୍ଠ ପର୍ଯ୍ୟାୟ ମତଦାନ । ଆଜି ସରିଲା ପ୍ରଚାର । ଏସବୁ ହେଭିୱେଟଙ୍କ ହେବ ଭାଗ୍ୟ ପରୀକ୍ଷା । ଅଧିକ ପଢନ୍ତୁ

PHASE 6 LOK SABHA POLLING
PHASE 6 LOK SABHA POLLING (ETV Bharat Odisha)

ହାଇଦ୍ରାବାଦ: ହେଭିୱେଟଙ୍କ ମାରାଥନ ପ୍ରଚାର ପରେ ଏବେ ଶାନ୍ତ ପ୍ରଚାର ମୈଦାନ । ଦିନକ ପରେ ଦେଶରେ ଅନୁଷ୍ଠିତ ହେବ ଷଷ୍ଠ ପର୍ଯ୍ୟାୟ ମତଦାନ । 6ଟି ରାଜ୍ୟ ଓ 2ଟି କେନ୍ଦ୍ରଶାସିତ ଅଞ୍ଚଳର ମୋଟ 58 ଆସନରେ ପଡ଼ିବ ଭୋଟ୍‌ । ମୈଦାନରେ ଅଛନ୍ତି ମୋଟ 889 ପ୍ରାର୍ଥୀ । ସମସ୍ତ ଦମ୍‌, ରଣକୌଶଳ ଲଗାଇ ଭୋଟରଙ୍କୁ ଆକୃଷ୍ଟ କରିବା କାର୍ଯ୍ୟ ଶେଷ ହୋଇଛି । ଏବେ ଆସିଛି ପରୀକ୍ଷାର ଘଡ଼ି । ଦିନେ ପରେ ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ କରିବେ ଭୋଟର । ଗଣତନ୍ତ୍ରର ମହାପର୍ବରେ ସାମିଲ ହୋଇ ନିଜ ମନ ପସନ୍ଦର ନେତା ବାଛିବେ ମତଦାତା ।

ଷଷ୍ଠ ପର୍ଯ୍ୟାୟରେ ମତଦାନକୁ ଯାଉଥିବା ନିର୍ବାଚନ ମଣ୍ଡଳୀ
ରାଜ୍ୟ/କେନ୍ଦ୍ରଶାସିତ ଅଞ୍ଚଳଲୋକସଭା ନିର୍ବାଚନ ମଣ୍ଡଳୀ
ବିହାର ବାଲ୍ମିକୀ ନଗର, ପଶ୍ଚିମ ଚମ୍ପାରଣ, ପୂର୍ବ ଚମ୍ପାରଣ, ବୈଶାଳୀ, ଗୋପାଲଗଞ୍ଜ(ଏସସି), ସିୱାନ, ମହାରାଜଗଞ୍ଜ, ଶିୱହର
ହରିୟାଣାଅମ୍ବାଲା, କୁରୁକ୍ଷେତ୍ର, ସିର୍ସା, ହିସାର, କର୍ଣ୍ଣଲ, ସୋନିପତ, ରୋହତାକ, ବିୱାନି-ମହେନ୍ଦ୍ରଗଡ଼, ଗୁରୁଗ୍ରାମ, ଫରିଦାବାଦ
ଜମ୍ମୁକାଶ୍ମୀରଅନନ୍ତନାଗ-ରଜୌରି
ଝାଡ଼ଖଣ୍ଡଗିରିଡିହ, ଧାନବାଦ, ରାଞ୍ଚି, ଜାମସେଦପୁର
ଦିଲ୍ଲୀଚାନ୍ଦନୀ ଚୌକ, ଉତ୍ତର-ପୂର୍ବ ଦିଲ୍ଲୀ, ପୂର୍ବ ଦିଲ୍ଲୀ, ନୂଆଦିଲ୍ଲୀ, ଉତ୍ତର-ପଶ୍ଚିମ ଦିଲ୍ଲୀ, ପଶ୍ଚିମ ଦିଲ୍ଲୀ, ଦକ୍ଷିଣ ଦିଲ୍ଲୀ
ଓଡ଼ିଶାଭୁବନେଶ୍ବର, ପୁରୀ, ଢେଙ୍କାନାଳ, କେନ୍ଦୁଝର (ଏସସି), କଟକ, ସମ୍ବଲପୁର
ଉତ୍ତର ପ୍ରଦେଶସୁଲତାନପୁର, ପ୍ରତାପଗଡ଼, ଫୁଲପୁର, ଆହ୍ଲାବାଦ, ଆମ୍ବେଦକର ନଗର, ବସ୍ତି, ସନ୍ତ କବିର ନଗର, ଲାଲଗଞ୍ଜ, ଆଜମଗଡ଼, ଜୌନପୁର, ଶ୍ରାବସ୍ତି, ଡୋମରିୟାଗଞ୍ଜ, ଭଦୋହି, ମଛଲିସହର
ପଶ୍ଚିମବଙ୍ଗତାମଲୁକ, କାଣ୍ଠି, ଘଟଲ ଝରଗ୍ରାମ, ମେଦିନପୁର, ପୁରୁଲିଆ, ବଙ୍କୁରା, ବିଷ୍ଣୁପୁର

ମୈଦାନରେ 889 ପ୍ରାର୍ଥୀ:- ଷଷ୍ଠ ପର୍ଯ୍ୟାୟ ଲୋକସଭା ନିର୍ବାଚନରେ ମୈଦାନରେ ଅଛନ୍ତି ମୋଟ 889 ପ୍ରାର୍ଥୀ । ସେଥି ମଧ୍ୟରୁ 791 ଜଣ ପୁରୁଷ ଓ 95 ଜଣ ମହିଳା ଓ ତୃତୀୟ ଲିଙ୍ଗୀ 3 ଜଣ ପ୍ରାର୍ଥୀ ଅଛନ୍ତି । ଏମାନଙ୍କ ମଧ୍ୟରୁ 2025 ପ୍ରାର୍ଥୀ ନାମାଙ୍କନ ଭରିଥିବା ବେଳେ 1399ଙ୍କ ଗ୍ରହଣ କରାଯାଇଥିଲା । ଯାଞ୍ଚ ପରେ 577ଜଣଙ୍କ ପ୍ରତ୍ୟାଖ୍ୟାନ କରାଯାଇଥିବା ବେଳେ 48ଜଣ ନିଜ ପ୍ରାର୍ଥୀପତ୍ର ପ୍ରତ୍ୟାହାର କରିନେଇଥିଲେ । ମୋଟ 188 ରାଜନୈତିକ ଦଳର ପ୍ରାର୍ଥୀ ଷଷ୍ଠ ପର୍ଯ୍ୟାୟ ମତଦାନରେ ନିଜ ଭାଗ୍ୟ ପରୀକ୍ଷା କରିବାକୁ ଯାଉଛନ୍ତି । ତନ୍ମଧ୍ୟରୁ ହରିୟାଣା କୁରୁକ୍ଷେତ୍ର ଲୋକସଭା ନିର୍ବାଚନମଣ୍ଡଳୀରୁ ସର୍ବାଧିକ 31 ଜଣ ପ୍ରାର୍ଥୀ ଥିବା ବେଳେ ସର୍ବନିମ୍ନ 5 ପ୍ରାର୍ଥୀ ବିହାର ମହାରାଜଗଞ୍ଜରୁ ଅଛନ୍ତି ।

Key Candidates
Key Candidates (ETV Bharat Odisha)

ମୁସଲିମ ପ୍ରାର୍ଥୀ:- ଏହି ପର୍ଯ୍ୟାୟରେ ମୈଦାନରେ ଅଛନ୍ତି ମୋଟ 68ଜଣ ମୁସଲିମ ପ୍ରାର୍ଥୀ । ବିହାରରୁ 7ଜଣ ମୁସଲିମ ପ୍ରାର୍ଥୀ ଥିବା ବେଳେ ହରିୟାଣାରୁ 3, ଜମ୍ମୁକାଶ୍ମୀରରୁ 15, ଝାଡ଼ଖଣ୍ଡରୁ 11, ଦିଲ୍ଲୀରୁ 12, ଓଡ଼ିଶାରୁ ଜଣେ, ଉତ୍ତର ପ୍ରଦେଶରୁ 17 ଓ ପଶ୍ଚିମବଙ୍ଗରୁ 2 ଜଣ ପ୍ରାର୍ଥୀ ଅଛନ୍ତି ।

ପ୍ରମୁଖ ଆସନ:- ଷଷ୍ଠ ପର୍ଯ୍ୟାୟରେ ପ୍ରମୁଖ ଆସନ ମଧ୍ୟରେ କୁରୁକ୍ଷେତ୍ର, ଶିବହର, ନୂଆଦିଲ୍ଲୀ, କର୍ଣ୍ଣଲ, ହିସାର, ଉତ୍ତର-ପୂର୍ବ ଦିଲ୍ଲୀ, ସମ୍ବଲପୁର, କଟକ, ପୁରୀ, ଜୌନପୁର, ମଛଲିସହର, ତାମଲୁକ, ଘଟଲ, ମେଦିନପୁର, ବିଷ୍ଣୁପୁର, ଅନନ୍ତନାଗ-ରଜୋରି, ପୂର୍ବ ଚମ୍ପାରଣ ଅନ୍ତର୍ଭୁକ୍ତ ।

Key Candidates
Key Candidates (ETV Bharat Odisha)

ଚର୍ଚ୍ଚିତ ଚେହେରା:- ପ୍ରମୁଖ ପ୍ରାର୍ଥୀମାନଙ୍କ ମଧ୍ୟରେ ରହିଛନ୍ତି ପୂର୍ବ ଚମ୍ପାରଣ ବିଜେପି ପ୍ରାର୍ଥୀ ରାଧା ମୋହନ ସିଂ, ନୂଆଦିଲ୍ଲୀ ବିଜେପି ପ୍ରାର୍ଥୀ ବାଂସୁରୀ ସ୍ବରାଜ, ଆପ୍‌ ନୂଆଦିଲ୍ଲୀ ପ୍ରାର୍ଥୀ ସୋମନାଥ ଭାରତୀ, ଉତ୍ତର-ପୂର୍ବ ଦିଲ୍ଲୀ ବିଜେପି ପ୍ରାର୍ଥୀ ମନୋଜ ତିୱାରୀ, ଉତ୍ତର-ପୂର୍ବ ଦିଲ୍ଲୀ କଂଗ୍ରେସ ପ୍ରାର୍ଥୀ କହ୍ନୈୟା କୁମାର, ଅନନ୍ତନାଗରୁ JKPDP ପ୍ରାର୍ଥୀ ମେହବୁବା ମୁଫ୍ତି, ସମ୍ବଲପୁର ବିଜେପି ପ୍ରାର୍ଥୀ ଧର୍ମେନ୍ଦ୍ର ପ୍ରଧାନ, କର୍ଣ୍ଣଲ ବିଜେପି ପ୍ରାର୍ଥୀ ମନୋହର ଲାଲ ଖଟ୍ଟର, ସୁଲତାନପୁର ବିଜେପି ପ୍ରାର୍ଥୀ ମନେକା ଗାନ୍ଧୀ, କୁରୁକ୍ଷେତ୍ର ବିଜେପି ପ୍ରାର୍ଥୀ ନବୀନ ଜିନ୍ଦଲ, କଟକ ବିଜେପି ପ୍ରାର୍ଥୀ ଭର୍ତ୍ତୃହରି ମହତାବ, କଟକ ବିଜେଡି ପ୍ରାର୍ଥୀ ସନ୍ତୁପ୍ତ ମିଶ୍ର, ପୁରୀ ବିଜେପି ପ୍ରାର୍ଥୀ ସମ୍ବିତ ପାତ୍ର, ତାମଲୁକ ବିଜେପି ପ୍ରାର୍ଥୀ ଅଭିଜିତ ଗଙ୍ଗୋପାଧ୍ୟାୟ ।

ଏହା ବି ପଢନ୍ତୁ- ରାଜ୍ୟରେ ଦିନକ ପରେ 3ୟ ପର୍ଯ୍ୟାୟ ମତଦାନ, ଥମିଲା ପ୍ରଚାର

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.