ETV Bharat / international

ପାକିସ୍ତାନୀ ଡାକ୍ତରଙ୍କ ୬୦ ଛୁଆ, ୩ଟି ପତ୍ନୀ; ସରକାରଙ୍କୁ କହିଲେ ଆମକୁ ବସ୍ ଦିଅ

author img

By

Published : Jan 5, 2023, 9:50 PM IST

ପାକିସ୍ତାନୀଙ୍କ ସନ୍ତାନ ନିଶା । ୬୦ତମ ସନ୍ତାନର ପିତା ହେବା ପରିବର୍ତ୍ତେ ଆଉ ସନ୍ତାନର ପିତା ହେବାକୁ ଇଚ୍ଛା ପ୍ରକାଶ କରିଛନ୍ତି (Pakistani man welcomes 60th Child) । ଖାଲି ସେତିକି ନୁହେଁ ୩ୟ ବିବାହ କରିସାରିଥିବା ବେଳେ ଚତୁର୍ଥ ବିବାହ କରିବାକୁ କହିଛନ୍ତି । ଝିଅ ଖୋଜିବା ଲାଗି ବନ୍ଧୁଙ୍କ ସହାୟତା ମଧ୍ୟ ଲୋଡ଼ିଛନ୍ତି । ଏହାସହିତ ନିଜ ପରିବାରକୁ ଭ୍ରମଣ ଲାଗି ନେବା ପାଇଁ ସରକାର ବସ୍‌ ଯୋଗାଇଦେବା ଲାଗି ସେ ପାକିସ୍ତାନ ସରକାରଙ୍କୁ ଅନୁରୋଧ କରିଛନ୍ତି । ଅଧିକ ପଢନ୍ତୁ

Pakistani man welcomes 60th Child
Pakistani man welcomes 60th Child

ଇସଲାମବାଦ: ଜନସଂଖ୍ୟା ବୃଦ୍ଧି ଦୃଷ୍ଟିରୁ ଆମ ଦେଶ ଭାରତରେ 'ଆମେ ଦୁଇ ଆମର ଦୁଇ' ଫର୍ମୁଲା ପ୍ରାୟତଃ ଚାଲି ଆସୁଛି । ଆଜିକାଲିର ଦମ୍ପତି ଗୋଟିଏ କି ଦୁଇଟି ଅତି ବେଶୀରେ ୩ଟି ସନ୍ତାନର ପିତାମାତା ହେଉଛନ୍ତି (Pakistani man welcomes 60th Child) । ହେଲେ ପଡୋଶୀ ଦେଶ ପାକିସ୍ତାନରେ ଜଣେ ବ୍ୟକ୍ତି ୬୦ତମ ସନ୍ତାନର ପିତା ହୋଇଛନ୍ତି । ଆଜ୍ଞା ହଁ, ଏହି ଖବରଟି ନିଶ୍ଚିତ ଆପଣଙ୍କୁ ଆଶ୍ଚର୍ଯ୍ୟ କରିପାରେ, ହେଲେ ବାସ୍ତବରେ ଘଟିଛି ଏପରି ଘଟଣା । ଉକ୍ତ ବ୍ୟକ୍ତି ଜଣକ ବୃତ୍ତିରେ ଜଣେ ଡାକ୍ତର । ସବୁଠୁ ଆଶ୍ଚର୍ଯ୍ୟ କଥା ୩ଟି ପତ୍ନୀ ଓ ୬୦ଟି ସନ୍ତାନ ରହିଥିଲେ ସୁଦ୍ଧା ସେ ଆଉ କିଛି ମହିଳାଙ୍କୁ ବିବାହ କରି ସନ୍ତାନ ଜନ୍ମ କରିବାକୁ ଇଚ୍ଛୁକ ଥିବା କହିଛନ୍ତି ।

  • Sardar Jan, a resident of Quetta, became the father of the “sixtieth” child.
    Sardarjan Mohammad Khan, a resident of Quetta, the Capital of Balochistan, said his sixtieth child was given birth yesterday.
    Jan uttered the newborn child is a baby son and he named him Khushal. pic.twitter.com/OHxbYm35kW

    — ShamshadNews (@Shamshadnetwork) January 3, 2023 " class="align-text-top noRightClick twitterSection" data=" ">

ବର୍ତ୍ତମାନର ଆଧୁନିକ ଯୁଗରେ ଏକ ସୁଖଦ ଜୀବନଶୈଳୀ ଜିଇଁବା ଲାଗି ମୋଟା ରକମର ଅର୍ଥର ଆବଶ୍ୟକ ହେଉଛି । ଏଣୁ ପ୍ରାୟତଃ ଦମ୍ପତି ଛୋଟ ପରିବାରକୁ ଆଶା କରୁଛନ୍ତି । ଏଣୁ ସେମାନେ ନିଜ ସନ୍ତାନଙ୍କ ସଂଖ୍ୟା ୨ରୁ ସୀମିତ ରଖିବାକୁ ପସନ୍ଦ କରୁଛନ୍ତି । ହେଲେ ଏଭଳି ସ୍ଥିତିରେ ଏହି ପାକିସ୍ତାନୀ ବ୍ୟକ୍ତି ଜଣକ ୬୦ଟି ସନ୍ତାନର ପିତା ହେବା ଶ୍ରୋତାଙ୍କୁ ଆଶ୍ଚର୍ଯ୍ୟ କରିଛି । ଏହି ବ୍ୟକ୍ତିଙ୍କ ନାମ ୫୦ବର୍ଷୀୟ ସର୍ଦ୍ଦାର ଜେନ ମହମ୍ମଦ ଖାନ ଖିଲଜୀ (Sardar Jan Mohammad Khan Khilji) ବୋଲି ଜଣାପଡ଼ିଛି, ଯିଏକି ହାଜି ଖୁସଲ ଖାନ ନାମକ ଜଣେ ଶିଶୁପୁତ୍ରକୁ ସ୍ବାଗତ କରିଛନ୍ତି ।

ଆଉ ସନ୍ତାନର ପିତା ହେବା ଇଚ୍ଛା:- ଖିଲଜୀ କହିଛନ୍ତି ସେ ଆଉ କିଛି ସନ୍ତାନର ପିତା ହେବାକୁ ଚାହୁଁଛନ୍ତି ଏଣୁ ଚତୁର୍ଥ ବିବାହ (4th Marriage) କରିବାକୁ ଇଚ୍ଛୁକ ବୋଲି କହିଛନ୍ତି । ଏହି ଖବରଟି ମାଇକ୍ରୋ-ବ୍ଲଗିଂ ପ୍ଲାଟଫର୍ମ ଟ୍ବିଟରରେ ଭାଇରାଲ ହେବାରେ ଲାଗିଛି । ଏକ ଆଫଗାନିସ୍ତାନ ଗଣମାଧ୍ୟମ ସଂସ୍ଥା ପକ୍ଷରୁ ଏହି ଖବର ସିହିତ ଖିଲଜୀଙ୍କ ଫଟୋ ମଧ୍ୟ ସେୟାର ହୋଇଛି । ଖିଲଜୀ ପାକିସ୍ତାନର ଏକ ସହର କ୍ବେଟା (Quetta)ର ଅଧିବାସୀ ବୋଲି ଜଣାପଡ଼ିଛି ।

୪ର୍ଥ ବିବାହ ପାଇଁ ଲୋଡ଼ିଲେ ବନ୍ଧୁଙ୍କ ସହାୟତା:- ୬୦ତମ ସନ୍ତାନର ପିତା ଖିଲଜୀ ୪ର୍ଥ ବିବାହ ଲାଗି ଉତ୍ସାହିତ ରହିଛନ୍ତି । ଏଣୁ ଝିଅ ଖୋଜିବା ଲାଗି ସେ ନିଜ ବନ୍ଧୁଙ୍କ ସହାୟତା ଲୋଡ଼ିଛନ୍ତି । ଏ ନେଇ ସେ କହିଛନ୍ତି, " ମୁଁ ଚତୁର୍ଥ ବିବାହ ଲାଗି ଉତ୍ସାହିତ । ଏଣୁ ମୋ ପାଇଁ ଆଉ ଏକ ଝିଅ ଖୋଜିବା ଲାଗି ସମସ୍ତ ବନ୍ଧୁମାନଙ୍କୁ କହିଛି ।"

ଏହା ବି ପଢନ୍ତୁ- Amazon lay-off: ଛଟେଇ କରିବ ଆମାଜନ, 18 ହଜାର କର୍ମଚାରୀ ହରାଇବେ ଚାକିରି

ଅଧିକ କନ୍ୟା ସନ୍ତାନ ପାଇଁ ଇଚ୍ଛୁକ ଖିଲଜୀ:- ଖିଲଜୀ ଚତୁର୍ଥ ବିବାହ କରିବା ଲାଗି ଇଚ୍ଛୁକ ଥିବା ବେଳେ ଭବିଷ୍ୟତରେ ଅଧିକ କନ୍ୟା ସନ୍ତାନର ପିତା ହେବାକୁ ଚାହୁଁଥିବା କହିଛନ୍ତି । ଯାହାଦ୍ବାରା ସେମାନଙ୍କ ପରିବାର ଗୋଟିଏ ଘର ମଧ୍ୟରେ ସୀମିତ ରହିବ । ଅନ୍ୟପଟେ ଖିଲଜୀଙ୍କ ପତ୍ନୀ ମଧ୍ୟ ଆଉ ଅନେକ ସନ୍ତାନର ମାଆ ହେବାକୁ ରାଜି ଥିବା କହିଛନ୍ତି ।

ପରିବାରକୁ ଭ୍ରମଣରେ ନେବା ଲାଗି ବସ ପାଇଁ ସରକାରଙ୍କୁ ଅନୁରୋଧ:- ଖିଲଜୀ ବୃତ୍ତିରେ ଜଣେ ଡାକ୍ତର ହୋଇଥିବା ବେଳେ ସେ ନିଜ ପରିବାରର ଭରଣ ପୋଷଣ କରିଥାନ୍ତି । ତାଙ୍କ ବାସଭବନରେ ଏକ କ୍ଲିନିକ ଚଲାଇଥାନ୍ତି ସେ । ପାକିସ୍ତାନରେ ଗତ ୩ବର୍ଷ ମଧ୍ୟରେ ଅତ୍ୟାବଶ୍ୟକ ସାମଗ୍ରୀର ଦର ବୃଦ୍ଧି ପାଇଛି । ସମସ୍ତ ପାକିସ୍ତାନୀଙ୍କ ଭଳି ସେ ସମସ୍ୟା ଭୋଗିଥିବା କହିଛନ୍ତି । ସେ ସାଧାରଣ ପରିବାର ଭଳି ନିଜ ପରିବାରର ସଦସ୍ୟମାନଙ୍କୁ ମଧ୍ୟ ଭ୍ରମଣ ଲାଗି ନେବା ପାଇଁ ଚାହୁଁଥିବା କହିଛନ୍ତି । ମାତ୍ର ଏଥିଲାଗି ଅନେକ ଗାଡ଼ିର ଆବଶ୍ୟକ ହେଉଥିବାରୁ ସେ ସମସ୍ୟା ଭୋଗିଥାନ୍ତି । ଏଣୁ ସେ ପାକିସ୍ତାନ ସରକାରଙ୍କୁ ବସ୍‌ ସହାୟତା ଯୋଗାଇ ଦେବା ଲାଗି ଅନୁରୋଧ କରିଛନ୍ତି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.