ETV Bharat / business

Amazon lay-off: ଛଟେଇ କରିବ ଆମାଜନ, 18 ହଜାର କର୍ମଚାରୀ ହରାଇବେ ଚାକିରି

author img

By

Published : Jan 5, 2023, 9:45 AM IST

Updated : Jan 5, 2023, 10:08 AM IST

ଚାକିରି ହରାଇବେ ହଜାର ହଜାର ଆମାଜନ କର୍ମଚାରୀ । 18 ହଜାର କର୍ମଚାରୀଙ୍କ ଛଟେଇ ନେଇ ଘୋଷଣା କଲେ କମ୍ପାନୀର ସିଇଓ(Amazon CEO Andy Jassy confirms to lay off 18,000 employees) । ଅଧିକ ପଢନ୍ତୁ

ଆମାଜନ
Amazon

ସାନ ଫ୍ରାନ୍ସିସ୍କୋ: ବର୍ଷ ଆରମ୍ଭରୁ ଛଟେଇ ଅଭିଯାନରେ ସାମିଲ ହେବ ଲୋକପ୍ରିୟ ଅଲନାଇନ୍ ସପିଂ ପ୍ଲାଟଫର୍ମ ଆମାଜନ । କମ୍ପାନୀ 18 ହଜାର କର୍ମଚାରୀଙ୍କ ଛଟେଇ କରିବା ନେଇ ଗୁରୁବାର(ଜାନୁଆରୀ 5) ଘୋଷଣା କରିଛି । CEO ଆଣ୍ଡି ଜେସି(Amazon CEO Andy Jassy) ଏନେଇ ସ୍ପଷ୍ଟ କରିବା ସହ ଛଟେଇରେ ଅନେକ ଟିମ୍ ପ୍ରଭାବିତ ହେବେ ବୋଲି କହିଛନ୍ତି(Amazon CEO Andy Jassy confirms to lay off 18,000 employees) ।

ସେ ଏକ ବିବୃତ୍ତିରେ କହିଛନ୍ତି ଯେ, "ପୂର୍ବ ଯୋଜନା ଅନୁଯାୟୀ ବାର୍ଷିକ ଯୋଜନା ପ୍ରକ୍ରିୟା କରାଯାଇ ନାହିଁ, ମୁଁ ଆଶା କରୁଥିଲି କି, 2023 ପ୍ରାରମ୍ଭରେ କର୍ମଚାରୀ ସଂଖ୍ୟା ହ୍ରାସ କରାଯାଇ ପାରେ ।" ଆମେ ସାଧାରଣତଃ ଯେପର୍ଯ୍ୟନ୍ତ ପ୍ରଭାବିତ ଲୋକଙ୍କ ସହ କଥା ହୋଇନଥାଉ ସେପର୍ଯ୍ୟନ୍ତ ଏହିସବୁ ସୂଚନା ଘୋଷଣା ପାଇଁ ଅପେକ୍ଷା କରିଥାଉ । ତଥାପି, ଆମର ଜଣେ ସାଥୀ ଏହି ସୂଚନାକୁ ବାହ୍ୟରେ ଲିକ୍ କରିଥିବାରୁ ଆମେ ସ୍ଥିର କରିଛୁ ଯେ, ଏହି ଖବର ପ୍ରଥମେ କମ୍ପାନୀ ତରଫରୁ ସେୟାର କରାଯିବା ଉଚିତ୍, ତେଣୁ ଆପଣ ସବିଶେଷ ତଥ୍ୟ ସିଧାସଳଖ ମୋ ଠାରୁ ଶୁଣିପାରିବେ ବୋଲି ଜେସି କହିଛନ୍ତି ।

ଏହା ମଧ୍ୟ ପଢନ୍ତୁ:- Amazon Layoffs: ଆମାଜନରେ କର୍ମଚାରୀ ଛଟେଇ ଆରମ୍ଭ

ସେ ଆହୁରି ମଧ୍ୟ କହିଛନ୍ତି ଯେ, ଆମେ ଜାନୁଆରୀ 18 ରୁ ପ୍ରଭାବିତ କର୍ମଚାରୀଙ୍କ ସହ ଯୋଗାଯୋଗ କରିବାକୁ ଚେଷ୍ଟା କରୁଛୁ । ଆମାଜନ ଅତୀତରେ ଅନିଶ୍ଚିତ ତଥା ଅର୍ଥନୀତିକ ମାନ୍ଦାବସ୍ତାକୁ ସାମ୍ନା କରିଛି । ତେଣୁ କମ୍ପାନୀ ଛଟେଇ ପ୍ରକ୍ରିୟା ଜାରି ରଖିବ । ଏହି ପରିବର୍ତ୍ତନଗୁଡିକ ଆମକୁ ଅଧିକ ଶକ୍ତିଶାଳୀ, ମୂଲ୍ୟ ସଂରଚନା ସହିତ ଆମର ଦୀର୍ଘମିଆଦି ସୁଯୋଗଗୁଡିକ ଅନୁସରଣ କରିବାରେ ସାହାଯ୍ୟ କରିବ ବୋଲି ଜେସି (Amazon CEO Andy Jassy) କହିଛନ୍ତି । ସେ କହିଛନ୍ତି ଯେ ଯେଉଁମାନେ ପ୍ରଭାବିତ ହୋଇଛନ୍ତି ସେମାନଙ୍କୁ ସହାୟତା କରିବା ପାଇଁ କମ୍ପାନୀ କାର୍ଯ୍ୟ କରୁଛି ଏବଂ ପ୍ୟାକେଜ୍ ଯୋଗାଉଛି ଯେଉଁଥିରେ ଏକ ପୃଥକ ଦେୟ, କ୍ରାନ୍ତିକାରୀ ସ୍ୱାସ୍ଥ୍ୟ ବୀମା ସୁବିଧା ଏବଂ ବାହ୍ୟ ଚାକିରି ସ୍ଥାନିତ ସହାୟତା ରହିଛି ।

ଏହା ମଧ୍ୟ ପଢନ୍ତୁ:- lay off spree: ଟ୍ବିଟର ଓ ମେଟା ପରେ ଆମାଜନ ଓ ମାଇକ୍ରୋସଫ୍ଟରେ ହେବ ଛଟେଇ !

ସୂଚନା ଥାଉକି, ଆମାଜନ ଏହା ପୂର୍ବରୁ ହାର୍ଡୱେୟାର ଏବଂ ସେବା ବିଭାଗରେ କିଛି ଟିମ୍ ଏବଂ କାର୍ଯ୍ୟକ୍ରମକୁ ବନ୍ଦ କରି ଦେଇଥିଲା । ଏହି ସମୟରେ ଜେସି କହିଥିଲେ ଯେ, 2023 ମସିହାରେ ଅନେକ କର୍ମଚାରୀ ସେମାନଙ୍କ ଚାକିରି ହରାଇବାର ସମ୍ଭାବନା ରହିଛି । ଆମାଜନର ଏହି ଛଟେଇକୁ ବିଶ୍ବର ସର୍ବବୃହତ୍ତ ଛଟେଇ ଅଭିଯାନ କୁହାଯାଉଛି, ଯେଉଁଥିରେ କି ହଜାର ହଜାର କର୍ମଚାରୀ ପ୍ରଭାବିତ ହୋଇଛନ୍ତି । ମେଟା ମଧ୍ୟ ଗତ ବର୍ଷ 11,000 କର୍ମଚାରୀଙ୍କୁ ଛଟେଇ କରିଥିବା ବେଳେ 2023 ପ୍ରାରମ୍ଭରେ ଗୁଗୁଲ୍ ବହୁ ସଂଖ୍ୟକ କର୍ମଚାରୀଙ୍କୁ ଛଟେଇ କରିବାକୁ ଯୋଜନା କରୁଛି ।

Last Updated :Jan 5, 2023, 10:08 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.