ETV Bharat / science-and-technology

ସ୍ପେସ୍ ଟେକ୍ନୋଲୋଜି ଷ୍ଟାର୍ଟଅପ୍‌ର ଅଭିବୃଦ୍ଧି ପାଇଁ ଏକାଠି ହେଲେ ISRO-Microsoft

author img

By

Published : Jan 5, 2023, 9:25 PM IST

ଭାରତରେ ସ୍ପେସ୍ ଟେକ୍ନୋଲୋଜି ଷ୍ଟାର୍ଟଅପ୍‌ର ଅଭିବୃଦ୍ଧି ପାଇଁ ମାଇକ୍ରୋସଫ୍ଟ ସହ ସହଯୋଗୀ ହେଲା ISRO(ISRO and Microsoft collaborate to support space-tech start-ups in India) । ଅଧିକ ପଢନ୍ତୁ

ISRO-Microsoft
ISRO-Microsoft

ବେଙ୍ଗାଲୁରୁ: ସ୍ପେସ୍ ଟେକ୍ନୋଲୋଜି ଅଭିବୃଦ୍ଧିରେ ସାମିଲ ହେଲା ମାଇକ୍ରୋସଫ୍ଟ । ଭାରତୀୟ ସ୍ପେସ୍ ରିସର୍ଚ୍ଚ ଅର୍ଗାନାଇଜେସନ୍ ISRO) ଏବଂ ମାଇକ୍ରୋସଫ୍ଟ ଗୁରୁବାର(ଜାନୁଆରୀ 5)ରେ ଦେଶରେ ସ୍ପେସ୍ ଟେକ୍ନୋଲୋଜି ଷ୍ଟାର୍ଟଅପର ଅଭିବୃଦ୍ଧି ପାଇଁ ଏକାଠି ହୋଇଛନ୍ତି(ISRO and Microsoft collaborate to support space-tech start-ups in India) । ଏହି ସହଭାଗିତା ମାଧ୍ୟମରେ, ISRO ଦ୍ୱାରା ଚିହ୍ନିତ ସ୍ପେସ୍ ଟେକ୍ ଷ୍ଟାର୍ଟଅପ୍ ପ୍ରତିଷ୍ଠାତା ହବ୍ ପ୍ଲାଟଫର୍ମ ପାଇଁ ମାଇକ୍ରୋସଫ୍ଟରେ ଅନ୍-ବୋର୍ଡ ହେବ, ଯାହା ସେମାନଙ୍କର ଯାତ୍ରାଠାରୁ ଆରମ୍ଭ କରି ୟୁନିକର୍ଣ୍ଣ ପର୍ଯ୍ୟନ୍ତ ପ୍ରତ୍ୟେକ ପର୍ଯ୍ୟାୟରେ ଷ୍ଟାର୍ଟଅପ୍‌କୁ ସପୋର୍ଟ କରିବ ।

ମାଇକ୍ରୋସଫ୍ଟ ସହିତ ISROର ସହଯୋଗ, AI(Artificial intelligence), ମେସିନ୍ ଲର୍ଣ୍ଣିଂ ଏବଂ ଡିପ୍ ଲର୍ଣ୍ଣିଂ ଭଳି ଅତ୍ୟାଧୁନିକ ପଦ୍ଧତି ବ୍ୟବହାର କରି ବିଭିନ୍ନ ପ୍ରୟୋଗ ପାଇଁ ବିପୁଳ ପରିମାଣରେ ସାଟେଲାଇଟ୍ ଡାଟା ବିଶ୍ଳେଷଣ ତଥା ପ୍ରକ୍ରିୟାକରଣରେ ସ୍ପେସ୍ ଟେକ୍ ଷ୍ଟାର୍ଟଅପ୍‌ମାନଙ୍କୁ ବହୁତ ଲାଭଦାୟକ ହେବ ବୋଲି ISRO ଅଧ୍ୟକ୍ଷ ଏସ ସୋମନାଥ(ISRO Chairman S Somanath) କହିଛନ୍ତି ।

ଏହା ମଧ୍ୟ ପଢନ୍ତୁ:- କୋହଳ ହେବ Twitterର ନୀତି, ଆପ୍‌ରେ ଦେଖିବାକୁ ମିଳିବ ରାଜନୈତିକ ବିଜ୍ଞାପନ !

'ମାଇକ୍ରୋସଫ୍ଟ ଫର୍ ଷ୍ଟାର୍ଟଅପ୍ ପ୍ରତିଷ୍ଠାତା ହବ୍' ମାଧ୍ୟମରେ, ଭାରତରେ ସ୍ପେସ୍-ଟେକ୍ ଷ୍ଟାର୍ଟଅପ୍ ପ୍ରତିଷ୍ଠାତାମାନେ ବୈଷୟିକ ଉପକରଣ ଏବଂ ମାଗଣାରେ ସେମାନଙ୍କ ବ୍ୟବସାୟ ନିର୍ମାଣ ଏବଂ ପରିଚାଳନା ପାଇଁ ଆବଶ୍ୟକ ଉତ୍ସ ପାଇପାରିବେ । ଆଜ୍ୟୁର(Azure), ବେଷ୍ଟ-ଇନ୍-କ୍ଲାସ୍ ଡେଭଲପର୍ ଏବଂ ଗିଟ୍‌ହବ୍ ଏଣ୍ଟରପ୍ରାଇଜ୍(GitHub Enterprise), ଭିଜୁଆଲ୍ ଷ୍ଟୁଡିଓ ଏଣ୍ଟରପ୍ରାଇଜ୍ ଏବଂ ମାଇକ୍ରୋସଫ୍ଟ 365 ସହିତ ପାୱାର୍ BI ଏବଂ ଡାଇନାମିକ୍ସ 365 ସହିତ ସ୍ମାର୍ଟ ଆନାଲିଟିକ୍ସକୁ ପ୍ରବେଶ ଏବଂ ବୈଷୟିକ ସହାୟତା ଏଥିରେ ଅନ୍ତର୍ଭୁକ୍ତ ହୋଇଛି ।

ମାଇକ୍ରୋସଫ୍ଟ ଇଣ୍ଡିଆର ସଭାପତି ଅନନ୍ତ ମହେଶ୍ୱରୀ କହିଛନ୍ତି ଯେ, ଆମର ଟେକ୍ନୋଲୋଜି ଉପକରଣ, ପ୍ଲାଟଫର୍ମ ଏବଂ ମେଣ୍ଟରସିପ୍ ସୁଯୋଗ ମାଧ୍ୟମରେ ଆମେ ଦେଶରେ ସ୍ପେସ୍ ଟେକ୍ ଷ୍ଟାର୍ଟଅପ୍ ସଶକ୍ତିକରଣ ପାଇଁ ପ୍ରତିବଦ୍ଧ । ମାଇକ୍ରୋସଫ୍ଟ ସ୍ପେସ୍ ଇଞ୍ଜିନିୟରିଂଠାରୁ ଆରମ୍ଭ କରି କ୍ଲାଉଡ୍ ଟେକ୍ନୋଲୋଜି, ପ୍ରଡକ୍ଟ ଏବଂ ଡିଜାଇନ୍, ପାଣ୍ଠି ସଂଗ୍ରହ ଓ ବିକ୍ରୟ ଏବଂ ମାର୍କେଟିଂ ପର୍ଯ୍ୟନ୍ତ ସ୍ପେସ୍ ଟେକ୍ ଉଦ୍ୟୋଗୀମାନଙ୍କୁ ମଧ୍ୟ ମେଣ୍ଟରିଂ ସହାୟତା ପ୍ରଦାନ କରିବ ।

ସୂଚନା ଥାଉକି, ଗତବର୍ଷ ଭାରତୀୟ ମହାକାଶ ଗବେଷଣା ଇତିହାସରେ ପ୍ରଥମ କରି ଘରୋଇ ଉଦ୍ୟୋଗର ପ୍ରବେଶ ହୋଇଥିଲା । ହାଇଦ୍ରାବାଦସ୍ଥିତ ସ୍କାଏରୁଟ୍ ଏରୋସ୍ପେସ୍ ଘରୋଇ ମହାକାଶ ଗବେଷଣା କମ୍ପାନୀ ସ୍ବଦେଶୀ ଜ୍ଞାନକୌଶଳରେ ବିକ୍ରମ-ଏସ୍ ପ୍ରସ୍ତୁତ କରିଥିଲା, ଯାହାର ନଭେମ୍ବର 18ରେ ସଫଳ ପରୀକ୍ଷଣ ହୋଇଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.