ETV Bharat / politics

ଓଡିଶାରେ ଭୋଟ ମାଗିଲେ ଯୋଗୀ, କହିଲେ ଆଇନର ବୁଲଡୋଜର ତଳେ ମାଫିଆଙ୍କୁ ଚାପି ଦେବୁ - UP CM Yogi Adityanath Campaign

author img

By ETV Bharat Odisha Team

Published : May 23, 2024, 7:35 PM IST

UP CM Yogi Adityanath Campaign: ଆଜି ତୃତୀୟ ପର୍ଯ୍ୟାୟ ନିର୍ବାଚନର ଶେଷ ଦିନର ପ୍ରଚାରରେ ସାମିଲ ହୋଇଛନ୍ତି ୟୁପି ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟ ନାଥ । ଓଡିଶାର ବିକାଶରେ ବିଜେଡି ସରକାର ବାଧକ ସାଜୁଥିବା ନେଇ ଅଭିଯୋଗ କରିଛନ୍ତି ଯୋଗୀ ଆଦିତ୍ୟନାଥ । ଅଧିକ ପଢନ୍ତୁ

UP CM Yogi Adityanath Campaign
UP CM Yogi Adityanath Campaign (ETV Bharat Odisha)

ଖୋର୍ଦ୍ଧା: ନିର୍ବାଚନୀ ପରିପ୍ରେକ୍ଷୀରେ ବିଜେପିର କେନ୍ଦ୍ରୀୟ ନେତୃତ୍ବଙ୍କ ଫୋକସରେ ଓଡିଶା । ଆଜି ବିଜେପିର ଫାୟାରବ୍ରାଣ୍ଡ ନେତା ତଥା ଉତ୍ତର ପ୍ରଦେଶର ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟ ନାଥ ଓଡିଶାରେ ଗସ୍ତରେ ଆସିଛନ୍ତି । ଆଜି ରାଜ୍ୟର ତୃତୀୟ ପର୍ଯ୍ୟାୟ ନିର୍ବାଚନ ପ୍ରଚାର ଶେଷ ଦିନରେ ଚିଲିକା ନିର୍ବାଚନ ମଣ୍ଡଳୀର ଐତିହାସିକ ପାଲଟନ ପଡିଆରେ ଆୟୋଜିତ ସଭାରେ ସେ ଯୋଗ ଦେଇଥିଲେ । ସେ କହିଥିଲେ ଯେ, ଓଡ଼ିଶାରେ ଚାକରଙ୍କ ସରକାର ନୁହେଁ ଜନତାଙ୍କ ସରକାର ହେବ । ଜମି, ଜଳ, ବାଲି ଓ ଜଙ୍ଗଲ ମାଫିଆଙ୍କୁ ଉତ୍ତର ପ୍ରଦେଶ ଭଳି ଆଇନର ବୁଲଡୋଜର ତଳେ ଚାପି ମୋଦିଙ୍କ ସୁଶାସନ ଓଡ଼ିଶାରେ ପ୍ରତିଷ୍ଠା ହେବ । ଏ ମାଫିଆମାନେ କେବଳ ଓଡ଼ିଶାର ସମ୍ପଦ ଲୁଟ କରି ନାହାନ୍ତି ବରଂ ଜଗନ୍ନାଥ ମହାପ୍ରଭୁଙ୍କ ରତ୍ନ ଭଣ୍ଡାର ଲୁଟିଛନ୍ତି, ଏହାର ମଧ୍ୟ ଖୁଲାସା ହେବ ।

ଏହା ମଧ୍ୟ ପଢନ୍ତୁ ... ପାଣ୍ଡିଆନ ମୁଖ୍ୟମନ୍ତ୍ରୀ ନବୀନଙ୍କୁ କ୍ୟାପଚର କରି ରଖିଛନ୍ତି: ହିମନ୍ତ ବିଶ୍ୱଶର୍ମା - Himanta Sarma Targets VK Pandian

UP CM Yogi Adityanath Campaign (ETV Bharat Odisha)

କେନ୍ଦ୍ରରେ ମୋଦି ସରକାର ଦେଶର ବିଭିନ୍ନ ରାଜ୍ୟରେ ବିକାଶର ପହଞ୍ଚାଉଥିବା ବେଳେ ଓଡିଶାରେ ରାଜ୍ୟ ସରକାର ଏଥିରେ ପ୍ରତିବନ୍ଧକ ସାଜିଛି । କେନ୍ଦ୍ରର ଅନେକ ଜନହିତକର ଯୋଜନାକୁ ରାଜ୍ୟରେ କାର୍ଯ୍ୟକାରୀ ନ କରାଇ ମୋଦି ସରକାରର ଏସବୁ ଯୋଜନାରୁ ଜନସାଧାରଣଙ୍କୁ ବଞ୍ଚିତ କରୁଥିବା ଯୋଗୀ ଅଭିଯୋଗ କରିଛନ୍ତି । କେବଳ ସେତିକି ନୁହେଁ ଦେଶରେ ଧର୍ମ ଆଧାରରେ ସଂରକ୍ଷଣକୁ ବିରୋଧ କରିବା ସହ ସବକା ସାଥ ସବକା ବିକାଶକୁ ପ୍ରାଥମିକତା ଦିଆଯିବ ବୋଲି ଯୋଗୀ ସଭାରେ କହିଥିଲେ । ତେଣୁ ଓଡିଶାରେ ଡବଲ ଇଂଜିନ ସରକାର ଆଣିଲେ ବିକାଶ ତ୍ବରାନ୍ବିତ ହେବା ସହ ପୁରୀକୁ ଅଯୋଧ୍ୟା ଏବଂ କାଶୀ ବିଶ୍ବନାଥ ଭଳି ଏକ ଭବ୍ୟ ପୀଠରେ ପରିଣତ କରାଯିବ ବୋଲି ସେ ପ୍ରତିଶୃତି ଦେଇଥିଲେ ।

ଏହି ବିଜୟୀ ସଂକଳ୍ପ ସମାବେଶରେ ଛତିଶଗଡ ଶିକ୍ଷା ମନ୍ତ୍ରୀ ବ୍ରିଜେଶ ମୋହନ ଅଗ୍ରୱାଲଙ୍କ ସହ ପୁରୀ ଲୋକସଭା ସାଂସଦ ପ୍ରାର୍ଥୀ ସମ୍ବିତ ପାତ୍ର, ଚିଲିକା ନିର୍ବାଚନ ମଣ୍ଡଳୀର ବିଧାୟକ ପ୍ରାର୍ଥୀ ପୃଥ୍ଵୀରାଜ ହରିଚନ୍ଦନ ପ୍ରମୁଖ ଉପସ୍ଥିତ ଥିଲେ । ପୃଥ୍ବୀରାଜ ହରିଚନ୍ଦନ କହିଛନ୍ତି, " ଲୋକମାନେ ପ୍ରଧାନମନ୍ତ୍ରୀ ମୋଦିଙ୍କ ବିକାଶ ସହିତ ଯୋଡି ହୋଇଛନ୍ତି । ରାଜ୍ୟରେ ଡବଲ ଇଞ୍ଜିନ ସରକାର ହେବା ସହ ଚିଲିକାରେ ବିକାଶର ଜୟଯାତ୍ରା ଚାଲିବ ।" ଏହି ଅବସରରେ ଯୋଗୀ ଆଦିତ୍ୟ ନାଥଙ୍କ ଓଡିଶା ଗସ୍ତ ଭାରତୀୟ ଜନତା ପାର୍ଟିର କେନ୍ଦ୍ର ଓ ରାଜ୍ୟରେ ସରକାର ଗଢିବାରେ ଜନ ସମର୍ଥନକୁ ଦ୍ବିଗୁଣିତ କରିବ ବୋଲି ଚିଲିକା ବିଧାନସଭା ବିଧାୟକ ପ୍ରାର୍ଥୀ ପୃଥ୍ବୀରାଜ ହରିଚନ୍ଦନ କହିଥିଲେ ।

ଇଟିଭି ଭାରତ, ଖୋର୍ଦ୍ଧା

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.