ETV Bharat / state

ପାଣ୍ଡିଆନ ମୁଖ୍ୟମନ୍ତ୍ରୀ ନବୀନଙ୍କୁ କ୍ୟାପଚର କରି ରଖିଛନ୍ତି: ହିମନ୍ତ ବିଶ୍ୱଶର୍ମା - Himanta Sarma Targets VK Pandian

author img

By ETV Bharat Odisha Team

Published : May 23, 2024, 4:53 PM IST

Updated : May 23, 2024, 5:11 PM IST

Assam CM Targets VK Pandian: ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱଶର୍ମା ବର୍ତ୍ତମାନ ସମ୍ୱଲପୁର ଗସ୍ତ କରିଛନ୍ତି । ଏହି ସମୟରେ ସେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଟାର୍ଗେଟ କରି ଭିକେ ପାଣ୍ଡିଆନ ଉପରେ ଖୁବ ବର୍ଷିଛନ୍ତି । ଅଧିକ ପଢନ୍ତୁ...

ପାଣ୍ଡିଆନ ଉପରେ ବର୍ଷିଲେ ହିମନ୍ତ ବିଶ୍ୱଶର୍ମା
ପାଣ୍ଡିଆନ ଉପରେ ବର୍ଷିଲେ ହିମନ୍ତ ବିଶ୍ୱଶର୍ମା (ETV Bharat Odisha)

ସମ୍ବଲପୁର: ଓଡ଼ିଶାରେ ନିର୍ବାଚନୀ ତାତି ଦେଖିବାକୁ ମିଳିଥିବା ବେଳେ ବର୍ତ୍ତମାନ ରାଜ୍ୟକୁ ଛୁଟୁଛନ୍ତି ବହୁ କେନ୍ଦ୍ରୀୟ ନେତା । ବିଭିନ୍ନ ଦଳର କେନ୍ଦ୍ରୀୟ ତଥା ହେବିଓ୍ୱେଟ ନେତା ନିଜ ଦଳୀୟ ପ୍ରାର୍ଥୀଙ୍କ ପାଇଁ ଜୋରଦାର ପ୍ରଚାର କରୁଛନ୍ତି । ଏପରି ସମୟରେ ବର୍ତ୍ତମାନ ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱଶର୍ମା ଓଡ଼ିଶା ଗସ୍ତରେ ଆସିଛନ୍ତି । ଆଜି ସେ ସମ୍ବଲପୁର ଗସ୍ତ କରି ପ୍ରଥମେ ସମ୍ବଲପୁରର ଅଧିଷ୍ଠାତ୍ରୀ ଦେବୀ ମା' ସମଲେଶ୍ୱରୀଙ୍କ ମନ୍ଦିରକୁ ଯାଇ ଦର୍ଶନ କରିବା ସହ ଆଶୀର୍ବାଦ ନେଇଛନ୍ତି । ଏହି ସମୟରେ ସେ ଓଡ଼ିଶାର ରାଜନୀତି ଉପରେ ଆଲୋକପାତ କରିବା ସହ ପାଣ୍ଡିଆନ ଉପରେ ଖୁବ ବର୍ଷିଛନ୍ତି । ପାଣ୍ଡିଆନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ କ୍ୟାପଚର କରି ରଖିଥିବା କହିଛନ୍ତି ହିମନ୍ତ ବିଶ୍ୱଶର୍ମା ।

ପାଣ୍ଡିଆନ ଉପରେ ବର୍ଷିଲେ ହିମନ୍ତ ବିଶ୍ୱଶର୍ମା (ETV Bharat Odisha)

ସୂଚନା ଅନୁସାରେ, କେନ୍ଦ୍ରମନ୍ତ୍ରୀ ତଥା ସମ୍ବଲପୁର ସାଂସଦ ପ୍ରାର୍ଥୀ ଧର୍ମେନ୍ଦ୍ର ପ୍ରଧାନଙ୍କ ସହ ଆସାମ ମୁଖ୍ୟମନ୍ତ୍ରୀ ସମ୍ୱଲପୁର ଗସ୍ତ କରିଥିବା ବେଳେ ସେ ଏଠାକାର ଅହମିୟା କବି ଲକ୍ଷ୍ମୀନାଥ ବେଜବରୁଆଙ୍କ ସାଧନାଗୃହ ବୁଲି ଦେଖିଥିଲେ । ଏହା ପରେ ସେ ସ୍ଥାନୀୟ ଗଣମାଧ୍ୟମଙ୍କୁ ପତିକ୍ରିୟା ଦେଇ ଏହି ସାଧନାଗୃହକୁ ସୁରକ୍ଷିତ ରଖିଥିବାରୁ ଏଥିପାଇଁ ସେ ଓଡ଼ିଶା ତଥା ସମ୍ବଲପୁରବାସୀଙ୍କୁ ଧନ୍ୟବାଦ ଦେଇଛନ୍ତି । ଏହାସହ ଆସାମ ଓ ଓଡ଼ିଶା ବାସୀଙ୍କ ଚାଲିଚଳଣି, ଖାଦ୍ୟପେୟ, ସଂସ୍କୃତି ଓ ପରମ୍ପରାରେ ଅନେକ ସାମଞ୍ଜସ୍ୟ ରହିଥିବା ସେ କହିଛନ୍ତି ।

ଏହା ପରେ ଓଡ଼ିଶାରେ ସାଧାରଣ ବିର୍ବାଚନ ଲାଗି ରହିଥିବା ବେଳେ ବର୍ତ୍ତମାନର ରାଜନୈତିକ ସମୀକରଣ ନେଇ ମଧ୍ୟ ପତିକ୍ରିୟା ରଖିଛନ୍ତି । ଏହି ଅବସରରେ ସେ କହିଛନ୍ତି ଯେ "ଏହି ନିର୍ବାଚନ ଓଡ଼ିଶାର ଅସ୍ମିତାର ନିର୍ବାଚନ ଅଟେ l ମୁଁ ବି ଗୋଟିଏ ପ୍ରଦେଶର ମୁଖ୍ୟମନ୍ତ୍ରୀ ଅଟେ l କିନ୍ତୁ ମୁଁ ତ ଏକାକୀ ଆସିଛି, ମୁଁ ଏକାକୀ କଥା ହୋଇପାରୁଛି, ମୁଁ ଲୋକଙ୍କୁ ଭେଟୁଛି, ଲୋକ ମାନେ ମଧ୍ୟ ମତେ ସିଧାସଳଖ ଭେଟି ପାରୁଛନ୍ତି । ଯେମିତି ମୁଁ ଏବେ ଆପଣ ମାନଙ୍କ ସହ କଥାବାର୍ତ୍ତା ହୋଇପାରୁଛି । କିନ୍ତୁ ଓଡ଼ିଶାର ଯେଉଁ ମୁଖ୍ୟମନ୍ତ୍ରୀ ଅଛନ୍ତି, ସେ କାହାକୁ ଏକାକୀ ଭେଟି ପାରୁନାହାନ୍ତି । ଏକାକୀ ଲୋକଙ୍କ ସହ କଥା ହୋଇ ପାରୁନାହାନ୍ତି । ଆଉ ସବୁ ସମୟରେ ତାଙ୍କ ସହ ପାଣ୍ଡିଆନ ରହୁଛନ୍ତି । ଆମକୁ ଜାଣିବାକୁ ପଡିବା ଯେ ନିବୀନ ବାବୁ ସ୍ୱଇଚ୍ଛାରେ ପାଣ୍ଡିଆନ ସହ ରହୁଛନ୍ତି ନାଁ ପାଣ୍ଡିଆନ ଏମିତି କିଛି ଖେଳ କରିଛନ୍ତି ଯେ ନବୀନ ବାବୁ ପାଣ୍ଡିଆନଙ୍କର କବଜାରୁ ବାହାରି ପାରୁନାହାନ୍ତି ।

ସେଥିପାଇଁ ମୋର ମତ ହେଉଛି ଯେ କୌଣସି ହାଇକୋର୍ଟଙ୍କର ଜର୍ଜ ଅଥବା ରାଜ୍ୟପାଳ ନବୀନ ବାବୁଙ୍କ ସହ ଏକାକୀ ୧୦ ମିନିଟ କଥା ହେବାସହ ସେ ଭଲ ଅଛନ୍ତି ନାଁ ନାହିଁ ତାହା ପଚାରିବା ଦରକାର । ଗତ ୧୦ ବର୍ଷ ମଧ୍ୟରେ ବିଜେଡିର କୌଣସି ନେତା ନବୀନ ବାବୁଙ୍କ ସହ ଏକାକୀ କଥା ହୋଇନାହାନ୍ତି । ଯେତେବେଳେ ଭେଟନ୍ତି ତାଙ୍କ ସହ ପାଣ୍ଡିଆନ ଥାଆନ୍ତି ଓ ନବୀନ ବାବୁ କେବଳ ଓକେ ଓକେ କୁହନ୍ତି । ମୁଖ୍ୟମନ୍ତ୍ରୀଙ୍କ ପରି ସାମ୍ବିଧାନିକ ପଦବୀରେ ଥିବା ଜଣେ ବ୍ୟକ୍ତି ପଣ ବନ୍ଦୀ ପରି ପରିସ୍ଥିତିରେ ରହିବା କଥା ଦେଶ ଓ ଓଡିଶା ପାଇଁ ଶୁଭଙ୍କର ନୁହଁ । ମୋତେ ଲାଗୁଛି ନବୀନ ବାବୁଙ୍କୁ ପାଣ୍ଡିଆନ କବଜା (ପଣବନ୍ଦୀ)କରିକି ରଖିଛନ୍ତି । ଯଦି ଏପରି ନୁହଁ ତେବେ ନବୀନ ବାବୁଙ୍କୁ ଅନ୍ତତଃ ଥରେ ଅଧଘଣ୍ଟା ପାଇଁ ଓଡିଶା ଗଣମାଧ୍ୟମ ଙ୍କ ସହ ଭେଟିବାକୁ ଦିଆଯାଉ ବୋଲି ସେ ଦାବି କରଛନ୍ତି ।"


ଏହା ମଧ୍ୟ ପଢନ୍ତୁ: AI ରାଜନୀତି, ବିରୋଧୀଙ୍କୁ କଡା ଜବାବ ଦେଲେ ମୁଖ୍ୟମନ୍ତ୍ରୀ


ସମ୍ବଲପୁର, ଇଟିଭି ଭାରତ

Last Updated : May 23, 2024, 5:11 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.