ETV Bharat / science-and-technology

କୋହଳ ହେବ Twitterର ନୀତି, ଆପ୍‌ରେ ଦେଖିବାକୁ ମିଳିବ ରାଜନୈତିକ ବିଜ୍ଞାପନ !

author img

By

Published : Jan 4, 2023, 3:48 PM IST

ଖୁବ୍‌ଶୀଘ୍ର ନିଜର ବିଜ୍ଞାପନ ନୀତିକୁ କୋହଳ କରିବାକୁ ଚିନ୍ତା କରୁଛି Twitter । ଯାହାଦ୍ବାରା Twitter ବିସ୍ତାରିତ ରାଜନୈତିକ ବିଜ୍ଞାପନ ଦେଖାଇବାକୁ ଯୋଜନା କରୁଛି (Twitter plans to expand political ads soon)। ଅଧିକ ପପଢନ୍ତୁ

Twitter
Twitter

ସାନ ଫ୍ରାନ୍ସିସ୍କୋ: ମାଇକ୍ରୋବ୍ଲଗିଂ ପ୍ଲାଟଫର୍ମ Twitter ମାଲିକାନା ଏଲନ ମସ୍କଙ୍କ ହାତକୁ ଯିବାପରେ ଏହାର ଅନେକ ନୀତିରେ ପରିବର୍ତ୍ତନ ଦେଖିବାକୁ ମିଳିଛି । ଏହି କ୍ରମରେ ଆଜି(ବୁଧବାର) Twitterର ବିଜ୍ଞାପନ ନୀତିରେ ପରିବର୍ତ୍ତନ ହେବ । ଯାହାଦ୍ବାରା ୟୁଜର୍ସ ଆପ୍‌ରେ ରାଜନୈତିକ ବିଜ୍ଞାପନ ମଧ୍ୟ ଦେଖିବାକୁ ପାଇବେ । ରାଜନୈତିକ ବିଜ୍ଞାପନକୁ ବିସ୍ତାର କରିବାକୁ ଯୋଜନା କରୁଛି ସୋସିଆଲ ମିଡିଆ ପ୍ଲାଟଫର୍ମ ଟ୍ବିଟର(Twitter plans to expand political ads soon) । ବିଶ୍ବର ସବୁଠୁ ଲୋକପ୍ରିୟ ମାଇକ୍ରୋବ୍ଲଗିଂ ପ୍ଲାଟଫର୍ମ Twitterର ସେଫ୍‌ଟି ଆକାଉଣ୍ଟରେ ଏହାକୁ ନେଇ ଘୋଷଣା କରାଯାଇଛି ।

ଏହା ମଧ୍ୟ ପଢନ୍ତୁ:- ଜଣେ ବୋକାକୁ ଦାୟିତ୍ବ ଦେଇ ଛାଡିଦେବି ଟ୍ବିଟର CEO ପଦ: ଏଲନ ମସ୍କ

ଟ୍ବିଟ୍‌ରେ କୁହାଯାଇଛି, "କାରଣ ଆଧାରିତ ବିଜ୍ଞାପନ, ଗୁରୁତ୍ୱପୂର୍ଣ୍ଣ ବିଷୟଗୁଡିକ ଉପରେ ସର୍ବସାଧାରଣରେ ଆଲୋଚନାକୁ ସହଜ କରିଥାଏ ବୋଲି ଆମର ବିଶ୍ବାସ । ଆମେ ଆମେରିକା ଆଧାରିତ ବିଜ୍ଞାପନ ପାଇଁ ଆମର ବିଜ୍ଞାପନ ନୀତି କୋହଳ କରିବୁ । ଆଗାମୀ ସପ୍ତାହରେ ରାଜନୈତିକ ବିଜ୍ଞାପନକୁ ଅନୁମତି ଦେଇ ଆମେ ଆପ୍‌ରେ ବିସ୍ଥାରିତ ସ୍ଥାନ ଦେବାକୁ ଯୋଜନା କରୁଛୁ ।" ଟ୍ବିଟର ପକ୍ଷରୁ ଆହୁରି ମଧ୍ୟ କୁହାଯାଇଛି, "ଟିଭି ଓ ଅନ୍ୟ ମିଡିଆ ଆଉଟଲେଟ୍‌ ଭଳି ଆମେ ଆମର ବିଜ୍ଞାପନ ନୀତି ଆଣିବୁ । ଆମେ ଆମ ନୀତିରେ ପରିବର୍ତ୍ତନ ଆଣିବା ସହ ପ୍ରଥମେ ନିଶ୍ଚିତ କରିବୁ ଯେ, ପ୍ରତ୍ୟେକ ବିଷୟବସ୍ତୁର ସମୀକ୍ଷା ଏବଂ ଅନୁମୋଦନ କରିବୁ । ୟୁଜର୍ସଙ୍କ ଓ ସେମାନଙ୍କ କଣ୍ଟେଣ୍ଟ୍‌ର ସୁରକ୍ଷା ଆମର ଆଭିମୁଖ୍ୟ । ଏହାକୁ ନେଇ ଅଧିକ ଅପଡେଟ୍‌ ଆସିଲେ ଆମେ ସେୟାର କରିବୁ ।"

ଏହା ମଧ୍ୟ ପଢନ୍ତୁ:- ଏଲନ ମସ୍କଙ୍କ ବିରୋଧରେ ଲେଖିବାରୁ ଏକାଧିକ ସାମ୍ବିଦିକଙ୍କ ଟ୍ବିଟର ଆକାଉଣ୍ଟ ସସପେଣ୍ଡ

2019ରେ, ଟ୍ୱିଟର ଆନୁଷ୍ଠାନିକ ଭାବରେ ଏହାର ପ୍ଲାଟଫର୍ମରୁ ସମସ୍ତ ପ୍ରକାରର ରାଜନୈତିକ ବିଜ୍ଞାପନ ଉପରେ ପ୍ରତିବନ୍ଧକ ଲଗାଇଥିଲା । ସେତବେଳର CEO ଜ୍ୟାକ୍ ଡୋର୍ସେ(Twitter former CEO Jack Dorsey) ଘୋଷଣା କରିଥିଲେ ଯେ, ମାଇକ୍ରୋ-ବ୍ଲଗିଂ ସାଇଟ୍ ଆଉ ସେଭଳି ବିଜ୍ଞାପନଗୁଡ଼ିକୁ ଅନୁମତି ଦେବ ନାହିଁ । ସେବେଠାରୁ ପ୍ଲାଟଫର୍ମରେ ରାଜନୈକିତ ବିଜ୍ଞାପନ ବନ୍ଦ ଥିଲା । ବର୍ତ୍ତମାନ ଟେସ୍‌ଲା ମାଲିକ ତଥା ଅରବପତି ଏଲନ ମସ୍କ୍‌ ଟ୍ବିଟରକୁ ନିଜ ହାତକୁ ନେବା ପରେ ଏହି ନିୟମରେ ପୁନଃ ପରିବର୍ତ୍ତନ ହେବ ।

ଏହା ମଧ୍ୟ ପଢନ୍ତୁ:- ପ୍ରଶ୍ନ ପଚାରିଛନ୍ତି ଏଲନ ମସ୍କ, ଟ୍ବିଟର ମୁଖ୍ୟ ଭାବେ ମୁଁ ଇସ୍ତଫା ଦେବା ଉଚିତ୍‌ କି ?

ସୂଚନା ଥାଉ କି, ଗତବର୍ଷ ଅକ୍ଟୋବରରେ ଏଲନ ମସ୍କ(Elon Musk) 44 ବିଲିୟନ ଡଲାର ବ୍ୟୟରେ ଟ୍ବିଟରକୁ ନିଜ ଅଧୀନକୁ ନେଇଯାଇ ଥିଲେ । ସେ କମ୍ପାନୀର ମାଲିକ ହେବା ପରଠାରୁ ଏହାର ନୀତିରେ ନାନା ପରିବର୍ତ୍ତନ ଜାରି ରଖିଛନ୍ତି । ତାଙ୍କ ନିଷ୍ପତ୍ତିକୁ କେତେକ ୟୁଜର୍ସ ପସନ୍ଦ କରୁଥିବା ବେଳେ ଅଧିକାଂଶ ନାପସନ୍ଦ କରୁଛନ୍ତି । ତେବେ ମସ୍କଙ୍କ ବର୍ତ୍ତମାନର ନିଷ୍ପତ୍ତି କେଉଁ ମୋଡ ନେଉଛି ତା' ଉପରେ ସମସ୍ତଙ୍କ ନଜର ରହିବ ନିଶ୍ଚୟ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.