ETV Bharat / business

ଏଲନ ମସ୍କଙ୍କ ବିରୋଧରେ ଲେଖିବାରୁ ଏକାଧିକ ସାମ୍ବିଦିକଙ୍କ ଟ୍ବିଟର ଆକାଉଣ୍ଟ ସସପେଣ୍ଡ

author img

By

Published : Dec 16, 2022, 12:12 PM IST

Updated : Dec 16, 2022, 12:18 PM IST

ଏକାଧିକ ସାମ୍ବିଦିକଙ୍କ ଟ୍ବିଟର ଆକାଉଣ୍ଟ ସସପେଣ୍ଡ । ଏଲନ ମସ୍କଙ୍କ ବିରୋଧରେ ଲେଖିବାରୁ ସସପେଣ୍ଡ ହେଲା ଏକାଧିକ ସାମ୍ବାଦିକଙ୍କ ଟ୍ବିଟର ଆକାଉଣ୍ଟ । ଅଧିକ ପଢନ୍ତୁ

ସାମ୍ବିଦିକଙ୍କ ଟ୍ବିଟର ଆକାଉଣ୍ଟ ସସପେଣ୍ଡ
ସାମ୍ବିଦିକଙ୍କ ଟ୍ବିଟର ଆକାଉଣ୍ଟ ସସପେଣ୍ଡ

ହାଇଦ୍ରାବାଦ: ଏକାଧିକ ସାମ୍ବାଦିକଙ୍କ ଟ୍ବିଟର ଆକାଉଣ୍ଟ ସସପେଣ୍ଡ କରିଲେ ଟ୍ବିଟରର ନୂଆ ମାଲିକ ଏଲନ ମସ୍କ । ମସ୍କଙ୍କୁ ଟାର୍ଗେଟ କରିବା ସହ ଟ୍ବିଟର ବିରୋଧରେ ଖବର ପ୍ରସାରଣ କରୁଥିବାକୁ ଆକାଉଣ୍ଟକୁ ସସପେଣ୍ଡ କରାଯାଇଥିବା କୁହାଯାଇଛି(Twitter suspends journalists who wrote about Elon Musk)। ଦି ନ୍ୟୁୟର୍କ ଟାଇମ୍ସ,, ଓ୍ବାଶିଂଟନ ପୋଷ୍ଟ, ସିଏନଏନର ରିପୋର୍ଟର ମାନେ ରହିଛନ୍ତି । ତେବେ କାହିଁକି ଆକାଉଣ୍ଟକୁ ସସପେଣ୍ଡ କରାଯାଇଛି ତାହା କମ୍ପାନୀ ପକ୍ଷରୁ ସ୍ପଷ୍ଟ କରାଯାଇ ନାହିଁ ।

  • Criticizing me all day long is totally fine, but doxxing my real-time location and endangering my family is not

    — Elon Musk (@elonmusk) December 16, 2022 " class="align-text-top noRightClick twitterSection" data=" ">

ଏଲନମସ୍କଙ୍କ ଏଲନଜେଟ ଆକାଉଣ୍ଟକୁ ଅଚଳ କରିବା ପରେ ବର୍ତ୍ତମାନ ଏହି ପଦକ୍ଷେପ ଗ୍ରହଣ କରାଯାଇଛି । ମସ୍କ ଟ୍ବିଟରର ମାଲିକ ହେବା ପରେ ପ୍ରତ୍ୟେକ ଦିନ ନିୟମ ପରିବର୍ତ୍ତନ କରୁଥିବା ବେଳେ କିଛି ସାମ୍ବାଦିକ ମସ୍କଙ୍କ ବିପକ୍ଷରେ ଟ୍ବିଟ କରୁଥିବା କଥା କୁହାଯାଉଛି । ଏହାରି ଭିତରେ ବୁଧବାର ଟ୍ବିଟର ପକ୍ଷରୁ ସେୟାର ଏବଂ ଅନ୍ୟ କାହାର ବିନା ସମ୍ମତିରେ ଲୋକେସନ ସେୟାର ଉପରେ ରୋକ ଲଗାଯାଇଥିଲା । ଏହାକୁ ନେଇ କିଛି ରିପୋର୍ଟର ଗୁରୁବାର ଦିନ କିଛି ରିପୋର୍ଟର ଟ୍ବିଟ କରିଥିବା ବେଳେ ଏହାପରେ ସାମ୍ବାଦିକଙ୍କ ଆକାଉଣ୍ଟକୁ ସସପେଣ୍ଡ କରାଯାଇଛି ।

ଏହା ମଧ୍ୟ ପଢନ୍ତୁ: ଜାତିସଂଘରେ ପୁଣି ବର୍ଷିଲେ ଜୟଶଙ୍କର, କହିଲେ ପାକିସ୍ତାନ ଆତଙ୍କବାଦର କେନ୍ଦ୍ରସ୍ଥଳ

ତେବେ ଗୁରୁବାର ମସ୍କ ଟ୍ବିଟକରି କହିଥିଲେ," ମତେ ସବୁଦିନ ସମାଲେଚନା କରିଲେ ମୋର କିଛି ଫରକ ପଡିବ ନାହିଁ । କିନ୍ତୁ ମୋ ରିୟଲ ଟାଇମ ଲୋକେସନ ଓ ମୋ ପରିବାରକୁ ଟାର୍ଗେଟ କରି ତଥ୍ୟ ସାର୍ବଜନୀନ କରିବା ଆଦୌ ଗ୍ରହଣୀୟ ନୁହେଁ ।" ଜଣଙ୍କ ବ୍ୟକ୍ତିଗତ ତଥ୍ୟକୁ ଶେୟାର କରିବା ଘଟଣାକୁ ଡୋକ୍ସଂ କୁହାଯାଏ ।

ଏହା ମଧ୍ୟ ପଢନ୍ତୁ: ଧନୁ ସଂକ୍ରାନ୍ତି ତିଥିରେ ଶ୍ରୀମନ୍ଦିରରେ ପହିଲି ଭୋଗ ନୀତି, ସ୍ବତନ୍ତ୍ର ଚୁଲିରେ ରନ୍ଧା ହୁଏ ପହିଲି ଭୋଗ

ଆକାଉଣ୍ଟ ସସପେଣ୍ଡ ହେବାପରେ ସାମ୍ବାଦିକ ମେଟ ବିନ୍ଦର କହିଛନ୍ତି, " ହଠାତ୍ ଗୁରୁବାର ରାତିରେ ଆକାଉଣ୍ଟ ସସପେଣ୍ଡ ହୋଇଯାଇଥିଲା । ମୁଁ କିଛି ଲୋକେସନ କି ଡାଟା ସେୟାର କରିନାହିଁ ।"

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : Dec 16, 2022, 12:18 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.