ETV Bharat / bharat

ଯୌନ କେଳେଙ୍କାରୀ ମାମଲା; ନାତିକୁ ୱାର୍ଣ୍ଣିଂ ଦେଲେ ପୂର୍ବତନ ପିଏମ ଦେବେଗୌଡ଼ା - KARNATAKA SEX SCANDAL

author img

By ETV Bharat Odisha Team

Published : May 23, 2024, 6:12 PM IST

KARNATAKA SEX SCANDAL: ଏକାଧିକ ମହିଳାଙ୍କୁ ଯୌନ ନିର୍ଯାତନା ଦେଇ ଫେରାର ନାତି ତଥା କର୍ଣ୍ଣାଟକ ହାସନ ସାଂସଦ ପ୍ରଜ୍ଜ୍ବଳ ରେବନ୍ନା । ନାତିକୁ ୱାର୍ଣ୍ଣିଂ ଦେଲେ ପୂର୍ବତନ ପ୍ରଧାନମନ୍ତ୍ରୀ ଦେବେଗୌଡା । ଅଧିକ ପଢନ୍ତୁ

KARNATAKA SEX SCANDAL
KARNATAKA SEX SCANDAL (ETV Bharat)

ବେଙ୍ଗାଲୁରୁ: କର୍ଣ୍ଣାଟକ ଯୌନ କେଳେଙ୍କାରୀ ଓ ଅଶ୍ଳୀଳ ଭିଡିଓ ମାମଲା । ଏକାଧିକ ମହିଳାଙ୍କୁ ଯୌନ ନିର୍ଯାତନା ଓ 3000 ଅଶ୍ଳୀଳ ଭିଡିଓ ସୁଟିଂ ମାମଲାରେ ଜଡ଼ିତ ନାତି ତଥା ଜେଡିଏସ ସାଂସଦ ପ୍ରଜ୍ଜ୍ବଳ ରେବନ୍ନାକୁ ତାଗିଦ କଲେ ପୂର୍ବତନ ପ୍ରଧାନମନ୍ତ୍ରୀ ଦେବେଗୌଡା । ଘଟଣା ସାମ୍ନାକୁ ଆସିବା ପରେ ନାତି ଫେରାର ଥିବା ବେଳେ ସ୍ବଦେଶ ଫେରିଆସି ଆଇନର ସାମ୍ନା କରିବାକୁ ଦେବେଗୌଡା ପ୍ରଜ୍ଜ୍ବଳଙ୍କୁ କହିଛନ୍ତି ।

ଏନେଇ ନିଜ X ହ୍ୟାଣ୍ଡେଲରେ ପୋଷ୍ଟ କରି ଦେବେଗୌଡା କହିଛନ୍ତି, "ପ୍ରଜ୍ଜ୍ବଳ ରେବନ୍ନା ଯେଉଁଠି ବି ଅଛି ଯଥାଶୀଘ୍ର ସ୍ବଦେଶ ଫେରି ଆସି ଆଇନର ସାମ୍ନା କରିବାକୁ ମୁଁ ୱାର୍ଣ୍ଣିଂ ଦେଇଛି । ସେ ମୋର ସହିବା ଶକ୍ତିକୁ ପରୀକ୍ଷା କରିବା ଉଚିତ ନୁହେଁ ।" ଏହାସହିତ ପୂର୍ବତନ ପ୍ରଧାନମନ୍ତ୍ରୀ ଦେବେଗୌଡା ଏକ ଚିଠି ମଧ୍ୟ ସୋସିଆଲ ମିଡିଆରେ ପୋଷ୍ଟ କରିଛନ୍ତି । ଏଥିରେ ସେ ଲେଖିଛନ୍ତି, " ମେ 18 ତାରିଖରେ ପ୍ରଜ୍ଜ୍ବଳ ରେବନ୍ନା ସମ୍ପର୍କରେ ମୁଁ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇଥିଲି । ସେ ମୋ ପରିବାର, ସହଯୋଗୀ, ବନ୍ଧୁ ପରିଜନ ଓ ଦଳୀୟ କର୍ମୀଙ୍କ ସହିତ ଯାହା ସବୁ କରିଛି ସେହି ଆଘାତରୁ ବାହାରିବା ଲାଗି ମୋତେ କିଛି ସମୟ ଲାଗିଥିଲା । ପୂର୍ବରୁ ବି ମୁଁ କହିଛି ପ୍ରଜ୍ଜ୍ବଳକୁ ସ୍ବଦେଶ ଫେରି ଆସି ଆଇନର ସାମ୍ନା କରିବା ଉଚିତ ।"

ଏହା ବି ପଢନ୍ତୁ- ବଢିଲା ଦୁଷ୍କର୍ମକାରୀ ଅଭିଯୁକ୍ତ ପ୍ରଜ୍ଜ୍ବଳ ରେବନ୍ନାଙ୍କ ଅଡୁଆ, ବ୍ୟାଙ୍କ ଖାତା ଅଚଳ କରିବ SIT

ସେ ଆହୁରି କହିଛନ୍ତି, "ଘଟଣା ସାମ୍ନାକୁ ଆସିବା ପରେ ଏ ସମ୍ପର୍କରେ ମୋ ପୁଅ (ପୂର୍ବତନ କର୍ଣ୍ଣାଟକ ମନ୍ତ୍ରୀ ଏଚ.ଡି କୁମାରସ୍ବାମୀ) ପ୍ରତିକ୍ରିୟା ରଖିଆସିଛି । ଅନେକ ଲୋକ ମୋ ପରିବାରକୁ ନେଇ କଟୁ କଥା କହିଛନ୍ତି । ମୁଁ ଏ ସମ୍ପର୍କରେ ଜାଣିଛି । ସେମାନଙ୍କୁ ରୋକିବାକୁ ମୁଁ ଉଦ୍ୟମ କରୁନାହିଁ । ଏପରିକି ସେମାନଙ୍କୁ ସମାଲୋଚନା କରିବାକୁ ଚାହୁଁନାହିଁ । ମୁଁ ଲୋକଙ୍କୁ ଏହା ମଧ୍ୟ କହିପାରିବିନି ଯେ ପ୍ରଜ୍ଜ୍ବଳର ଏହି କାର୍ଯ୍ୟକଳାପ ସମ୍ପର୍କରେ ମୁଁ ମଧ୍ୟ ଅଜ୍ଞ ଥିଲି ।"

ଏହା ବି ପଢନ୍ତୁ- ନାତି ନାଁରେ ଯୌନ କେଳେଙ୍କାରୀ ମାମଲା, କଣ କହିଲେ ପୂର୍ବତନ ପ୍ରଧାନମନ୍ତ୍ରୀ ଦେବେଗୌଡା

ହାସନ ସାଂସଦ ପ୍ରଜ୍ଜ୍ବଳ ରେବନ୍ନା ଚଳିତ ନିର୍ବାଚନରେ ଏନଡିଏ ପ୍ରାର୍ଥୀ ଭାବେ ପୁଣି ଥରେ ହାସନରୁ ନିର୍ବାଚନ ଲଢୁଛନ୍ତି । ଏହି ଘଟଣା ସାମ୍ନାକୁ ଆସିବା ପରେ ପ୍ରଜ୍ଜ୍ବଳ ଅନେକ ବିବାଦର ସମ୍ମୁଖୀନ ହୋଇଛନ୍ତି । ସେ ଭାରତ ଛାଡି ଜର୍ମାନୀରେ ରହୁଥିବା ଚର୍ଚ୍ଚା ହେଉଛି । ତେବେ ତାଙ୍କୁ ସ୍ବଦେଶ ଫେରାଇ ଆଣିବା ପାଇଁ ବାଧ୍ୟ କରିବା ଲାଗି ତାଙ୍କର ବ୍ୟାଙ୍କ ଖାତାକୁ ଅଚଳ କରିବା ଲାଗି ସ୍ବତନ୍ତ୍ର ତଦନ୍ତକାରୀ ଟିମ ଯୋଜନା କରୁଛି । ପ୍ରଜ୍ଜ୍ବଳଙ୍କୁ ଧରିବା ଲାଗି ଲୁକଆଉଟ ନୋଟିସ ଜାରି ହୋଇଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.