ETV Bharat / bharat

ନାତି ନାଁରେ ଯୌନ କେଳେଙ୍କାରୀ ମାମଲା, କଣ କହିଲେ ପୂର୍ବତନ ପ୍ରଧାନମନ୍ତ୍ରୀ ଦେବେଗୌଡା - Karnataka Sex Scandal

author img

By ETV Bharat Odisha Team

Published : May 18, 2024, 5:27 PM IST

KARNATAKA SEX SCANDAL: ପ୍ରଜ୍ଜ୍ବଳ ରେବନ୍ନା ଯୌନ କେଳେଙ୍କାରୀ ମାମଲାରେ ପ୍ରଥମ ଥର ପ୍ରତିକ୍ରିୟା ରଖିଲେ ପୂର୍ବତନ ପ୍ରଧାନମନ୍ତ୍ରୀ ଦେବେଗୌଡ଼ା । ଅଧିକ ପଢନ୍ତୁ

FORMER PM DEVE GOWDA
FORMER PM DEVE GOWDA (ETV Bharat)

ବେଙ୍ଗାଲୁରୁ: ପୂର୍ବତନ ପ୍ରଧାନମନ୍ତ୍ରୀ ତଥା ଜେଡିଏସ ସୁପ୍ରିମୋ ଏଚ.ଡି ଦେବେଗୌଡ଼ାଙ୍କ ନାତି ପ୍ରଜ୍ଜ୍ବଳ ରେବନ୍ନାଙ୍କ ବିରୋଧରେ ରହିଛି ଯୌନ କେଳେଙ୍କାରୀ ମାମଲା । ଏହି ମାମଲା ଗତ କିଛି ଦିନ ଧରି କର୍ଣ୍ଣାଟକ ରାଜନୀତିରେ କମ୍ପନ ସୃଷ୍ଟି କରିଥିବା ବେଳେ ଏନେଇ ଆଜି ପ୍ରଥମ ପ୍ରତିକ୍ରିୟା ରଖିଛନ୍ତି ଦେବେଗୌଡ଼ା । ଯଦି ପ୍ରଜ୍ଜ୍ବଳ ପ୍ରକୃତରେ ଦୋଷୀ ତେବେ ତାଙ୍କ ବିରୋଧରେ ଯେକୌଣସି କାର୍ଯ୍ୟାନୁଷ୍ଠାନ ନିଆଗଲେ, ତାଙ୍କର କୌଣସି ଆପତ୍ତି ନାହିଁ ବୋଲି ସେ କହିଛନ୍ତି । ପ୍ରଜ୍ଜ୍ବଳଙ୍କ ବିରୋଧରେ ହଜାର ହଜାର ମହିଳାଙ୍କୁ ଦୁଷ୍କର୍ମ କରିବା ସହ 3000 ଭିଡିଓ ଉତ୍ତୋଳନ କରିଥିବା ଅଭିଯୋଗ ରହିଛି ।

ପଦ୍ମାନଭବଗନର ସ୍ଥିତ ବାସଭବନରେ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ ଦେବେଗୌଡା କହିଛନ୍ତି, "ପ୍ରଜ୍ଜ୍ବଳ ରେବନ୍ନା ବିଦେଶରେ ଅଛନ୍ତି । ଏନେଇ ଆମ ପରିବାର ପକ୍ଷରୁ କୁମାରସ୍ବାମୀ ପୂର୍ବରୁ ସୂଚନା ଦେଇସାରିଛନ୍ତି । ପ୍ରଜ୍ଜ୍ବଳ ବିରୋଧରେ ଯାହା ବି ଅଭିଯୋଗ ରହିଛି ସରକାରଙ୍କ କର୍ତ୍ତବ୍ୟ ଆଇନ ଅନୁସାରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବେ । ଯଦି ପ୍ରଜ୍ଜ୍ବଳ ପ୍ରକୃତରେ ଦୋଷୀ ତେବେ ତାଙ୍କ ବିରୋଧରେ ଯେକୌଣସି କାର୍ଯ୍ୟାନୁଷ୍ଠାନ ନିଆଗଲେ, ତାଙ୍କର କୌଣସି ଆପତ୍ତି ନାହିଁ । ତେବେ ଏହି ଘଟଣାରେ ଅନ୍ୟ କିଛି ବ୍ୟକ୍ତିଙ୍କ ସମ୍ପୃକ୍ତି ମଧ୍ୟ ରହିଛି । ମୁଁ କାହା ନାଁ ନେବାକୁ ଚାହୁଁନାହିଁ । ଯିଏ ବି ଦୋଷୀ ସାବ୍ୟସ୍ତ ହେବେ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । ପୀଡ଼ିତଙ୍କ ପରିବାରକୁ ଉଚିତ ନ୍ୟାୟ ଓ କ୍ଷତିପୂରଣ ପ୍ରଦାନ କରାଯିବ ।"

ଏହା ବି ପଢନ୍ତୁ- କର୍ଣ୍ଣାଟକ ଅଶ୍ଳୀଳ ଭିଡିଓ କେଳେଙ୍କାରୀ: ବିଜେପି ନେତାଙ୍କ ସହଯୋଗୀ ସମେତ ୨ ଅଭିଯୁକ୍ତ ଗିରଫ

ଏଚ.ଡି ଦେବେଗୌଡାଙ୍କ ବିଧାୟକ ପୁଅ ଏଚ.ଡି ରେବନ୍ନା ଓ ସାଂସଦ ନାତି ପ୍ରଜ୍ଜ୍ବଳ ରେବନ୍ନା ଏହି ମାମଲାରେ ଛନ୍ଦି ହୋଇଛନ୍ତି । ରେବନ୍ନା ଏସଆଇଟି ଦ୍ବାରା ଗିରଫ ହୋଇ ଏବେ ହେପାଜତରେ ରହିଛନ୍ତି । ପ୍ରଜ୍ଜ୍ବଳଙ୍କ ବିରୋଧରେ ଏହି ମାମଲା ସାମ୍ନାକୁ ଆସିବା ପରେ ସେ ବିଦେଶ ପଳାୟନ କରିଥିଲେ । ଏବେ ସେ ଜର୍ମାନୀରେ ଥିବା ବିଭିନ୍ନ ସୂତ୍ରରୁ ଜଣାପଡ଼ିଛି । ସେପଟେ ଏଚ.ଡି ରେବନ୍ନାଙ୍କୁ ଗିରଫ କରିଛି ଏସଆଇଟି ଟିମ । ତାଙ୍କ ବିରୋଧରେ ଅପହରଣ ଓ ଦୁଷ୍କର୍ମ ମାମଲା ମଧ୍ୟ ରହିଛି ।

ଏହା ବି ପଢନ୍ତୁ- ବିନା ପ୍ରମାଣରେ ରାଜନୈତିକ ଷଡ଼ଯନ୍ତ୍ର କରି ମୋତେ ଗିରଫ କରାଯାଇଛି: ଏଚଡି ରେବନ୍ନା

ଏଚଡି ରେବନ୍ନାଙ୍କ ପୁଅ ପ୍ରଜ୍ଜ୍ବଳ ରେବନ୍ନାଙ୍କ ଦ୍ବାରା ଯୌନ ଶୋଷଣର ଶିକାର ହୋଇଥିବା ଜଣେ ମହିଳାଙ୍କୁ ଏଚଡି ରେବନ୍ନା ଅପହରଣ କରି ନେଇଥିବା ଅଭିଯୋଗ ହୋଇଥିଲା । ଏନେଇ ପୀଡ଼ିତାଙ୍କ ପୁଅ ମେ 2 ତାରିଖରେ ଥାନାରେ ଅଭିଯୋଗ କରିଥିଲେ । ଦୁଷ୍କର୍ମ ଭିଡିଓ ଭାଇରାଲ ହେବା ପରେ ମହିଳାଙ୍କୁ ଅପହରଣ କରାଯାଇଥିବା ପୀଡ଼ିତାଙ୍କ ପୁଅ ଅଭିଯୋଗ କରିଥିଲେ । ଏଚଡି ରେବନ୍ନା ହାସନ ଜିଲ୍ଲାର ହୋଲେନାରାସିପୁରା ବିଧାନସଭା ନିର୍ବାଚନମଣ୍ଡଳୀରୁ ବିଧାୟକ ଅଛନ୍ତି । ସେ ପୂର୍ବତନ କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ଏଚଡି କୁମାରସ୍ବାମୀଙ୍କ ବଡ଼ ଭାଇ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.