ETV Bharat / state

ଦୁର୍ଘଟଣାରେ ଆଖି ବୁଜିଲେ CRPF ଯବାନ, ଗାର୍ଡ ଅଫ୍ ଅନର ସହ ଶେଷକୃତ୍ୟ ସମ୍ପନ୍ନ - CRPF JAWAN DIES

author img

By ETV Bharat Odisha Team

Published : May 23, 2024, 8:40 PM IST

Jawan Dies in Road Accident: ସଡ଼କ ଦୁର୍ଘଟଣାରେ ଜଣେ CRPF ଯବାନଙ୍କ ମୃତ୍ୟୁ ହୋଇଛି । ନୂଆପଡା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସାଧୀନ ଅବସ୍ଥାରେ ଯବାନଙ୍କର ମୃତ୍ୟୁ ହୋଇଥିଲା । ଅଧିକ ପଢ଼ନ୍ତୁ,

Jawan Dies in Road Accident
Jawan Dies in Road Accident (ETV Bharat Odisha)

ନୂଆପଡା: ଦୁର୍ଘଟଣାରେ CRPF 216 ବାଟାଲିୟନର ଯବାନଙ୍କ ମୃତ୍ୟୁ । ମୃତ ଯବାନ ହେଉଛନ୍ତି ନୂଆପଡା ଜିଲ୍ଲା ବୋଡେନ ବ୍ଲକ ଖୀରମାଲର ଚୈତନ୍ୟ ଶବର । ଚୈତନ୍ୟ ନୂଆପଡା ଜିଲ୍ଲା ମାଓ ପ୍ରବଣ ସୁନାବେଡା ଅଭୟାରଣ୍ୟରେ ଦାଥୁନାମା CRPF କ୍ୟାମ୍ପରେ ରହି କାମ କରୁଥିଲେ । ଚୈତନ୍ୟ ଆଜି ସକାଳେ କୌଣସି କାମ ପାଇଁ CRPF କ୍ୟାମ୍ପରୁ ତଳି ଅଞ୍ଚଳ କୋମନାକୁ ଆସିଥିଲେ । କାମ ସାରି ଅପରାହ୍ନରେ CRPF କ୍ୟାମ୍ପକୁ ଫେରି ଯାଉଥିବା ବେଳେ ଜାତୀୟ ରାଜପଥ କୋମନା ବ୍ଲକ ବିରୁନପଦର ଛକ ନିକଟରେ ପଛପଟୁ ଏକ ଦୃତ ଗାମୀ ମାଲ ବୋଝେଇ ଟ୍ରକ ଧକ୍କା ଦେଇଥିଲା ।

Jawan Dies in Road Accident (ETV Bharat Odisha)

ଦୁର୍ଘଟଣାରେ ଯବାନଙ୍କ ମୁଣ୍ଡରେ ଆଘାତ ଲାଗିବା ସହିତ ଗୋଡ଼ ଭାଙ୍ଗି ଯାଇଥିଲା । ଗୁରୁତର ଅବସ୍ଥାରେ ଲୋକେ ତାଙ୍କୁ ଉଦ୍ଧାର କରି ପ୍ରଥମେ କୋମନା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଚିକିତ୍ସା କରିଥିଲେ । ପରେ ତାଙ୍କ ଅବସ୍ଥା ସଙ୍କଟାପନ୍ନ ହେବାରୁ ତାଙ୍କୁ ନୂଆପଡା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଥିଲା । ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ଯବନଙ୍କର ମୃତ୍ୟୁ ହୋଇଥିଲା । ଘଟଣାର ଖବର ପାଇ କୋମନା ପୋଲିସ ମୃତଦେହ ଜବତ କରିଥିଲେ । ପରେ ମୃତଦେହ ବ୍ୟବଚ୍ଛେଦ ପାଇଁ ପ୍ରସ୍ତୁତି ଆରମ୍ଭ କରିଥିଲେ ।

ତେବେ ଦୁର୍ଘଟଣା ଘଟାଇଥିବା ମାଲ ବୋଝେଇ ଟ୍ରକକୁ ଜବତ କରି ଅଧିକ ତଦନ୍ତ ଚଳାଇଛି କୋମନା ପୋଲିସ । ଏପଟେ ମୃତ ଯବାନଙ୍କ ମୃତଦେହ ନିଜ ପୈତୃକ ଗାଁ ଖୀରମାଲକୁ ଅଣାଯାଇଥିଲା । ପରେ ଖୀରମାଲ ମଶାଣିରେ ତାଙ୍କୁ ଗାର୍ଡ ଅଫ ଅନର ଦିଆଯାଇ ଅନ୍ତିମ ସଂସ୍କାର ଶେଷ କରାଯାଇଥିଲା । ଗାଁରେ ଯବାନଙ୍କ ମୃତଦେହ ପହଞ୍ଚିବା ପରେ ଗାଁରେ ଏକ ଶୋକାକୁଳ ପରିବେଶ ସୃଷ୍ଟି ହୋଇଥିଲା । ଚୈତନ୍ୟ ଶବର ଅମର ରହେ ସ୍ଲୋଗାନରେ ପ୍ରକମ୍ପିତ ହୋଇ ଉଠିଥିଲା ଖୀରମାଲ ଗାଁ । ଏନେଇ ଶବର ସାମାଜର ସଭାପତି ବାଳକୃଷ୍ଣ ଶବର ଗାଁ ମଶାଣିକୁ ପହଞ୍ଚି ଶ୍ରଦ୍ଧାଞ୍ଜଳି ଜଣାଇବା ସହିତ ଶୋକସନ୍ତପ୍ତ ପରିବାର ଲୋକଙ୍କୁ ବୁଝାଇଛନ୍ତି ।

ଏହା ମଧ୍ୟ ପଢ଼ନ୍ତୁ.. ଟ୍ରେନରେ ବଡ଼ ଅଘଟଣ, ଅଗ୍ନି ନିର୍ବାପକ ଯନ୍ତ୍ର ଫାଟିବାରୁ ଚାଲିଗଲା RPF ଯବାନଙ୍କ ଜୀବନ - RPF Jawan Died In Train Blast

ଏହା ମଧ୍ୟ ପଢ଼ନ୍ତୁ..ହାତୀ ଦାନ୍ତ ବିକ୍ରି ପାଇଁ ଚାଲିଥିଲା ଡିଲ୍: ମାଡି ବସିଲା ବନ ବିଭାଗ, 11 ଗିରଫ - Elephant Tusks Seized

ଏହା ମଧ୍ୟ ପଢ଼ନ୍ତୁ.. ଗ୍ୟାସ ଡିପୋରୁ ସିଲିଣ୍ଡର ଚୋରି, ୮ ଚୋର ଗିରଫ - Gas Cylinder Theft

ଇଟିଭି ଭାରତ, ନୂଆପଡ଼ା

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.