ETV Bharat / state

ହାତୀ ଦାନ୍ତ ବିକ୍ରି ପାଇଁ ଚାଲିଥିଲା ଡିଲ୍: ମାଡି ବସିଲା ବନ ବିଭାଗ, 11 ଗିରଫ - Elephant Tusks Seized

author img

By ETV Bharat Odisha Team

Published : May 23, 2024, 5:26 PM IST

Elephant Tusks Seized: ହାତୀ ଦାନ୍ତ ଚୋରା କାରବାରରେ 11 ଜଣକୁ ଗିରଫ କରିଛି ବନ ବିଭାଗ । ସାଙ୍ଗରେ ଜବତ ହୋଇଛି ହାତୀ ଦାନ୍ତ । ଅଧିକ ପଢନ୍ତୁ,

Elephant Tusks Seized
Elephant Tusks Seized (Elephant Tusks Seized)

ଭୁବନେଶ୍ବର/ରାଉରକେଲା: ହାତୀ ଦାନ୍ତ ଡିଲ ବେଳେ ମାଡ଼ି ବସିଲା ବନ ବିଭାଗ। 11 ଜଣଙ୍କୁ ଗିରଫ କରିବା ସହିତ ଦୁଇଟି ହାତୀ ଦାନ୍ତ ଜବତ। ରାଜ୍ୟରେ ହାତୀଙ୍କୁ ଆକ୍ରମଣ କରି ସେମାନଙ୍କର ଦାନ୍ତକୁ ଚୋରା ଚାଲାଣ କରାଯାଉଛି। ବେଆଇନ ଭାବରେ ବିକ୍ରି କରାଯାଉଛି। ରାଜ୍ୟ ତଥା ରାଜ୍ୟ ବାହାରକୁ ହାତୀ ଦାନ୍ତ ପଠାଇ ଲକ୍ଷାଧିକ ଟଙ୍କା ରୋଜଗାର କରୁଛନ୍ତି ଦୁର୍ବୃକ୍ତ। ଯାହାର ସୂଚନା ଦେଇଛନ୍ତି ବନ୍ୟପ୍ରାଣୀ ପିସିସିଏଫ୍ ସୁଶାନ୍ତ ନନ୍ଦ।

Elephant Tusks Seized (ETV Bharat Odisha)

ସୂଚନା ମୁତାବକ, ଗତକାଲି ମଧ୍ୟ ରାତିରେ ବେଆଇନ ଭାବରେ ହାତୀ ଦାନ୍ତ ଡ଼ିଲ କରାଯାଉଥିବା ବେଳେ ମାଡ଼ିବସି ଥିଲା ବନ ବିଭାଗ। ରାଉରକେଲା ଏବଂ ବାଙ୍କି ଡିଭିଜନର ବନ ଅଧିକାରୀ ସୂଚନା ପାଇ ବିଭିନ୍ନ ସ୍ଥାନରେ ଚଢାଉ କରିଥିଲେ। ତେବେ ଚଢ଼ାଉ ବେଳେ ଦୁଇଟି ହାତୀ ଦାନ୍ତ ଏବଂ 12 ଟି ମୋବାଇଲ ଫୋନ ଜବତ କରିବା ସହ 11 ଜଣଙ୍କୁ ଗିରଫ କରାଯାଇଛି। ଏନେଇ ଅଧିକ ଅନୁସନ୍ଧାନ ଚାଲିଛି। ତେବେ ହାତୀ ଦାନ୍ତ 22 ଏବଂ 24 ଇଞ୍ଚର ହେବ ବୋଲି ସୂଚନା ମିଳିଛି। ବର୍ତ୍ତମାନ ଏହି 11 ଜଣଙ୍କୁ ପଚରାଉଚରା କରାଯାଉଛି ବୋଲି ଏକ୍ସରେ ସୂଚନା ଦେଇଛନ୍ତି ବନ୍ୟପ୍ରାଣୀ ପିସିସିଏଫ୍ ସୁଶାନ୍ତ ନନ୍ଦ। ଅନ୍ୟପଟେ ଏହି ହାତୀ ଦାନ୍ତ ଦ୍ବୟ ଲକ୍ଷାଧିକ ଟଙ୍କାର ହେବ ବୋଲି ସୂଚନା ମିଳିଛି। ତେବେ ହାତୀ ଦାନ୍ତ କେଉଁଠାରୁ ଆସିଲା। କେଉଁ ଜଙ୍ଗଲରେ ହାତୀଙ୍କୁ ହତ୍ୟା କରାଯାଇଛି। ଆଉ କେତେଜଣ ଏହି ଘଟଣାରେ ସଂପୂର୍କ୍ତ ରହିଛନ୍ତି। ଏହା ସହ ଏହି ହାତୀ ଦାନ୍ତ କାହାକୁ ଚାଲାଣ କରାଯାଉଛି ସେନେଇ ତଦନ୍ତ କରାଯାଉଛି।

ଏହା ମଧ୍ୟ ପଢ଼ନ୍ତୁ.. ଆତଙ୍କ ଖେଳାଇଥିଲା ବାଘ, ଧରି ନେଲା ବନବିଭାଗ - Tiger Tranquilized

ସୂଚନା ଅନୁଯାୟୀ, ଚଳିତ ବର୍ଷ ମାର୍ଚ୍ଚ ମାସରେ ରାୟଗଡା ବନଖଣ୍ଡ କଲ୍ୟାଣସିଂହପୁର ରେଞ୍ଜରେ ଦୁଇଟି ହାତୀ ଦାନ୍ତ ଜବତ କରାଯିବା ସହ ଦୁଇ ଜଣଙ୍କୁ ଅଟକ ରଖି ପଚରାଉଚରା କରାଯାଇଥିଲା। ଅନ୍ୟପଟେ ଚଳିତ ବର୍ଷ ଜାନୁଆରୀ ମାସରେ ଦେବଗଡରେ ହାତୀ ଦାନ୍ତ ଚୋରାଚାଲଣ ବେଳେ DRI ଚଢାଉ କରିଥିଲା। ଦୁଇଟି ହାତୀ ଦାନ୍ତ ସମେତ ୩ ଜଣଙ୍କୁ ଗିରଫ କରାଯାଇଛି। ହାତୀ ଦାନ୍ତ ଚୋରା ଚାଲାଣରେ ଜଣେ ସୁନା ବ୍ୟବସାୟୀଙ୍କ ଲିଙ୍କ୍ ଥିବା ମଧ୍ୟ ଜଣାପଡିଥିଲା। ତେବେ ବାରମ୍ବାର ରାଜ୍ୟରେ ହାତୀ ଦାନ୍ତ ଚୋରା ଚାଲାଣ କରାଯାଉଛି। ବିଭିନ୍ନ ଜଙ୍ଗଲରୁ ହାତୀ ଦାନ୍ତ ଯେଭଳି ଭାବରେ ଜବତ କରାଯାଉଛି ବାଘ ଛାଲ ମଧ୍ୟ ସେତିକି ମାତ୍ରାରେ ଜବତ କରାଯାଉଛି। ଏହା ସହ ଶିକାରୀଙ୍କୁ ମଧ୍ୟ ଗିରଫ କରୁଛି ବନ ବିଭାଗ। ହେଲେ ହାତୀ ହେଉ ବା ବାଘ ଅନ୍ୟ ବନ୍ୟଜନ୍ତୁଙ୍କ ସୁରକ୍ଷା ବିଫଳ ହେଉଛନ୍ତି ସରକାର।

ଇଟିଭି ଭାରତ, ଭୁବନେଶ୍ବର ଓ ରାଉରକେଲା

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.