ETV Bharat / bharat

ଟ୍ରେନରେ ବଡ଼ ଅଘଟଣ, ଅଗ୍ନି ନିର୍ବାପକ ଯନ୍ତ୍ର ଫାଟିବାରୁ ଚାଲିଗଲା RPF ଯବାନଙ୍କ ଜୀବନ - RPF Jawan Died In Train Blast

author img

By ETV Bharat Odisha Team

Published : Apr 22, 2024, 1:50 PM IST

RPF Jawan Died In Train Blast
RPF Jawan Died In Train Blast

RPF Jawan Died In Train Blast: ଟ୍ରେନରେ ଦୁର୍ଘଟଣା । ଟ୍ରେନରେ ଫାଟିଲା ଅଗ୍ନି ନିର୍ବାପକ ଯନ୍ତ୍ର । ଅଗ୍ନି ନିର୍ବାପକ ଯନ୍ତ୍ର ଫାଟିବାରୁ ଆରପିଏଫ ଯବାନଙ୍କ ମୃତ୍ୟୁ । ଶ୍ରମିକ ଏକ୍ସପ୍ରେସରେ ଘଟିଛି ଏହି ଅଘଟଣ । ଅଧିକ ପଢନ୍ତୁ

ପାଟନା: ଟ୍ରେନରେ ଆଶ୍ଚର୍ଯ୍ୟଜନକ ଘଟଣା । ଫାଟିଲା ଅଗ୍ନି ନିର୍ବାପକ ଯନ୍ତ୍ର । ଆଜି(ସୋମବାର) ସକାଳେ ବଲସାଡରୁ ମୁଜାଫରପୁରକୁ ଆସିଥିବା ଶ୍ରମିକ ଏକ୍ସପ୍ରେସରେ ଅଗ୍ନି ନିର୍ବାପକ ଯନ୍ତ୍ର ବିସ୍ଫୋରଣ ହୋଇଛି । ଏଥିରେ ଜଣେ ଆରପିଏଫ ଯବାନଙ୍କ ମୃତ୍ୟୁ ହୋଇଛି । ଶ୍ରମିକ ଏକ୍ସପ୍ରେସ ମୁଜାଫରପୁର ଜଙ୍କସନଠାରେ ଛିଡା ହୋଇଥିବା ବେଳେ ଏହି ଦୁର୍ଘଟଣା ଘଟିଛି । ତେବେ ସୌଭାଗ୍ୟବଶତଃ ବିସ୍ଫୋରଣ ସମୟରେ ଟ୍ରେନରେ କୌଣସି ଯାତ୍ରୀ ନଥିଲେ ।

ଆରପିଏଫ ଯବାନଙ୍କ ମୃତ୍ୟୁ: ସୂଚନା ଅନୁସାରେ, ଟ୍ରେନଟି ଠିକ ସମୟରେ ମୁଜାଫରପୁର ଜଙ୍କସନରେ ପହଞ୍ଚିଥିଲା । ତେବେ ପ୍ରଥମେ S8 ବଗିରେ ସର୍ଟ ସର୍କିଟ ଯୋଗୁଁ ନିଆଁ ଲାଗିଯାଇଥିଲା । ସୂଚନା ପାଇବା ମାତ୍ରେ ଆରପିଏଫ ଯବାନ ଘଟଣାସ୍ଥଳରେ ପହଞ୍ଚି ଅଗ୍ନି ନିର୍ବାପକ ଯନ୍ତ୍ର ସାହାଯ୍ୟରେ ନିଆଁ ଲିଭାଇବା ପାଇଁ ଚେଷ୍ଟା କରିଥିଲେ । ଏହି ସମୟ ମଧ୍ୟରେ ଅଗ୍ନି ନିର୍ବାପକ ବିସ୍ଫୋରଣ ହୋଇଥିଲା । ଫଳରେ ଆରପିଏଫ ଯବାନ ଗୁରୁତର ଆହତ ହୋଇଥିଲେ । ତାଙ୍କୁ ତୁରନ୍ତ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲେ ସୁଦ୍ଧା ସେ ଜୀବନ ଯୁଦ୍ଧରେ ହାରି ଯାଇଥିଲେ । ଏହି ଘଟଣା ପରେ ଆରପିଏଫ, ଜିଆରପି, ଷ୍ଟେସନ ମାଷ୍ଟର ଅଖିଳେଶ ସିଂ, ଷ୍ଟେସନ ନିର୍ଦ୍ଦେଶକ ଏବଂ ଅନ୍ୟ ରେଳ ଅଧିକାରୀ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି । ତେବେ ଅଗ୍ନି ନିର୍ବାପକ ଯନ୍ତ୍ର ଫାଟିବା ଘଟଣା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଦେଇଛି ।

ଏହା ମଧ୍ୟ ପଢନ୍ତୁ: ମାଲଗାଡ଼ିକୁ ଧକ୍କା ଦେଲା ସାବରମତୀ ଏକ୍ସପ୍ରେସ, 4 ବଗି ଲାଇନଚ୍ୟୁତ

ସଟ୍ ସର୍କିଟରୁ ଲାଗିଥିଲା ନିଆଁ: ଏହି ଘଟଣା ସମ୍ପର୍କରେ ଆରପିଏଫ ଇନ୍ସପେକ୍ଟର ମନୀଷ କୁମାର କହିଛନ୍ତି, "ଟ୍ରେନଟି ଜଙ୍କସନର 5 ନମ୍ବର ପ୍ଲାଟଫର୍ମରେ ପହଞ୍ଚିଥିଲା । ସେହି ସମୟରେ ଆରପିଏଫ ଯବାନ ଡ୍ୟୁଟିରେ ରହିଥିଲେ । ତେବେ ଏହି ସମୟରେ ଯବାନ ଜଣକ ସର୍ଟସର୍କିଟରୁ ନିଆଁ ବାହାରୁଥିବା ଦେଖିବାକୁ ପାଇଥିଲେ । ତତକ୍ଷଣାତ ନିଆଁ ଲିଭାଇବା ପାଇଁ ଚେଷ୍ଟା କରିଥିଲେ । ଏହି ସମୟରେ ଅଗ୍ନି ନିରାପକ ଯନ୍ତ୍ର ବ୍ଲାଷ୍ଟ ହୋଇଯାଇଥିଲା । ପ୍ରଥମେ ଯବାନଙ୍କୁ ଗୁରୁତର ଅବସ୍ଥାରେ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । କିନ୍ତୁ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଛି । "

ଅନ୍ୟପଟେ ଜିଆରପି ରଞ୍ଜିତ କୁମାର କହିଛନ୍ତି, "ପୋଷ୍ଟମର୍ଟମ ପାଇଁ ଆରପିଏଫ ଯବାନଙ୍କ ମୃତଦେହ ପଠାଯାଇଛି । ଏଫଏସଏଲ ଟିମକୁ ମଧ୍ୟ ଘଟଣାସ୍ଥଳକୁ ଡକାଯାଇଛି । ବର୍ତ୍ତମାନ ତଦନ୍ତ ଜାରି ରହିଛି । ଶେଷ ହେବା ପରେ ପ୍ରକୃତ ଘଟଣା ସାମ୍ନାକୁ ଆସିପାରିବ । "

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.