ETV Bharat / bharat

ମାଲଗାଡ଼ିକୁ ଧକ୍କା ଦେଲା ସାବରମତୀ ଏକ୍ସପ୍ରେସ, 4 ବଗି ଲାଇନଚ୍ୟୁତ

author img

By ETV Bharat Odisha Team

Published : Mar 18, 2024, 9:57 AM IST

Sabarmati Agra Train Accident
Sabarmati Agra Train Accident

Train Accident in Ajmer: ଏକ ମାଲବାହୀ ଟ୍ରେନ ଟ୍ରାକରେ ଛିଡ଼ା ହୋଇଥିବା ବେଳେ ପଛରୁ ଧକ୍କା ଦେଲା ସାବରମତୀ ସୁପରଫାଷ୍ଟ ଏକ୍ସପ୍ରେସ । 4 ବଗି ଲାଇନଚ୍ୟୁତ । ଅଧିକ ପଢନ୍ତୁ

ଜୟପୁର: ରାଜସ୍ଥାନ ଅଜମେରରେ ଟ୍ରେନ ଦୁର୍ଘଟଣା । ମାଲବାହୀ ଟ୍ରେନକୁ ଧକ୍କା ଦେଲା ଏକ୍ସପ୍ରେସ ଟ୍ରେନ୍ । ଫଳରେ ସୁପରଫାଷ୍ଟ ଏକ୍ସପ୍ରେସର 4 ବଗି ଲାଇନଚ୍ୟୁତ ହୋଇଯାଇଛି । ସୂଚନା ଅନୁସାରେ, ରାଜସ୍ଥାନ ଅଜମେର ମଦାର ଷ୍ଟେସନ ନିକଟରେ ଏକ ମାଲବାହୀ ଟ୍ରେନ ଟ୍ରାକ୍ ଉପରେ ଛିଡା ହୋଇଥିବା ବେଳେ ସାବରମତୀ ସୁପରଫାଷ୍ଟ ଏକ୍ସପ୍ରେସ ପଛପଟୁ ଆସି ଧକ୍କା ଦେଇଥିଲା । ଫଳରେ ଟ୍ରେନର 4ଟି ବଗି ଟ୍ରାକ୍ ତଳକୁ ଖସି ଯାଇଥିବା ସୂଚନା ରହିଛି । ଯଦି କହିବା ଏକ ବଡ ଦୁର୍ଘଟଣା ଟଳି ଯାଇଛି । ବର୍ତ୍ତମାନ ସୁଦ୍ଧା କୌଣସି ଗମ୍ଭୀର ଯାତ୍ରୀ ଆହତ ହୋଇଥିବା ସୂଚନା ନାହିଁ । କେତେକ ଯାତ୍ରୀ ସାମାନ୍ୟ ଆହତ ହୋଇଛନ୍ତି । ଘଟଣାସ୍ଥଳରେ ଉଦ୍ଧାର କାର୍ଯ୍ୟ ଆରମ୍ଭ ହୋଇଛି । ତେବେ ସହାୟତା ପାଇଁ ରେଳବାଇ ଅଜମେର ରେଳ ଷ୍ଟେସନରେ ଏକ ହେଲ୍ପ ଡେସ୍କ ଖୋଲା ଯାଇଛି ।

ରେଳ ବିଭାଗର ଲୋକସମ୍ପର୍କ ଅଧିକାରୀ ଶଶି କିରଣ କହିଛନ୍ତି, " ଟ୍ରେନ ନମ୍ବର 12548 ସାବରମତୀ ଆଗ୍ରା କ୍ୟାଣ୍ଟ ଟ୍ରେନ ଦୁର୍ଘଟଣା ହୋଇଛି । ବିଳମ୍ବିତ ରାତି ପ୍ରାୟ 1.04 ମିନିଟରେ ଦୁର୍ଘଟଣା ହୋଇଥିଲା । ଦୁର୍ଘଟଣା ସମ୍ପର୍କରେ ଖବର ପାଇବା ପରେ ରେଳ ବିଭାଗ ପକ୍ଷରୁ ତତ୍ପରତା ପ୍ରକାଶ ପାଇଛି । ତେବେ ଦୁର୍ଘଟଣା ପରେ ଟ୍ରେନରେ ଯାତ୍ରୀଙ୍କ ମଧ୍ୟେରେ ଆତଙ୍କ ଦେଖାଯାଇଥିଲା । ଏହି ଦୁର୍ଘଟଣାରେ କୌଣସି ଜନଜୀବନ କ୍ଷତିଗ୍ରସ୍ତ ହୋଇ ନାହିଁ । କିଛି ଯାତ୍ରୀ ସାମାନ୍ୟ ଆହତ ହୋଇଛନ୍ତି ଏବଂ ସେମାନଙ୍କୁ ଉଦ୍ଧାର କରି ସ୍ଥାନୀୟ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ରେଳ ଅଧିକାରୀମାନେ ଦୁର୍ଘଟଣାସ୍ଥଳରେ ପହଞ୍ଚିଛନ୍ତି । ଟ୍ରାକର ପୁନଃଉଦ୍ଧାର କାର୍ଯ୍ୟ ଆରମ୍ଭ ହୋଇଛି । ଟ୍ରାକରୁ ଖସି ପଡିଥିବା କୋଚ୍‌କୁ ଉଠାଇବା ପାଇଁ କାର୍ଯ୍ୟ ଆରମ୍ଭ ହୋଇଛି । "

ଏହା ମଧ୍ୟ ପଢନ୍ତୁ: ଟ୍ରାକରୁ ଖସିଲା ଚାରମିନାର ଏକ୍ସପ୍ରେସର 3 ବଗି; 5 ଯାତ୍ରୀ ଆହତ

ଟ୍ରାକରୁ ପୁନଃ ରେଳ ଚଳାଚଳ କାର୍ଯ୍ୟ ଆରମ୍ଭ ହେବା ପାଇଁ 8 ଘଣ୍ଟା ସମୟ ଲାଗିବ ବୋଲି କୁହାଯାଇଛି । ଦୁର୍ଘଟଣା ପାଇଁ 5ଟି ଟ୍ରେନର ଚଳାଚଳ ବାତିଲ କରାଯାଇଛି । ତେବେ ଦୁର୍ଘଟଣାର କାରଣ ବର୍ତ୍ତମାନ ସୁଦ୍ଧା ସ୍ପଷ୍ଟ ହୋଇ ନାହିଁ । ତେବେ ଦୁର୍ଘଟଣାଗସ୍ତ ଟ୍ରେନରୁ ଯାତ୍ରୀଙ୍କୁ ଉଦ୍ଧାର କରାଯାଇ ଅଜମେର ଷ୍ଟେସନରେ ପହଞ୍ଚା ଯାଇଛି ।

ଏହି ଟ୍ରେନ ବାତିଲ: ଜମେର-ଦିଲ୍ଲୀ-ସାରାୟ ରୋହିଲା(12065), ଅଜମେର-ଆଗ୍ରା ଫୋର୍ଟ(22987), ଅଜମେର-ଗଙ୍ଗାପୁର ସିଟି(09605), ଅଜମେର-ରେୱାଡୀ(09639), ଜୟପୁର-ମାରୱାର ଟ୍ରେନ(19735)କୁ ବାତିଲ କରାଯାଇଛି ।

ଗତିପଥ ପରିବର୍ତ୍ତନ ହୋଇଥିବା ଟ୍ରେନ: ସାବରମତୀ ଦିଲ୍ଲୀ ରେଳ ସେବା(12915 ), ହାଇଦ୍ରାବାଦ ହିସାର ରେଳ ସେବା(17020) ଟ୍ରେନର ଗତିପଥରେ ପରିବର୍ତ୍ତନ କରାଯାଇଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.