ETV Bharat / international

ଇରାନ ରାଷ୍ଟ୍ରପତିଙ୍କ ପୂର୍ବରୁ ବି ହେଲିକପ୍ଟର କ୍ରାସରେ ଆଖି ବୁଜିଥିଲେ ଏହି ରାଷ୍ଟ୍ରମୁଖ୍ୟ - Leaders who died by plane crashes

author img

By ETV Bharat Odisha Team

Published : May 21, 2024, 6:52 AM IST

LEADERS WHO DIED BY PLANE CRASHES: ଇରାନ ରାଷ୍ଟ୍ରପତି ପ୍ରଥମ ନୁହେଁ, ହେଲକପ୍ଟର କ୍ରାସରେ ଅନେକ ରାଷ୍ଟ୍ର ମୁଖ୍ୟ ପୂର୍ବରୁ ମଧ୍ୟ ଆଖି ବୁଜିଛନ୍ତି । ଦେଖନ୍ତୁ ଏହି ସ୍ବତନ୍ତ୍ର ରିପୋର୍ଟ

PLANE CRASH
PLANE CRASH (ETV Bharat Odisha)

ହାଇଦ୍ରାବାଦ: ଇରାନ ରାଷ୍ଟ୍ରପତି ଇବ୍ରାହିମ ରଇସିଙ୍କ ହେଲିକପ୍ଟର କ୍ରାସରେ ମୃତ୍ୟୁ ଘଟିଛି । ରଇସି ଇରାନ ବୈଦେଶିକ ମନ୍ତ୍ରୀ ହୁସେନ ଅମିର ଅବଦୁଲ୍ଲାହିନଙ୍କର ବି ମୃତ୍ୟୁ ଘଟିଛି । ଇସ୍ରାଏଲ ଓ ଗାଜାରେ ଯୁଦ୍ଧ ଜାରି ଥିବା ବେଳେ ଇରାନ ରାଷ୍ଟ୍ରପତିଙ୍କ ମୃତ୍ୟୁ ଘଟିଛି । ରିପୋର୍ଟ ଅନୁସାରେ ରାଷ୍ଟ୍ରପତି ରଇସିଙ୍କୁ ନେଇ ଯାଉଥିବା ହେଲିକପ୍ଟର ରବିବାର ଦ୍ବିପ୍ରହରରେ ଖରାପ ପାଗରେ ଫସି ଯାଇଥିଲା । ଜୋଲଫା ସହରରେ ହେଲିକପ୍ଟରଟି ହାର୍ଡ ଲ୍ୟାଣ୍ଡିଂ କରିବାରୁ କ୍ରାସ ହୋଇଥିଲା । ଏଥିରେ ତାଙ୍କର ଅକାଳ ବିୟୋଗ ହୋଇଛି । ହେଲେ ଆପଣ ଜାଣନ୍ତି କି ହେଲିକପ୍ଟର କ୍ରାସରେ କେବଳ ଇରାନ ରାଷ୍ଟ୍ରପତି ନୁହେଁ, ତାଙ୍କ ପୂର୍ବରୁ ଅନେକ ରାଷ୍ଟ୍ର ମୁଖ୍ୟଙ୍କ ଏପରି ଦୁର୍ଘଟଣାରେ ମୃତ୍ୟୁ ଘଟିଛି ।

ଇରାନ ରାଷ୍ଟ୍ରପତିଙ୍କ ପୂର୍ବରୁ ଅନେକ ରାଷ୍ଟ୍ର ମୁଖ୍ୟ ଏଭଳି ଦୁର୍ଘଟଣାରେ ଜୀବନ ହାରିଛନ୍ତି । ଏହି ରାଷ୍ଟ୍ରମୁଖ୍ୟଙ୍କ ମଧ୍ୟରେ ସ୍ବିଡେନ ପ୍ରଧାନମନ୍ତ୍ରୀ ଅରବିନ୍ଦ ଲିଣ୍ଡମ୍ୟାନଙ୍କଠୁ ଆରମ୍ଭ କରି ଚିଲି ରାଷ୍ଟ୍ରପତି ସେବେଷ୍ଟିୟନ ପିନେରା ମଧ୍ୟ ସାମିଲ ଅଛନ୍ତି । ଏହି ତଥ୍ୟ ଉପରେ ନଜର ପକାନ୍ତୁ:

ସ୍ବିଡେନ ପ୍ରଧାନମନ୍ତ୍ରୀ:- 1936 ଡିସେମ୍ବର 9ରେ ସ୍ବିଡେନର ପ୍ରଧାନମନ୍ତ୍ରୀ ଅରବିନ୍ଦ ଲିଣ୍ଡମ୍ୟାନ ଡଗଲାସ ଡିସି-୨ ବିମାନରେ ଯାତ୍ରା କରୁଥିବା ସମୟରେ ମୃତ୍ୟୁ ଘଟିଥିଲା । ବିମାନ ଉଡ଼ାଣର କିଛି ସମୟ ପରେ ଘନ କୁହୁଡ଼ି ଯୋଗୁଁ ତାଙ୍କ ବିମାନ ପଥଭ୍ରଷ୍ଟ ହୋଇଥିଲା । ଏହାପରେ କ୍ରାୟଡନ୍ ବିମାନବନ୍ଦର ନିକଟରେ ଥିବା ଘରଗୁଡ଼ିକୁ ଧକ୍କା ଦେଇ ବିମାନଟି ଦୁର୍ଘଟଣାର ଶିକାର ହୋଇଥିଲା ।

ପାରାଗୁଏ ରାଷ୍ଟ୍ରପତି ଓ ତାଙ୍କ ପତ୍ନୀଙ୍କ ମୃତ୍ୟୁ:- 1940 ସେପ୍ଟେମ୍ବର 7ରେ ପାରାଗୁଏର ରାଷ୍ଟ୍ରପତି ଜେନେରାଲ ଜୋସ ଫେଲିକ୍ସ ଏଷ୍ଟିଗାରିବିୟା ଏବଂ ତାଙ୍କ ପତ୍ନୀ ଏକ ବିମାନ ଦୁର୍ଘଟଣାରେ ମୃତ୍ୟୁବରଣ କରିଥିଲେ । କୁହାଯାଏ ଯେ ତାଙ୍କ ବିମାନ ମଧ୍ୟ ଘନ ବାଦଲ ମଧ୍ୟରେ ଫସି ଯାଇଥିଲା ଏବଂ ପାଇଲଟ ବାଟବଣା ହୋଇଥିଲେ । ଏହି ଦୁର୍ଘଟଣାରେ ପାଇଲଟଙ୍କ ମଧ୍ୟ ମୃତ୍ୟୁ ଘଟିଥିଲା ।

ପୋଲାଣ୍ଡ ରାଜନେତା ବ୍ଲାଦିସ୍ଲାବ ସିକୋରସ୍କି:- 1943 ଅଗଷ୍ଟ 4ରେ ଦ୍ବିତୀୟ ବିଶ୍ବଯୁଦ୍ଧ ସମୟରେ ପୋଲାଣ୍ଡ ସରକାରଙ୍କ ନେତୃତ୍ବ ନେଇଥିବା ପୋଲାଣ୍ଡର ସେନାଧିକାରୀ ତଥା ରାଜନେତା ବ୍ଲାଦିସ୍ଲାବ ସିକୋରସ୍କି ଜିବ୍ରାଲଟରରେ ଏକ ବିମାନ ଦୁର୍ଘଟଣାରେ ମୃତ୍ୟୁବରଣ କରିଥିଲେ । ଏଥି ସହିତ 1958 ଜୁନ 16ରେ ବ୍ରାଜିଲର ତତ୍କାଳୀନ ମଧ୍ୟବର୍ତ୍ତୀକାଳୀନ ରାଷ୍ଟ୍ରପତି ନେରେଓ ରାମୋସ କ୍ରୁଜିଇରୋ ଏୟାରଲାଇନ୍ସର ବିମାନ ଦୁର୍ଘଟଣାରେ ପ୍ରାଣ ହରାଇଥିଲେ ।

ବର୍ଥଲେମି ବୋଗାଣ୍ଡାଙ୍କ ମୃତ୍ୟୁ:- 1959 ମାର୍ଚ୍ଚ 29ରେ ମଧ୍ୟ ଆଫ୍ରିକୀୟ ରାଷ୍ଟ୍ରପତି ତଥା ସ୍ବାଧୀନତା ସଂଗ୍ରାମୀ ବର୍ଥଲେମି ବୋଗାଣ୍ଡାଙ୍କ ମଧ୍ୟ ବିମାନ ଦୁର୍ଘଟଣାରେ ମୃତ୍ୟୁ ଘଟିଥିଲା । ଏହା ପରେ 18 ସେପ୍ଟେମ୍ବର 1961ରେ ତତ୍କାଳୀନ ମିଳିତ ଜାତିସଂଘର ସେକ୍ରେଟେରୀ ଜେନେରାଲ ଡଗ ହେମରସ୍କଜୋଲ୍ଡଙ୍କ ବିମାନ ଜାମ୍ବିଆରେ ଖସିପଡିଥିଲା । ଏହି ଦୁର୍ଘଟଣାରେ ହେମରସ୍କଜୋଲ୍ଡଙ୍କ ସମେତ 16 ଜଣଙ୍କର ମୃତ୍ୟୁ ଘଟିଥିଲା ।

ଇରାକ ରାଷ୍ଟ୍ରପତିଙ୍କ ମୃତ୍ୟୁ:- 1966 ଏପ୍ରିଲ 13ରେ ଇରାକର ରାଷ୍ଟ୍ରପତି ଅବଦୁଲ ସଲାମ ଆରିଫ ମଧ୍ୟ ହେଲିକପ୍ଟର ଦୁର୍ଘଟଣାରେ ପ୍ରାଣ ହରାଇଥିଲେ । ଫେବୃଆରୀ 1963ରେ ଆରିଫ କ୍ଷମତାକୁ ଆସିଥିଲେ ।

ବୋଲିଭିୟା ରାଷ୍ଟ୍ରପତିଙ୍କ ମୃତ୍ୟୁ:-1969 ଏପ୍ରିଲ 27ରେ, ବୋଲିଭିଯାର ରାଷ୍ଟ୍ରପତି ରେନେ ବାରିଏଣ୍ଟୋସଙ୍କର ମଧ୍ୟ ସମାନ ଦୁର୍ଘଟଣାରେ ମୃତ୍ୟୁ ଘଟିଥିଲା । ତାଙ୍କ ହେଲିକପ୍ଟରଟି କୋଚାବମ୍ବା ସହରରେ ଦୁର୍ଘଟଣାଗ୍ରସ୍ତ ହୋଇଛି।

ୟୁଗୋସ୍ଲାଭିଆ ପ୍ରଧାନମନ୍ତ୍ରୀ:- ବିମାନ ଦୁର୍ଘଟଣାରେ ପ୍ରାଣ ହରାଇଥିବା ଲୋକଙ୍କ ମଧ୍ୟରେ ଯୁଗୋସ୍ଲାଭିଆର ପ୍ରଧାନମନ୍ତ୍ରୀ ଜେମାଲ ବିଜେଡିକଙ୍କ ନାମ ମଧ୍ୟ ଅନ୍ତର୍ଭୁକ୍ତ । 1977 ଜାନୁଆରୀ 18ରେ ବୋସନିଆ ଏବଂ ହର୍ଜେଗୋଭିନା ଅନ୍ତର୍ଗତ କ୍ରେସେଭୋ ସହର ନିକଟ ଇନାକ ପର୍ବତରେ ଜେମାଲଙ୍କ ଲିଅରଜେଟ-25 ଦୁର୍ଘଟଣାଗ୍ରସ୍ତ ହୋଇଥିଲା । ଏହି ଦୁର୍ଘଟଣାରେ ବିଜେଡିକ ଓ ତାଙ୍କ ପତ୍ନୀଙ୍କ ସମେତ ଅନ୍ୟ ଜଣଙ୍କର ମୃତ୍ୟୁ ଘଟିଥିଲା ।

ମାରିଟାନିଆ ପ୍ରଧାନମନ୍ତ୍ରୀଙ୍କ ମୃତ୍ୟୁ:- 1979 ମେ 27 ତାରିଖରେ ଆଫ୍ରିକି ଶିଖର ସମ୍ମିଳନୀରେ ସାମିଲ ହେବା ଲାଗି ମାରଟାନିଆ ପ୍ରଧାନମନ୍ତ୍ରୀ ଅହମ୍ମଦ ଔଲଦ ବୋସେଫଙ୍କୁ ନେଇ ଯାଉଥିବା ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଥିଲା । ଏଥିରେ ତାଙ୍କର ମୃତ୍ୟୁ ଘଟିଥିଲା ।

ମୋଜାମ୍ବିକ ରାଷ୍ଟ୍ରପତିଙ୍କ ସହିତ 33ଜଣଙ୍କ ମୃତ୍ୟୁ:- ଏଥି ସହିତ 1986 ଅକ୍ଟୋବର 19ରେ ମୋଜାମ୍ବିକାନ ରାଷ୍ଟ୍ରପତି ସାମୋରା ମାଚେଲ ଏବଂ ଅନେକ ମୋଜାମ୍ବିକାନ ମନ୍ତ୍ରୀଙ୍କୁ ନେଇ ଏକ ଡୁଆଲ ଇଞ୍ଜିନ ବିମାନ ମୋଜାମ୍ବିକ-ଦକ୍ଷିଣ ଆଫ୍ରିକା ସୀମା ନିକଟରେ ଦୁର୍ଘଟଣାଗ୍ରସ୍ତ ହୋଇଥିଲା । ଏହି ଦୁର୍ଘଟଣାରେ 30 ଜଣଙ୍କର ମୃତ୍ୟୁ ଘଟିଥିଲା ।

ହେଲିକପ୍ଟରକୁ ରିମୋଟ କଣ୍ଟ୍ରୋଲ ବୋମା ଦ୍ବାରା ବିସ୍ଫୋରଣ:- 1987 ଜୁନ 1ରେ ଲେବାନାନର ପ୍ରଧାନମନ୍ତ୍ରୀ ରସିଦ କରାମି ହେଲିକପ୍ଟରରେ ବେରୁତ ଅଭିମୁଖେ ଯାତ୍ରା କରୁଥିବା ସମୟରେ ମୃତ୍ୟୁ ବରଣ କରିଥିଲେ । ତାଙ୍କ ହେଲିକପ୍ଟରରେ ବୋମା ବିସ୍ଫୋରଣ ହୋଇଥିଲା । ତାଙ୍କ ବିମାନ ସିଟରେ ରିମୋଟ ନିୟନ୍ତ୍ରିତ ବୋମା ରଖାଯାଇଥିଲା । ଏହି ବିମାନର ଓଜନ ପ୍ରାୟ 300 ଗ୍ରାମ ଥିଲା ଏବଂ ସେ ବସିଥିବା ସିଟ୍ ପଛରେ ବୋମା ରଖାଯାଇଥିଲା ।

ବିମାନ ଦୁର୍ଘଟଣାରେ ପାକିସ୍ତାନୀ ରାଷ୍ଟ୍ରପତିଙ୍କ ମୃତ୍ୟୁ:- 1988 ଅଗଷ୍ଟ 17ରେ ପାକିସ୍ତାନୀ ରାଷ୍ଟ୍ରପତି ଜିଆ ଉଲ୍ ହକ୍ ଓ ତାଙ୍କର 5ଜଣ ଜେନେରାଲ ଏବଂ ଆମେରିକୀୟ ରାଷ୍ଟ୍ରଦୂତ ଆର୍ନୋଲ୍ଡ ଲୁଇସ୍ ରାଫାଲେଙ୍କୁ ନେଇ ଏକ C-130 ସାମରିକ ବିମାନ ବହାୱଲପୁର ନିକଟରେ ଦୁର୍ଘଟଣାଗ୍ରସ୍ତ ହୋଇଥିଲା । ବିମାନରେ ଥିବା କେହି ଏହି ଦୁର୍ଘଟଣାରୁ ବର୍ତ୍ତି ପାରିନଥିଲେ ।

ବୁରୁଣ୍ଡି ରାଷ୍ଟ୍ରପତିଙ୍କ ବିମାନକୁ ଗୁଳିମାଡ଼:- 1994 ଏପ୍ରିଲ 6ରେ ବୁରୁଣ୍ଡିର ରାଷ୍ଟ୍ରପତି ସାଇପ୍ରିୟନ୍ ନତାରୟାମିରା ଏବଂ ରୱାଣ୍ଡାର ରାଷ୍ଟ୍ରପତି ଜୁଭେନାଲ ହବ୍ୟାରିମାନାଙ୍କୁ ନେଇ ଏକ ବିମାନ 'କିଗାଲୀ ବିମାନବନ୍ଦର ଦେଇ ଯାଉଥିବା ସମୟରେ ସେଠାରେ ଗୁଳିମାଡ଼ ହୋଇଥିଲା ।

ପାଇଲଟର ଭୁଲ ଯୋଗୁଁ ମାକେଡୋନିଆ ରାଷ୍ଟ୍ରପତିଙ୍କ ମୃତ୍ୟୁ:- 2004 ଫେବୃଆରୀ 26ରେ ମାକେଡୋନିଆର ଦ୍ବିତୀୟ ରାଷ୍ଟ୍ରପତି ବୋରିସ୍ ଟ୍ରାଜକୋଭସ୍କି ଏବଂ ତାଙ୍କ ସାଙ୍ଗରେ ଥିବା ଏକ ପ୍ରତିନିଧୀ ମଣ୍ଡଳୀସରୁ ନେଇ ଯାଉଥିବା ବିମାନ ବୋସନିଆ ଏବଂ ହେର୍ଜେଗୋଭିନା ସ୍ଥିତ ମୋଷ୍ଟାର ସହର ନିକଟରେ ଦୁର୍ଘଟଣାଗ୍ରସ୍ତ ହୋଇଥିଲା । ଏହି ଦୁର୍ଘଟଣାରେ ଟ୍ରାଜକୋଭସ୍କି ଏବଂ ତାଙ୍କ ପରାମର୍ଶଦାତାଙ୍କ ସମେତ 8 ଜଣଙ୍କର ମୃତ୍ୟୁ ଘଟିଥିଲା । ପାଇଲଟ ତ୍ରୁଟି ଯୋଗୁଁ ବିମାନ ଦୁର୍ଘଟଣା ଘଟିଥିଲା ବୋଲି ଏକ ଅନୁସନ୍ଧାନରୁ ଜଣାପଡ଼ିଥିଲା ।

ଲ୍ୟାଣ୍ଡିଂ ସମୟରେ ଦୁର୍ଘଟଣାଗ୍ରସ୍ତ ପୋଲାଣ୍ଡ ରାଷ୍ଟ୍ରପତିଙ୍କ ବିମାନ:- 2010 ଏପ୍ରିଲ 10ରେ, ପୋଲାଣ୍ଡର ରାଷ୍ଟ୍ରପତି ଲେk କାଜିନସ୍କି ଏବଂ ତାଙ୍କ ପତ୍ନୀଙ୍କ ସମେତ 96 ଜଣଙ୍କୁ ନେଇ ଏକ ଟୁପୋଲେଭ 154 ବିମାନ ଋଷର ସ୍ମୋଲେନସ୍କ ବିମାନବନ୍ଦରରେ ପହଞ୍ଚି ସେଠାରେ ଏକ ଉତ୍ସବରେ ଯୋଗଦେବାକୁ ଯାଉଥିଲେ । ବିମାନ ଅବତରଣ କରିବା ସମୟରେ ଏକ ଜଙ୍ଗଲ ଅଞ୍ଚଳରେ ଦୁର୍ଘଟଣାଗ୍ରସ୍ତ ହୋଇଥିଲା ।

ପଢନ୍ତୁ ଅନ୍ୟ କିଛି ଖବର:

ଚର୍ଚ୍ଚାରେ ମହମ୍ମଦ ମୋଖବର ? ରଇସିଙ୍କ ମୃତ୍ୟୁ ପରେ ହେବେ ଇରାନର ନୂଆ ରାଷ୍ଟ୍ରପତି !

ହେଲିକପ୍ଟର କ୍ରାସରେ ଇରାନ ରାଷ୍ଟ୍ରପତି ମୃତ; ଶୋକ ପ୍ରକାଶ କଲେ ମୋଦି

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.