ଧାମନଗର ବିଧାୟକ ବିଷ୍ଣୁ ସେଠୀଙ୍କ ପରଲୋକ, ଶ୍ରଦ୍ଧାଞ୍ଜଳି ଦେଲେ ବିଜେପି ନେତା

By

Published : Sep 19, 2022, 8:52 PM IST

thumbnail

ଭୁବନେଶ୍ବର: ଏମ୍ସ୍‌ରେ ଚିକିତ୍ସାଧୀନ ଅବସ୍ଥାରେ ଶେଷ ନିଃଶ୍ବାସ ତ୍ୟାଗ କରିଛନ୍ତି ଧାମନଗର ବିଧାୟକ ବିଷ୍ଣୁ ସେଠୀ । ୬୧ ବର୍ଷ ବୟସରେ ତାଙ୍କ ଅକାଳ ବିୟୋଗ ହୋଇଛି । ବିଧାୟକ ବିଷ୍ଣୁ ସେଠୀଙ୍କ ଦେହାନ୍ତ ରାଜ୍ୟ ରାଜନେତାଙ୍କୁ ସ୍ତବ୍ଧ କରି ଦେଇଛି । ଆଜି ତାଙ୍କ ପାର୍ଥିବ ଶରୀର ଭୁବନେଶ୍ବରସ୍ଥିତ ବିଜେପି ମଖ୍ୟ କାର୍ଯ୍ୟାଳୟରେ ପହଞ୍ଚିଥିଲା । ସେଠାରେ ବିଷ୍ଣୁ ସେଠୀଙ୍କୁ ଶ୍ରଦ୍ଧାଞ୍ଜଳି ଦେଇଛନ୍ତି ବିଜେପି ନେତାଏ (BJP leaders given tribute to late BJP MLA)। ଦିବଙ୍ଗତ ନେତା ବିଷ୍ଣୁ ସେଠୀ ଜଣେ ଓଡ଼ିଆ ସାହିତ୍ୟିକ, ସଫଳ ତଥା ଲୋକପ୍ରିୟ ରାଜନୀତିଜ୍ଞ ଭାବରେ ସର୍ବଦା ମନେ ରହିବେ । ଓଏଏସ୍‌ ପାଇଥିଲେ ବି ଚାକିରି ନକରି ସେ ରାଜନୀତିରେ ମନ ବଳାଇଥିଲେ । ତାଙ୍କର ବିୟୋଗ ଓଡିଶା ରାଜନୈତିକ ଏବଂ ସାରସ୍ବତ ଜଗତ ପାଇଁ ଅପୂରଣୀୟ କ୍ଷତି ।

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.