ନବରଙ୍ଗପୁର ମାଟ୍ରିକ ଟପ୍ପର ସମୀକ୍ଷା, ଡାକ୍ତର ହେବାକୁ ତାଙ୍କର ଇଚ୍ଛା - BSE MATRIC RESULT

By ETV Bharat Odisha Team

Published : May 27, 2024, 9:35 AM IST

thumbnail
BSE MATRIC RESULT (ETV BHARAT ODISHA)

ନବରଙ୍ଗପୁର: ରବିବାର ପ୍ରକାଶ ପାଇଛି HSC ଦଶମ ପରୀକ୍ଷା ରେଜଲ୍ଟ । ନବରଙ୍ଗପୁର ଜିଲ୍ଲାର ଟପ୍ପର ହୋଇଛନ୍ତି ଛାତ୍ରୀ ସମୀକ୍ଷା ରାଣୀ ମାଳି । ସେ ୬୦୦ ମାର୍କ ରୁ ମୋଟ ୫୬୭ ନମ୍ବର ରଖି ଥିବା ବେଳେ ୯୪.୫% ପ୍ରତିଶତ ମାର୍କ ରଖି ଏହି ସଫଳତା ଅର୍ଜନ କରିଛନ୍ତି । ଏଥି ପାଇଁ ତାଙ୍କୁ ଚାରିଆଡୁ ଶୁଭେଚ୍ଛାର ସୁଅ ଛୁଟୁଛି ।  ତ୍ରୀପତି ମାଳି ଓ ସାବିତ୍ରୀ ମାଳିଙ୍କ ଝିଅ ସମୀକ୍ଷା ଜିଲ୍ଲାର ରାଜା ଚୈତନ୍ୟ ଦେବ୍ ବିଦ୍ୟାଳୟରେ ପାଠ ପଢ଼ୁଥିଲେ । ସେ ଦୈନିକ ୭ ରୁ ୮ ଘଣ୍ଟାରୁ ଅଧିକ ସମୟ ପରିଶ୍ରମ କରୁଥିଲେ ।  ଏହି ସଫଳତା ପାଇଁ ସେ ନିଜ ପରିବାର ଓ ଶିକ୍ଷକ ଶିକ୍ଷୟତ୍ରୀଙ୍କୁ ଶ୍ରେୟ ଦେଇଛନ୍ତି ସମୀକ୍ଷା । ଭବିଷ୍ୟତରେ ସେ ସମାଜ ସେବା କରିବା ସହ ଭଲ ଡାକ୍ତର ହେବା ପାଇଁ ଲକ୍ଷ୍ୟ ରଖିଥିବା ପ୍ରତିକ୍ରିୟା ରଖିଛନ୍ତି । ଅନ୍ୟପଟେ ଜିଲ୍ଲାର ୬ ଜଣ ଛାତ୍ରଛାତ୍ରୀ ୯୦ ପ୍ରତିଶତ ଉପରେ ମାର୍କ ରଖି A 1 ଗ୍ରେଡ଼ ରେ ଉତ୍ତୀର୍ଣ୍ଣ ହୋଇଛନ୍ତି । 

ଇଟିଭି ଭାରତ, ନବରଙ୍ଗପୁର

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.