ETV Bharat / sports

ଶାହଙ୍କ ସହ କଥା ହେଲେ ଗମ୍ଭୀର, ଟିମ ଇଣ୍ଡିଆ କୋଚ ନେଇ ବଢିଲା ସସପେନ୍ସ - Gambhir meets Jay Shah

author img

By ETV Bharat Odisha Team

Published : May 27, 2024, 2:14 PM IST

Gambhir meets Jay Shah: ଗମ୍ଭୀର ଟିମ ଇଣ୍ଡିଆ ମୁଖ୍ୟ କୋଚ ହେବା ନେଇ ବଢିଲା ସସପେନ୍ସ । କେକେଆର ଆଇପିଏଲ ଫାଇନାଲରେ ବିଜୟୀ ହେବା ପରେ ଜୟ ଶାହଙ୍କୁ ଭେଟିଲେ ଗମ୍ଭୀର । ଅଧିକ ପଢନ୍ତୁ

Gautam Gambhir
Gautam Gambhir (@KKRiders)

ନୂଆଦିଲ୍ଲୀ: ରାହୁଲଙ୍କ ପରେ ଭାରତୀୟ କ୍ରିକେଟ ଟିମର ମୁଖ୍ୟ କୋଚ ହୋଇପାରନ୍ତି ଗୌତମ ଗମ୍ଭୀର । ଏହି ପଦବୀ ପାଇଁ ବିସିସିଆଇ ଗୌତମଙ୍କ ସହ ଅନ୍ୟ ପୂର୍ବତନ କ୍ରିକେଟରଙ୍କୁ ମଧ୍ୟ ପ୍ରସ୍ତାବ ଦେଇଥିବା କୁହାଯାଉଥିଲା । ଏହି ପଦବୀ ଆବେଦନ ପାଇଁ ଆଜି ଶେଷ ତାରିଖ ରହିଛି । କିନ୍ତୁ ଗମ୍ଭୀର ଆବେଦନ କରିଛନ୍ତି ନା ନାହିଁ ତାହା ସ୍ପଷ୍ଟ ହୋଇନି । ଗମ୍ବୀରଙ୍କୁ ବିସିସିଆଇ କୋଚ ପଦବୀରେ ରଖିବାକୁ ଅଧିକ ଆଗ୍ରହୀ ରହିଥିବା ବେଳେ ଏନେଇ କଳ୍ପନାଜଳ୍ପନା ଆରମ୍ଭ ହୋଇଛି । ଆଇପିଏଲ ଫାଇନାଲ ମ୍ୟାଚରେ କେକେଆର ଟିମ ବିଜୟୀ ହେବା ପରେ ମେଣ୍ଟର ଗୌତମ ଗମ୍ଭୀର ଜୟ ଶାହଙ୍କୁ ଭେଟିଥିଲେ। ଉଭୟଙ୍କ ମଧ୍ୟରେ କିଛି ସମୟ ପାଇଁ ବାର୍ତ୍ତାଳପ ହୋଇଥିଲା । ଏହା ପରେ ସେ ଭାରତୀୟ ଦଳର ଚୋକ ହେବା ନେଇ ଯେଉଁ କଳ୍ପନା ଜଳ୍ପନା ଲାଗି ରହିଥିଲା ତାହା ଆହୁରି ଘନିଭୂତ ହୋଇଛି ।

ଏହା ମଧ୍ୟ ପଢନ୍ତୁ-ଶାହଙ୍କ ଖୁଲାସା, ଟିମ୍ ଇଣ୍ଡିଆ ହେଡ୍ କୋଚ ହେବେନି ଅଷ୍ଟ୍ରେଲିଆ ଖେଳାଳି - BCCI

ରାହୁଲଙ୍କ ବଦଳରେ ଭାରତୀୟ ଦଳର ମୁଖ୍ୟ କୋଚ ଦୌଡରେ ସବୁଠାରୁ ଆଗରେ ରହିଛନ୍ତି ଗମ୍ଭୀର। ଟି -20 ବିଶ୍ୱକପ ରାହୁଲ ଦ୍ରାବିଡଙ୍କ କାର୍ଯ୍ୟକାଳ ଶେଷ ହେବ। ଦ୍ରାବିଡ ଏହି ପଦବୀ ପାଇଁ ପୁନଃ ଆବେଦନ କରିବାକୁ ଇଚ୍ଛୁକ ନ ଥିବାରୁ ବିସିସିଆଇ ପୂର୍ବତନ କ୍ରିକେଟର ମାନଙ୍କୁ ପ୍ରସ୍ତାବ ଦେଉଛି। ଗମଭୀରଙ୍କ ପାଖରେ ପ୍ରଶିକ୍ଷକ ଭାବେ ଭଲ ଅଭିଜ୍ଞତା ରହିଛି । ଚଳିତ ଆଇପିଏଲରେ ସେ କେକେଆରର ମେଣ୍ଟର ରହିଥିବା ବେଳେ ଦଳ ଫାଇନାଲରେ ବାଜି ମାରିଛି ।

ଯଦି ଏହି ପଦବୀ ପାଇଁ ସେ ଆବେଦନ କରନ୍ତି ତେବେ ଏହା ପୂର୍ବରୁ କେକେଆର ମାଲିକ ଶାହାରୁଖ ଖାନଙ୍କ ସହ ତାଙ୍କୁ କଥା ହେବାକୁ ପଡିବ । କାହିଁକିନା ସେ କେକେଆରର ମେଣ୍ଟର ଭାବେ 10 ବର୍ଷ ରହିବା ପାଇଁ ଶାହାରୁଖ ତାଙ୍କୁ ଆଇପିଏଲ ଆରମ୍ଭରୁ ଅନୁରୋଧ କରିଥିଲେ । ଏଥି ପାଇଁ ଗମ୍ଭୀର ଯେତିକି ଟଙ୍କା ଡିମାଣ୍ଡ କରିବେ ତାହା ଦିଆଯିବ ବୋଲି ବ୍ଲାଙ୍କ ଚେକ ଦେଇ କହିଥିଲେ ଶାହାରୁଖ । ଯଦି ଗମଭୀର ଟିମ ଇଣ୍ଡିଆର ମୁଖ୍ୟ କୋଚ ହୁଅନ୍ତି ତେବେ ତାଙ୍କୁ କେକେଆର ମେଣ୍ଟର ପଦ ଛାଡିବାକୁ ପଡିବ । ଟି 20 ବିଶ୍ବକପ ସରିବା ପରେ ମୁଖ୍ୟ କୋଚ ଭାବେ ରାହୁଲଙ୍କ କାର୍ଯ୍ୟକାଳ ଶେଷ ହେବ । ଏଥି ପାଇଁ ନୂଆ କୋଚ ସନ୍ଧାନରେ ରହିଛି ବିସିସିଆଇ । କେକେଆରର ମେଣ୍ଟର ଗୌତମ ଗମ୍ଭୀରଙ୍କୁ ମୁଖ୍ୟ କୋଚ ଭାବେ ନିଯୁକ୍ତ କରିବାକୁ ବିସିସିଆଇ ଆଗ୍ରହୀ ଅଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.