ETV Bharat / sports

ଶାହଙ୍କ ଖୁଲାସା, ଟିମ୍ ଇଣ୍ଡିଆ ହେଡ୍ କୋଚ ହେବେନି ଅଷ୍ଟ୍ରେଲିଆ ଖେଳାଳି - BCCI

author img

By ETV Bharat Odisha Team

Published : May 24, 2024, 2:18 PM IST

Team India Head Coach: ଭାରତୀୟ ପୁରୁଷ କ୍ରିକେଟ ଦଳର ମୁଖ୍ୟ କୋଚ ପାଇଁ ଅନୁସନ୍ଧାନ ଜାରି ରଖିଛି ବିସିସିଆଇ । କୌଣସି ଅଷ୍ଟ୍ରେଲିଆ ଖେଳାଳିଙ୍କୁ ଏହି ପଦବୀ ପାଇଁ ଆବେଦନ କରିବାକୁ ପ୍ରସ୍ତାବ ଦିଆୟାଇନଥିବା କହିଲେ ଜୟ ଶାହ । ଅଧିକ ପଢନ୍ତୁ

Jay Shah
Jay Shah (ETV BHARAT ODISHA)

ନୂଆଦିଲ୍ଲୀ: ଭାରତୀୟ ପୁରୁଷ କ୍ରିକେଟ ଦଳର ମୁଖ୍ୟ କୋଚ ପାଇଁ ଆବେଦନ ପ୍ରକ୍ରିୟା ଜାରି ରହିଛି । ଏହି ପଦବୀ ପାଇଁ ପୂର୍ବତନ କ୍ରିକେଟରଙ୍କୁ ପ୍ରସ୍ତାବ ମଧ୍ୟ ଦେଉଛି ବିସିସିଆଇ । ନିକଟରେ କିଛି ଅଷ୍ଟ୍ରେଲିଆ କ୍ରିକେଟରଙ୍କୁ ବିସିସିଆଇ ପକ୍ଷରୁ ଭାରତୀୟ ଦଳର କୋଚ ପଦ ପାଇଁ ପ୍ରସ୍ତାବ ଦିଆଯାଇଥିବା ଚର୍ଚ୍ଚା ହେଉଥିଲା । ରିକି ପଣ୍ଟିଂଙ୍କ ନାମ ଅଧିକ ଚର୍ଚ୍ଚା ହେଉଥିଲା । ଏହାକୁ ଏନେଇ ଏବେ ମୁହଁ ଖୋଲିଛନ୍ତି ବିସିସିଆଇ ସମ୍ପାଦକ ଜୟ ଶାହ । ଏହି ଚର୍ଚ୍ଚା ଉପରେ ବିରାମ ଲଗାଇ ବିସିସିଆଇ କୌଣସି ଅଷ୍ଟ୍ରେଲିଆ କ୍ରିକେଟରଙ୍କୁ ଟିମ୍ ଇଣ୍ଡିଆର କୋଚ୍ ଭାବେ ନିଯୁକ୍ତ ଦେବାକୁ ବିଚାର କରୁନଥିବା ସେ କହିଛନ୍ତି ।

ଜୟ ଶାହ ଗଣମାଧ୍ୟମକୁ ସ୍ପଷ୍ଟ କରି କହିଛନ୍ତି ଯେ, ବିସିସିଆଇ କୌଣସି ଅଷ୍ଟ୍ରେଲିଆ କ୍ରିକେଟରଙ୍କ ନାମ ଟିମ୍ ଇଣ୍ଡିଆର ମୁଖ୍ୟ କୋଚ୍ କରିବାକୁ ବିଚାର କରୁନାହିଁ। ବିସିସିଆଇ ଟିମ୍ ଇଣ୍ଡିଆର କୋଚ୍ ପଦ ପାଇଁ ଏମିତି ଜଣଙ୍କୁ ଖୋଜୁଛି ଯିଏ ଭାରତୀୟ ଘରୋଇ କ୍ରିକେଟ୍ ଗଠନକୁ ସମ୍ପୂର୍ଣ୍ଣ ଭାବେ ବୁଝିପାରୁଥିବ ଏବଂ ଭାରତୀୟ କ୍ରିକେଟ୍ ଦଳକୁ ଆଗକୁ ନେଇପାରିବ। ଅଷ୍ଟ୍ରେଲିଆ ଖେଳାଳିଙ୍କୁ କୋଚ ପଦବୀ ପାଇଁ ପ୍ରସ୍ତାବ ଦିଆଯାଇନାହିଁ । ଗଣମାଧ୍ୟମରେ ପ୍ରସାରିତ ହେଉଥିବା ଖବର ସମ୍ପୂର୍ଣ୍ଣ ଭୁଲ୍ । ଯିଏବି କୋଟ ହେବ ତାଙ୍କୁ ଘରୋଇ କ୍ରିକେଟ୍ ବିଷୟର ସମ୍ପୂର୍ଣ୍ଣ ଜ୍ଞାନ ଥିବା ଜରୁରୀ ଅଟେ ।

ଏହା ମଧ୍ୟ ପଢନ୍ତୁ-ବଢିବନି ଦ୍ରାବିଡଙ୍କ କାର୍ଯ୍ୟକାଳ; ଟିମ ଇଣ୍ଡିଆ ମୁଖ୍ୟ କୋଚ ପାଇଁ ବିଜ୍ଞପ୍ତି ଜାରି, ଆବେଦନ କରିବେ ଏହି ବଡ କ୍ରିକେଟର - team India Head Coach application

ଟି 20 ବିଶ୍ବକପ ସରିବା ପରେ ମୁଖ୍ୟ କୋଚ ଭାବେ ରାହୁଲଙ୍କ କାର୍ଯ୍ୟକାଳ ଶେଷ ହେବ । ଏଥି ପାଇଁ ନୂଆ କୋଚ ସନ୍ଧାନରେ ରହିଛି ବିସିସିଆଇ । କେକେଆରର ମେଣ୍ଟର ଗୌତମ ଗମ୍ଭୀରଙ୍କୁ ମୁଖ୍ୟ କୋଚ ଭାବେ ନିଯୁକ୍ତ କରିବାକୁ ବିସିସିଆଇ ଆଗ୍ରହୀ ଅଛି । ସେହିପରି ଶ୍ରୀଲଙ୍କାର ମାହେଲା ଜୟବର୍ଦ୍ଧନେ, ଜଷ୍ଟିନ ଲାଙ୍ଗର, ଷ୍ଟିଫାନ ଫ୍ଲେମିଂଙ୍କୁ ମଧ୍ୟ କୋଚ ପଦ ପାଇଁ ପ୍ରସ୍ତାବ ଦିଆୟାଇଥିଲା ଚର୍ଚ୍ଚା ହେଉଥିଲା ।

ମୁଖ୍ୟ କୋଚ ପଦବୀ ପାଇଁ ଆବେଦନ ତାରିଖ ମେ 27 ତାରଖ ପର୍ଯ୍ୟନ୍ତ ରହିଛି । ତିନି ବର୍ଷ ପାଞ୍ଚ ମାସ ପାଇଁ ନୂଆ କୋଚଙ୍କୁ ନିଯୁକ୍ତ କରାଯିବ । ତାଙ୍କ କାର୍ଯ୍ୟକାଳ ଜୁଲାଇ 1, 2024 ରୁ ଡିସେମ୍ବର 31, 2027 ପର୍ଯ୍ୟନ୍ତ 3.5 ବର୍ଷ ପାଇଁ ରହିବ । ଚୟନ ପ୍ରକ୍ରିୟାରେ ଆବେଦନ ଗୁଡିକର ଯାଞ୍ଚ କରାଯାଇ ସଟ ଲିଷ୍ଟ କରାଯିବ । ପରେ ବ୍ୟକ୍ତିଗତ ସାକ୍ଷାତକାର କରାଯାଇ ଚୟନ କରାଯିବ। ତିନି ବର୍ଷ ପାଞ୍ଚ ମାସ ପାଇଁ ନୂଆ କୋଚଙ୍କୁ ନିଯୁକ୍ତ କରାଯିବ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.