ETV Bharat / sports

ବଢିବନି ଦ୍ରାବିଡଙ୍କ କାର୍ଯ୍ୟକାଳ; ଟିମ ଇଣ୍ଡିଆ ମୁଖ୍ୟ କୋଚ ପାଇଁ ବିଜ୍ଞପ୍ତି ଜାରି, ଆବେଦନ କରିବେ ଏହି ବଡ କ୍ରିକେଟର - team India Head Coach application

author img

By ETV Bharat Odisha Team

Published : May 14, 2024, 11:06 AM IST

Applications for Team India Head Coach: ଭାରୀତୟ କ୍ରିକେଟ ଦଳକୁ ମିଳିବ ନୂଆ ମୁଖ୍ୟ କୋଚ । ଆବେଦନ ପାଇଁ ବିଜ୍ଞପ୍ତି ଜାରି କଲା ବିସିସିଆଇ । ଅଧିକ ପଢନ୍ତୁ

BCCI
BCCI (@BCCI)

ନୂଆଦିଲ୍ଲୀ: ଖୁବଶୀଘ୍ର ଭାରୀତୟ ପୁରୁଷ କ୍ରିକେଟ ଦଳକୁ ମିଳିବ ନୂଆ କୋଚ । ମୁଖ୍ୟ କୋଚ ଚୟନ ପାଇଁ ବିସିସିଆଇ ପକ୍ଷରୁ ବିଜ୍ଞପ୍ତି ଜାରି କରାଯାଇଛି । ଏହି ପଦବୀ ପାଇଁ ଆବେଦନ ତାରିଖ ମେ 27 ତାରଖ ପର୍ଯ୍ୟନ୍ତ ରହିଛି । ଚୟନ ପ୍ରକ୍ରିୟାରେ ଆବେଦନ ଗୁଡିକର ଯାଞ୍ଚ କରାଯାଇ ସଟ ଲିଷ୍ଟ କରାଯିବ । ପରେ ବ୍ୟକ୍ତିଗତ ସାକ୍ଷାତକାର କରାଯାଇ ଚୟନ କରାଯିବ। ତିନି ବର୍ଷ ପାଞ୍ଚ ମାସ ପାଇଁ ନୂଆ କୋଚଙ୍କୁ ନିଯୁକ୍ତ କରାଯିବ । ବିସିସିଆଇ ଏକ ବିବୃତ୍ତିରେ କହିଛି ଯେ, ଭାରତୀୟ କ୍ରିକେଟ ଟିମର ନୂଆ ମୁଖ୍ୟ କୋଚଙ୍କ କାର୍ଯ୍ୟକାଳ ଜୁଲାଇ 1, 2024 ରୁ ଡିସେମ୍ବର 31, 2027 ପର୍ଯ୍ୟନ୍ତ 3.5 ବର୍ଷ ପାଇଁ ରହିବ । ତେବେ ଭାରୀତୟ ପୁରୁଷ କ୍ରିକେଟ ଦଳର ମୁଖ୍ୟ କୋଚ ପାଇଁ କିଛି ବଡ କ୍ରିକେଟର ଆବେଦନ କରିବେ ବୋଲି ଚର୍ଚ୍ଚା ଜୋର ଧରିଛି ।

ଏହା ମଧ୍ୟ ପଢନ୍ତୁ-ଭାରତୀୟ କ୍ରିକେଟ ଟିମକୁ ମିଳିପାରେ ନୂଆ କୋଚ, ବଦଳିବେ ଦ୍ରାବିଡ ! - India Cricket Team coach Advisement

ରାହୁଲ ଦ୍ରାବିଡ ଏବେ ଭାରତୀୟ ଦଳର ମୁଖ୍ୟ କୋଚ ରହିଛନ୍ତି । ଗତବର୍ଷ ଆୟୋଜିତ ହୋଇଥିବା ଆଇସିସି ପୁରୁଷ ବିଶ୍ବକପ ପରେ ତାଙ୍କର କାର୍ଯ୍ୟକାଳ ଶେଷ ହୋଇଥିଲା । କିନ୍ତୁ ଜୁନ ମାସରେ ଟି ଟ୍ବେଣ୍ଟି ବିଶ୍ବକପ ଥିବାରୁ ତାଙ୍କର କାର୍ଯ୍ୟକାଳକୁ ବୃଦ୍ଧି କରାଯାଇଥିଲା । ଯଦି ଆଗକୁ ଏହି ପଦବୀରେ ରାହୁଲ ରହିବା ଚାହାଁନ୍ତି ତେବେ ପୁଣି ଥରେ ସେ ଆବେଦନ କରିପାରିବେ । ଆଗକୁ 2025 ରେ ଭାରତୀୟ କ୍ରିକେଟ ଟିମ ଚାମ୍ପିଅନ୍ସ ଟ୍ରଫି ଏବଂ 2027 ରେ ODI ବିଶ୍ୱକପ୍ ଖେଳିବ ।

ଆବେଦନ କରିବାର ଯୋଗ୍ୟତା: ହେଡ କୋଚ ପାଇଁ ଆବେଦନ କରିବାକୁ ଚାହିଁଥିବା ବ୍ୟକ୍ତିଙ୍କ ବୟସ 60ରୁ କମ ହୋଇଥିବା ଆବଶ୍ୟକ । ସର୍ବନିମ୍ନ 30 ଟେଷ୍ଟ ମ୍ୟାଚ୍ କିମ୍ବା 50 ଟି ODI ମ୍ୟାଚ ଖେଳିଥିବା ଆବଶ୍ୟକ । 3 ବର୍ଷ ପାଇଁ ଆସୋସିଏଟ୍ ସଦସ୍ୟ / ଆଇପିଏଲ୍ ଟିମ୍ କିମ୍ବା ଆନ୍ତର୍ଜାତୀୟ ଲିଗ୍ / ପ୍ରଥମ ଶ୍ରେଣୀ ଦଳ / ଭାରତୀୟ ଏ ଦଳର ମୁଖ୍ୟ କୋଚ୍ ରହିଥିବା ଆବଶ୍ୟକ । ନଚେତ BCCI ସ୍ତରରେ 3 ସାର୍ଟିଫିକେଟ୍ ରହିଥିବା ଉଚିତ । ବର୍ତ୍ତମାନ ଭାରତୀୟ କ୍ରିକେଟ ଟିମର କୋଚ ଦାୟିତ୍ୱ ତୁଲାଉଛନ୍ତି ପୂର୍ବତନ ଅଧିନାୟକ ଓ ଓ୍ୱିକେଟ କିପର ରାହୁଲ ଦ୍ରାବିଡ । 2021 ନଭେମ୍ବର 3 ତାରିଖରେ ରବି ଶାସ୍ତ୍ରୀଙ୍କ ସ୍ଥାନରେ ଭାରତୀୟ ପୁରୁଷ କ୍ରିକେଟ ଦଳର କୋଚ ଭାବେ ଦ୍ରାବିଡଙ୍କୁ ନିଯୁକ୍ତ କରାଯାଇଥିଲା ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.