ଭିଜିଲାନ୍ସ ଜାଲରେ କୋଟିପତି ପିଇଓ, ୩ଟି ସ୍ଥାନରେ ଏକକାଳୀନ ରେଡ୍ - Kaniguma PEO arrested

By ETV Bharat Odisha Team

Published : May 27, 2024, 12:28 PM IST

thumbnail
PEO Sanyashi Naik (ETV Bharat Odisha)

PEO under Vigilance scanner: ଭବାନୀପାଟଣା: କୋଟିପତି ପିଇଓଙ୍କ ଘରେ ଭିଜିଲାନ୍ସ ରେଡ୍ ।  ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ଭିଜିଲାନ୍ସ ସ୍କାନରରେ କଳାହାଣ୍ଡି ଜିଲ୍ଲା ଥୁଆମୂଲ୍ ରାମପୁର ବ୍ଲକ ଅନ୍ତର୍ଗତ କାଣିଗୁମା ପଞ୍ଚାୟତରେ କାର୍ଯ୍ୟରତ ପିଇଓ ସନ୍ୟାସୀ ନାଏକ । ବିଲ୍ ଟଙ୍କା କରାଇଦେବା ନାଁରେ ଲାଞ୍ଚ ନେଉଥିବା ବେଳେ ଗିରଫ କଲା ତଦନ୍ତକାରୀ ସଂସ୍ଥା । ଏକାକାଳୀନ ୩ଟି ସ୍ଥାନରେ ଚଢାଉ ଜାରି ରହିଥିବା ବେଳେ ତାଙ୍କ ନିକଟରୁ କୋଟି କୋଟି ଟଙ୍କା ଜବତ ହୋଇଥିବା ସୂଚନା ରହିଛି  । 

ସୂଚନା ଅନୁଯାୟୀ, କାଣିଗୁମା ପଞ୍ଚାୟତରେ କାର୍ଯ୍ୟରତ ପିଇଓ ସନ୍ୟାସୀ ନାଏକ ବିଲ୍ ଟଙ୍କା କରାଇଦେବା ପାଇଁ ନହେଲା ଗ୍ରାମର ସୁରେନ୍ଦ୍ର ନାଏକଙ୍କୁ ୧୦ ହଜାର ଟଙ୍କା ଲାଞ୍ଚ ମାଗିଥିବା ଅଭିଯୋଗ ହୋଇଥିଲା । ଅଭିଯୋଗ ଆଧାରରେ ଭିଜିଲାନ୍ସ ତଦନ୍ତ ଆରମ୍ଭ କରିଥିଲା ।  ପୂର୍ବ ଯୋଜନା ମୁତାବକ ଭବାନୀପାଟଣା ସହରର ରାମନଗରପଡ଼ାଠାରେ ପିଇଓ ସନ୍ୟାସୀ ନାଏକ ଲାଞ୍ଚ ଟଙ୍କା ନେଉଥିବା ବେଳେ ଭିଜିଲାନ୍ସ  ମାଡିବସିଥିଲା । 

ଏହାମଧ୍ୟ ପଢନ୍ତୁ.. ଲାଞ୍ଚ ନେଉଥିଲେ ଲାଞ୍ଚୁଆ ଅମିନ, ମାଡି ବସିଲା ଭିଜିଲାନ୍ସ - VIGILANCE RAID

ଲାଞ୍ଚୁଆ ପିଇଓଙ୍କୁ ଗିରଫ କରିବା ସହ ବିଭିନ୍ନ ସ୍ଥାନରେ ଚଢାଉ ଜାରି ରଖିଛି ତଦନ୍ତ ସଂସ୍ଥା  । ଲାଞ୍ଜିଗଡରେ ଥିବା ନିଜସ୍ଵ ଘର, ଭବାନୀପାଟଣା ଜଳେଶ୍ଵର ମନ୍ଦିର ପଡ଼ାରେ ଥିବା ଦୁଇ ମହଲା କୋଠା ସମେତ ପଞ୍ଚାୟତ କାର୍ଯ୍ୟଳୟରେ ଭିଜିଲାନ୍ସ ବିଭାଗ ଚଢାଉ କରିଛି  । ପିଇଓ କୋଟି କୋଟି ଟଙ୍କାର ସମ୍ପତ୍ତି ରଖିଥିବା ନେଇ ଭିଜିଲାନ୍ସ ବିଭାଗ ସୂଚନା ଦେଇଛି । ବର୍ତ୍ତମାନ ୩ ଟି ସ୍ଥାନରେ ଭିଜିଲାନ୍ସ ବିଭାଗର ଚଢାଉ ଚାଲିଥିବା ବେଳେ ଚଢାଉ ପରେ ସମ୍ପତ୍ତିର ଆକଳନ କରାଯିବ ବୋଲି ଭିଜିଲାନ୍ସ ବିଭାଗ ପକ୍ଷରୁ କୁହାଯାଇଛି । ତେବେ ଏହି ପିଇଓ ଜଣକ ବିଭିନ୍ନ ସମୟରେ ଆବାସ ଯୋଜନାରେ ଘର କରାଇଦେବା ସହ ମନରେଗା ଯୋଜନାରେ ବିଲ୍ କରାଇବା ପାଇଁ ଟଙ୍କା ଲାଞ୍ଚ ନେଉଥିବା ନେଇ ପୂର୍ବରୁ ଭିଜିଲାନ୍ସ ନିକଟରେ ଅଭିଯୋଗ ହୋଇଥିଲା ।

ଇଟିଭି ଭାରତ, ଭବାନୀପାଟଣା

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.