ETV Bharat / entertainment

କାଲି ଇଟାଲିରେ ଅନନ୍ତ-ରାଧିକାଙ୍କ ଦ୍ୱିତୀୟ ପ୍ରି-ୱେଡିଂ, ସାମିଲ ହେବାକୁ ପହଞ୍ଚିଲେ ବି-ଟାଉନ ତାରକା - Anant Ambani Radhika PreWedding

author img

By ETV Bharat Odisha Team

Published : May 27, 2024, 1:08 PM IST

Anant Ambani-Radhika Merchant PreWedding: ଭାରତ ପରେ ଏବେ ବିଦେଶରେ ଅନନ୍ତ ଅମ୍ବାନୀ ଏବଂ ରାଧିକା ମର୍ଚ୍ଚାଣ୍ଟ ଦ୍ୱିତୀୟ ପ୍ରି-ୱେଡିଂ ସେଲିବ୍ରେଟ କରିବାକୁ ଯାଉଛନ୍ତି । କାଲି ଠାରୁ ଇଟାଲିରେ ଏହି ସେଲିବ୍ରେସନ ଆରମ୍ଭ ହେବାକୁ ଥିବା ବେଳେ ବର୍ତ୍ତମାନ ଏଥିରେ ସାମିଲ ହେବାକୁ ଉଭୟଙ୍କ ପରିବାର ଏବଂ ବଲିଉଡ ସେଲିବ୍ରିଟିମାନେ ଇଟାଲି ଯାତ୍ରା କରିଛନ୍ତି । ସେପଟେ ଉଭୟଙ୍କ ନିମନ୍ତ୍ରଣ କାର୍ଡ ଭାଇରାଲ୍ ହେବାରେ ଲାଗିଛି । ଅଧିକ ପଢନ୍ତୁ

କାଲି ଇଟାଲିରେ ଅନନ୍ତ-ରାଧିକାଙ୍କ ଦ୍ୱିତୀୟ ପ୍ରି-ୱେଡିଂ, ସାମିଲ ହେବାକୁ ପହଞ୍ଚିଲେ ବି-ଟାଉନ ତାରକା
କାଲି ଇଟାଲିରେ ଅନନ୍ତ-ରାଧିକାଙ୍କ ଦ୍ୱିତୀୟ ପ୍ରି-ୱେଡିଂ, ସାମିଲ ହେବାକୁ ପହଞ୍ଚିଲେ ବି-ଟାଉନ ତାରକା (IANS)

ହାଇଦ୍ରାବାଦ: ଖୁବଶୀଘ୍ର ବିବାହ ବନ୍ଧନରେ ବାନ୍ଧି ହେବାକୁ ଯାଉଛନ୍ତି ମୁକେଶ ଅମ୍ବାନୀଙ୍କ ସାନପୁଅ ଅନନ୍ତ ଅମ୍ବାନୀ ଏବଂ ରାଧିକା ମର୍ଚ୍ଚାଣ୍ଟ । ତେବେ ବିବାହ ପୂର୍ବରୁ ଏହି କପଲ ପ୍ରି-ୱେଡିଂ ସେଲିବ୍ରେଟ କରିବାକୁ ଯାଉଛନ୍ତି । ନିକଟରେ ଗୁଜୁରାଟର ଜାମନଗରରେ ୩ଦିନ ଧରି ପ୍ରି-ୱେଡିଂ ସେଲିବ୍ରେଟ କରିଥିବା ବେଳେ ବର୍ତ୍ତମାନ ଏହି କପଲ ଇଟାଲିରେ ଦ୍ୱିତୀୟ ପ୍ରି-ୱେଡିଂ ସେଲିବ୍ରେଟ କରିବାକୁ ଯାଉଛନ୍ତି । ଆସନ୍ତାକାଲି ଠାରୁ ଆରମ୍ଭ ହେବ ପ୍ରି-ୱେଡିଂ ସମାରୋହ । ତେବେ ଏଭଳି ପରିସ୍ଥିତିରେ ଏହି ସମାରୋହରେ ସାମିଲ ହେବାକୁ ସଲମାନ ଖାନଙ୍କ ସମେତ ଅନେକ ତାରକା ଇଟାଲି ଯାତ୍ରା ଯାଇଛନ୍ତି।

ଇଟାଲିରେ ପହଞ୍ଚିଲେ ବି-ଟାଉନ ତାରକା

ଅନନ୍ତ ଅମ୍ବାନୀ-ରାଧିକାଙ୍କ ଦ୍ୱିତୀୟ ପ୍ରି-ୱେଡିଂ ସମାରୋହରେ ଯୋଗ ଦେବେ ଦେଶର ତମାମ ବରିଷ୍ଠ ବ୍ୟକ୍ତି ବିଶେଷ ଏବଂ ବି-ଟାଉନ ତାରକା । ଆସନ୍ତାକାଲି ଏହି ସମାରୋହ ଆରମ୍ଭ ହେବାକୁ ଥିବା ବେଳେ ଅନେକ ସେଲିବ୍ରିଟି ଇଟାଲି ଯାତ୍ରା ଯାଇଛନ୍ତି। ସଲମାନ ଖାନ, ରଣଭୀର ସିଂ ଏବଂ ଝିଅ ରାହା ସହ ଆଲିଆ ଭଟ୍ଟ, ରଣଭୀର କପୁର ଏବଂ କ୍ରିକେଟର ଏମଏସ ଧୋନି ଇଟାଲି ପହଞ୍ଚିଛନ୍ତି । ସମସ୍ତ ତାରକାଙ୍କୁ ମୁମ୍ୱାଇ ବିମାନ ବନ୍ଦରରେ ସ୍ପଟ କରାଯାଇଥିଲା । ଯାହାର ଭିଡିଓ ସୋସିଆଲ ମିଡିଆରେ ଖୁବ ଭାଇରାଲ ହେବାରେ ଲାଗିଛି ।

୪ ଦିନ ଚାଲିବ ଅନନ୍ତ-ରାଧିକାଙ୍କ ଦ୍ୱିତୀୟ ପ୍ରି-ୱେଡିଂ

ଇଟାଲିର ଏକ କ୍ରୁଜରେ ହେବ ଅନନ୍ତ ଅମ୍ବାନୀ-ରାଧିକାଙ୍କ ଦ୍ୱିତୀୟ ପ୍ରି-ୱେଡିଂ ସମାରୋହ । ଏହି କ୍ରୁଜ ଇଟାଲିରୁ ଫ୍ରାନ୍ସ ଯାଏଁ ଯାତ୍ରା କରିବ । ଏହି ସମୟରେ ପୁରା ପରିବାର ପ୍ରି-ୱେଡିଂ ସେଲିବ୍ରେସନ କରୁଥିବା ଦେଖିବାକୁ ମିଳିବ । ତେବେ ସାମ୍ନକୁ ଆସିଛି ପ୍ରି-ୱେଡିଂ ନିମନ୍ତ୍ରଣ କାର୍ଡ । ଏଥିରେ ଏହି ପ୍ରି-ୱେଡିଂ ସମାରୋହ ୪ଦିନ ଧରି ଚାଲିବ ବୋଲି ଲେଖାହୋଇଛି । ଆସନ୍ତାକାଲି(ମେ ୨୮)ରୁ ଜୁନ ୧ ଯାଏଁ ଚାଲିବ । ୨୮ତାରିଖ ଅର୍ଥାତ୍ କାଲି କ୍ରୁଜକୁ ଅତିଥିମାନଙ୍କୁ ସ୍ୱାଗତ କରାଯିବ । ୨୯ରେ ଲଞ୍ଚ ପାର୍ଟି, ୩୦ରେ ଡ୍ଯାନ୍ସ, ପାର୍ଟି, ୩୧ରେ ଇଟାଲିୟନ ଡ୍ରେସ କୋର୍ଡରେ ନାଚଗୀତର ଆସର ହେବ ।

କେବେ ପଡିବ ଅନନ୍ତ-ରାଧିକାଙ୍କ ହାତଗଣ୍ଠି?

ଏନକୋର ହେଲଥ କେୟାର ଲିମିଟେଡର ସିଇଓ ଭିରେନ ମର୍ଚ୍ଚାଣ୍ଟ ଏବଂ ଉଦ୍ୟମୀ ଶୀଲା ମର୍ଚ୍ଚାଣ୍ଟଙ୍କ ଝିଅ ରାଧିକା ମର୍ଚ୍ଚାଣ୍ଟଙ୍କୁ ୧୯ ଜାନୁଆରୀ ୨୦୨୩ରେ ମୁମ୍ବାଇରେ ନିର୍ବନ୍ଧ କରିଥିଲେ । ବର୍ତ୍ତମାନ ଏହି କପଲ ଗତ ମାର୍ଚ୍ଚରେ ଜାମନଗରରେ ପ୍ରି-ୱେଡିଂ ସମାରୋହ ପାଳନ କରିଥିବା ବେଳେ ଏବେ ବିଦେଶରେ ପୁଣି ପ୍ରି-ୱେଡିଂ ସେଲିବ୍ରେଟ କରିବେ । ତେବେ ଏହି କପଲ ଜୁଲାରେ ବିବାହ କରିବେ ବୋଲି ଜଣାପଡିଛି । ରିପୋର୍ଟ ଅନୁସାରେ, ଜୁଲାଇ ୧୦-୧୨ ତାରିଖ ମଧ୍ୟରେ ଲଣ୍ଡନରେ ଏହି ଦୁହିଁଙ୍କ ହାତଗଣ୍ଠି ପଡିବ ବୋଲି ଜଣାପଡିଛି ।

ଏହା ମଧ୍ୟ ପଢନ୍ତୁ: ଜୁଲାଇରେ ବିବାହ ବନ୍ଧନରେ ବାନ୍ଧି ହେବେ ଅନନ୍ତ-ରାଧିକା !

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.