T-20 ବିଶ୍ୱକପ, ନ୍ୟୁୟର୍କରେ ପହଞ୍ଚିଲା ଟିମ ଇଣ୍ଡିଆ - T20 World Cup

By ETV Bharat Odisha Team

Published : May 27, 2024, 12:56 PM IST

thumbnail
T20 WORLD CUP (@BCCI)

ନୂଆଦିଲ୍ଲୀ: ଜୁନ2 ତାରିଖରୁ ଆରମ୍ଭ ହେବାକୁ ଯାଉଛି ଟି20 ବିଶ୍ବକପ । ଜୁନ 5 ତାରିଖରୁ  ଆୟରଲାଣ୍ଡ ବିପକ୍ଷରେ ବିଶ୍ବକପ ଅଭିଯାନ ଆରମ୍ଭ କରିବ ଭାରତ । ଏହା ପୂର୍ବରୁ ଭାରତୀୟ ଦଳର ପ୍ରଥମ ବ୍ୟାଚ୍ ନ୍ୟୁୟର୍କରେ ପହଞ୍ଚିଛି। ଯାହାର ଏକ ଭିଡିଓ ବିସିସିଆଇ ଏକ୍ସରେ ସେୟାର କରିଛି । ଭିଡିଓ ସେୟାର କରିବାବେଳେ ବିସିସିଆଇ ଲେଖିଛି, 'ଟଚ୍ ଡାଉନ୍ ନ୍ୟୁୟର୍କ । ବିସିସିଆଇ ଦ୍ୱାରା ପ୍ରକାଶିତ ଭିଡିଓରେ ସମସ୍ତ ଖେଳାଳି ପରସ୍ପରକୁ ଆଲିଙ୍ଗନ କରୁଥିବା ଦେଖିବାକୁ ମିଳିଛି । ଟି -20 ବିଶ୍ୱକପ ପାଇଁ କିଛି ଖେଳାଳି ଆମେରିକାରେ ପହଞ୍ଚିଛନ୍ତି। ଦ୍ୱିତୀୟ ବ୍ୟାଚ୍ ଆଜି ଯାତ୍ରା ଆରମ୍ଭ କରିବେ । ଆଇପିଏଲ୍ 2024 ର ଫାଇନାଲ୍  ମ୍ୟାଚ ହେତୁ ବିସିସିଆଇ ଖେଳାଳିଙ୍କୁ 2 ଟି ବ୍ୟାଚ୍ ପଠାଇବାକୁ ନିଷ୍ପତ୍ତି ନେଇଥିଲା । ପ୍ରଥମ ବ୍ୟାଚ୍ 25ରେ ଉଡାଣ ଭରିଥିଲା । ଏହି ବ୍ୟାଚରେ  ଯଶସ୍ୱୀ ଜୟସୱାଲ, ସଞ୍ଜୁ ସାମସନ, ଅଭେଶ ଖାନ, ୟୁଜବେନ୍ଦ୍ର ଚହଲ, ବିରାଟ କୋହଲି ଏବଂ ହାର୍ଦ୍ଦିକ ପାଣ୍ଡ୍ୟା ସାମିଲ ନାହାଁନ୍ତି ।  ବାକି ସମସ୍ତ ଖେଳାଳି ଅଛନ୍ତି ।  

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.