ଦୁଇ ପରୀକ୍ଷା ଫଳ: ନୟାଗଡ଼ର ଗର୍ବ ବିକ୍ରମ, ବିଜ୍ଞାନରେ ଟପ୍ପର - nayagarh PLUS TWO TOPPER

By ETV Bharat Odisha Team

Published : May 27, 2024, 8:38 AM IST

thumbnail
NAYAGARH PLUS TWO TOPPER (ETV Bharat Odisha)

NAYAGARH PLUS TWO TOPPER: ନୟାଗଡ଼: ରାଜ୍ୟରେ ପ୍ରକାଶ ପାଇଛି ଯୁକ୍ତ ଦୁଇ ପରୀକ୍ଷା ଫଳ । କଳା, ବାଣିଜ୍ୟ ଏବଂ ବିଜ୍ଞାନ ପରୀକ୍ଷା ଫଳକୁ ନେଇ ଉତ୍ସାହିତ ନୟାଗଡ଼ ଜିଲ୍ଲାର ଛାତ୍ରଛାତ୍ରୀ । ପାସ ହାର ଭଲ ରହିଥିବାରୁ ଛାତ୍ରଛାତ୍ରୀଙ୍କ ମଧ୍ୟରେ ବେଶ୍ ଉତ୍ସାହ ଦେଖିବାକୁ ମିଳିଛି । ତେବେ ନୟାଗଡ଼ ସ୍ବୟଂଶାସିତ ମହାବିଦ୍ୟାଳୟ ଛାତ୍ର ବିକ୍ରମ କେଶରୀ ମିଶ୍ର, ଯୁକ୍ତ ଦୁଇ ବିଜ୍ଞାନ ପରୀକ୍ଷାରେ 554 ନମ୍ବର ରଖି ଜିଲ୍ଲା ଟପ୍ପର ହୋଇଛନ୍ତି । ଏହି ଅବସରରେ ବିକ୍ରମ ନିଜ ବାପା ,ମାଆ, ଶିକ୍ଷକଶିକ୍ଷୟିତ୍ରୀଙ୍କୁ ସଫଳତାର ଶ୍ରେୟ ପ୍ରଦାନ କରିଛନ୍ତି । ସେ ଦଶମ ପରୀକ୍ଷାରେ ମଧ୍ୟ 572 ନମ୍ୱର ରଖି A1 ଗ୍ରେଡରେ ପାଇଥିଲେ । ନୟାଗଡ଼ ବ୍ଲକ ହରିହରପୁରରେ ବିକ୍ରମଙ୍କ ବାପା,ମାଆ ରହୁ ଥିବାବେଳେ, ନିଜ ଗାଁ ମାନ୍ଧାତାପୁର । ସେ ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିରରେ ନିଜର ଦଶମ ଶିକ୍ଷା ଶେଷ କରିଥିଲେ । ଚଳିତ ବର୍ଷ ଯୁକ୍ତ ପରୀକ୍ଷାରେ ସେ 554 ନମ୍ବର ହାସଲ କରିଥିବାରୁ ସବୁଆଡ଼ୁ ତାଙ୍କୁ ଶୁଭେଚ୍ଛାର ସୁଅ ଛୁଟୁଛି । ଆଗକୁ ସେ ଇଞ୍ଜିନୟରିଂ ପାଠ ପଡ଼ିବେ ବୋଲି ଆଶା ରଖିଛନ୍ତି । 

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.