ପାରାଦ୍ୱୀପରେ ଜଳିଗଲା ତେଲ ବୋଝେଇ କଣ୍ଟେନର ସହ ୨ଟି ଟ୍ରକ

By ETV Bharat Odisha Team

Published : Nov 22, 2023, 6:06 PM IST

thumbnail

ପାରାଦ୍ୱୀପ: ପାରାଦ୍ୱୀପ ଲକଥାନା ଅଧିନ ପିପିଏଲ୍ ଛକ ନିକଟରେ ହୁତୁହୁତୁ ହୋଇ ଜଳିଗଲା ତେଲ ବୋଝେଇ କଣ୍ଟେନର୍ ସହ ଦୁଇଟି ଟ୍ରକ । ଗତକାଲି(ମଙ୍ଗଳବାର) ବିଳମ୍ବିତ ରାତ୍ରିରେ କୌଣସି କାରଣ ବଶତଃ ପିପିଏଲ୍ ଛକ ନିକଟ ଗ୍ୟାରେଜରେ ଥିବା କଣ୍ଟେନରରେ ନିଆଁ ଲାଗି ପାଖରେ ଥିବା ୨ଟି ଟ୍ରକ ମଧ୍ୟ ସମ୍ପୂର୍ଣ୍ଣ ଜଳି ଯାଇଛି । ଖବର ପାଇ କୁଜଙ୍ଗ ଅଗ୍ନିଶମ ବିଭାଗ ଓ ପାରାଦୀପ ଅଗ୍ନିଶମ ବିଭାଗର ୬ଟି ଦମକଳ ଆସି ନିଆଁକୁ ଆୟତ୍ତ କରିବା ପାଇଁ ଲାଗି ପଡିଥିଲେ । ହେଲେ ଅଗ୍ନିକାଣ୍ଡ ଏତେ ଭୟାବହ ଥିଲା ଯେ ନିଆଁକୁ ଆୟତ୍ତ କରିବା ପାଇଁ ଅଗ୍ନିଶମ ବିଭାଗ ନାକେଦମ୍ ହେବାକୁ ପଡିଥିଲା । ତେବେ ଅଗ୍ନିଶମ ବିଭାଗର ଦୀର୍ଘ ୩ ଘଣ୍ଟା ଧରି ଅକ୍ଳାନ୍ତ ପରିଶ୍ରମ ପରେ ନିଆଁକୁ ଆୟତ୍ତ କରାଯାଇଛି । 

ସୂଚନା ଯୋଗ୍ୟ ଦୀର୍ଘଦିନ ହେବ ସେହି କଣ୍ଟେନର୍ ମଧ୍ୟରେ ଚୋରା ତେଲ ଗଚ୍ଛିତ ରଖା ଯାଉଥିଲା । ଏହି ଘଟଣା ପରେ ଚୋରା ତେଲ କାରବାର ହେଉଥିବାର ଘଟଣା ସାମ୍ନାକୁ ଆସିଛି । ଖବର ପାଇ ଲକଥାନା ପୋଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ଘଟଣା ସ୍ଥଳରେ କେହି ନଥିବା ସମୟରେ ଏହି ଅଗ୍ନିକାଣ୍ଡ ଘଟିଥିବା ଜଣାପଡିଛି । 

ପାରାଦ୍ୱୀପ ସହରର ବିଭିନ୍ନ ସ୍ଥାନରେ ଚୋରା ପେଟ୍ରୋଲ ମହଜୁତ ରଖାଯାଇ ବାହାରକୁ ଚାଲାଣ କରାଯାଉଥିବା ଅଭିଯୋଗ ଆସୁଛି । ହଜାର ହଜାର ଲିଟର ଚୋରା ପେଟ୍ରୋଲ ଦିନ ଦ୍ୱିପ୍ରହରରେ ଚାଲାଣ ହେଉଥିଲେ ମଧ୍ୟ ଯୋଗାଣ ବିଭାଗ କିମ୍ବା ପୋଲିସ ନଜରକୁ ଆସିପାରୁନାହିଁ । ଫଳରେ ଗତକାଲି ରାତି 3ଟା ସମୟରେ ଯେଉଁ ଘଟଣା ସାମ୍ନାକୁ ଆସିଛି । ପାରାଦ୍ୱୀପ ପୋଲିସ ଏହି ଘଟଣାକୁ ଗମ୍ଭୀରତା ସହ ନେଇ ତଦନ୍ତ ଆରମ୍ଭ କରିଛି ।

ଏହା ମଧ୍ୟ ପଢନ୍ତୁ.....Watch Video: ମଝି ରାସ୍ତାରେ ହୁତୁହୁତୁ ହୋଇ ଜଳିଗଲା ଟ୍ରକ, ଅଳ୍ପକେ ବର୍ତ୍ତିଲେ ଡ୍ରାଇଭର ଓ ହେଲପର

ଇଟିଭି ଭାରତ, ଜଗତସିଂହପୁର

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.