ଦୂତି ବାସନ୍ଦ ହେବା ଓଡ଼ିଶା କ୍ରୀଡ଼ା ଜଗତ ପାଇଁ ବଡ଼ କ୍ଷତି: ଅଲିମ୍ପିକ ସଂଘ ସମ୍ପାଦକ

By

Published : Aug 18, 2023, 6:14 PM IST

thumbnail

କଟକ: ଅଲିମ୍ପିଆନ୍‌ ଧାବିକା ଦୂତୀ ଚାନ୍ଦଙ୍କୁ ଲାଗିଛି ବଡ ଝଟ୍‌କା । ଡୋପ ଟେଷ୍ଟରେ ବିଫଳ ହେବାରୁ ତାଙ୍କୁ ୪ ବର୍ଷ ବ୍ୟାନ କରିଛି ନାଡା (National Anti doping Agency) । ୨୦୨୭ ଯାଏଁ ଦୌଡି ପାରିବେ ନାହିଁ ଧାବିକା ଦୂତୀ ଚାନ୍ଦ । ଗତ ଜାନୁଆରୀ ୩ ତାରିଖରୁ ପିଛିଲା ଭାବେ ବାସନ୍ଦ ଲାଗୁ ହେବ । ଏନେଇ ପକ୍ଷ ରଖିବାକୁ ମଧ୍ୟ ଦୂତୀଙ୍କୁ ୨୧ ଦିନ ସମୟ ମିଳିଛି । ତେବେ ଏହି ଘଟଣା ବର୍ତ୍ତମାନ ରାଜ୍ୟ କ୍ରୀଡ଼ା ପାଇଁ ଆଣି ଦେଇଛି ଶକ୍ତ ଧକ୍କା । କାରଣ ଦୌଡ଼ରାଣୀ ବିଗତ ଦିନରେ ରାଜ୍ୟ ଓ ଦେଶ ପାଇଁ ଅନେକ ଗୌରବ ଓ ସୁନାମ ଆଣିଛନ୍ତି । ହେଲେ ବର୍ତ୍ତମାନ ସମୟରେ ଯେଉଁ ବାସନ୍ଦ ନିଷ୍ପତି ଆସିଛି ତାହା ଓଡିଶା ଅଲିମ୍ପିକ ସଂଘ ପାଇଁ ଏକ ବଡ଼ କ୍ଷତି । ତେବେ ଦୂତି ଏହି ଟେଷ୍ଟ ରିପୋର୍ଟ ଉପରେ ପୁନର୍ବାର ଆବେଦନ କରିବା ପରେ ଦୂତିଙ୍କୁ ନିଶ୍ଚୟ ନ୍ୟାୟ ମିଳିବ ବୋଲି କହିଛନ୍ତି ରାଜ୍ୟ ଅଲିମ୍ପିକ୍‌ ସଂଘ ସମ୍ପାଦକ ଅଭିଜିତ ପାଲ ।

ଏହା ମଧ୍ୟ ପଢ଼ନ୍ତୁ...ଡୋପ ଟେଷ୍ଟରେ ଫେଲ ଆଥଲେଟ ଦୂତୀ ଚାନ୍ଦ, 4 ବର୍ଷ ବାସନ୍ଦ କଲା NADA

ସେ କହିଛନ୍ତି, "ବର୍ତ୍ତମାନ କ୍ରୀଡ଼ାର କ୍ୟାପିଟାଲ ହେଉଛି ଓଡିଶା । ମେଗା କ୍ରୀଡ଼ା ଆୟୋଜନ ସାଙ୍ଗକୁ ଅନେକ ତାରକା ଖେଳାଳି ମଧ୍ୟ ଓଡିଶା ତିଆରି କରୁଛି । ଏହାରି ଭିତରେ ଦୂତି ହେଉଛନ୍ତି ଅନ୍ୟତମ । ବିଗତ ଏସିଆନ୍‌ ଗେମ୍ସ କଥା କୁହନ୍ତୁ ବା ଅନ୍ୟାନ୍ୟ ଆନ୍ତର୍ଜାତିକ ମ୍ୟାଚ୍‌, ସବୁଠି ନିଜର ଦକ୍ଷତା ଦେଖାଇଛନ୍ତି ଦୌଡ଼ରାଣୀ ଦୂତି ଚାନ୍ଦ । ଏହାରି ଭିତରେ ଯେଉଁ ଦୁଃଖଦ ଖବର ଆସିଛି ତାହା ରାଜ୍ୟ ଅଲିମ୍ପିକ ପାଇଁ ଶକ୍ତ ଝଟ୍‌କା । ଆସନ୍ତା ଅଲିମ୍ପିକରେ ଦୂତିଙ୍କୁ ନେଇ ଅନେକ ଆଶା ରଖିଥିଲା ସଂଘ ।" ହେଲେ ଏପରିସ୍ଥଳେ ଦୂତି ପୁଣି ଟ୍ରାକ୍‌କୁ ଫେରିବେ ବୋଲି ପ୍ରାର୍ଥନା କରିଛନ୍ତି ଅଲିମ୍ପିକ ସଂଘ ସମ୍ପାଦକ ଅଭିଜିତ ପାଲ ।

ଇଟିଭି ଭାରତ, କଟକ

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.