ଦେଖନ୍ତୁ ପତିତପାବନଙ୍କ ଦିବ୍ୟ ମଙ୍ଗଳ ଆଳତୀ, ଶୁଭମୟ ହେବ ଦିନ - Malgala Alati

By ETV Bharat Odisha Team

Published : May 26, 2024, 6:41 AM IST

thumbnail
Mangala Alati (ETV Bharat Odisha)

Mangala Alati: ପୁରୀ: ଜଗନ୍ନାଥ ସ୍ବାମୀ, ନୟନ ପଥଗାମୀ ଭବଃ ତୁମେ... । ବିଶ୍ୱଠାକୁର ହେଉଛନ୍ତି ମହାପ୍ରଭୁ ଜଗନ୍ନାଥ  । ତାଙ୍କର ଟିକିଏ ଦର୍ଶନ ପାଇଁ ବ୍ୟାକୁଳ ଭକ୍ତର ମନ । ଯେଉଁଥିପାଇଁ ବିଶ୍ୱର କୋଣ ଅନୁକୋଣରୁ ତାଙ୍କର ଟିକିଏ ଝଲକ ଦେଖିବାକୁ ପ୍ରତିଦିନ ପୁରୀକୁ ଛୁଟେ ଲକ୍ଷାଧିକ ଭକ୍ତଙ୍କ ସୁଅ । ସେ କୋଟି ଓଡିଆଙ୍କ ମଉଡମଣୀ । ଭକ୍ତର ଭାବରେ ବନ୍ଧା କାଳିଆ ଠାକୁର । ନିରାଶାର ଆଶା ସେ ଅନାଥର ନାଥ । ନୀଳାଚଳିଆ ଠାକୁରଙ୍କ ମହିମା ଅପାର । ପତିତମାନଙ୍କୁ ଉଦ୍ଧାରିବା ପାଇଁ ଧରାଧାମରେ ଅବତାର ନେଇଛନ୍ତି ପ୍ରଭୁ ପତିତପାବନ । ପ୍ରତିଦିନ ଭୋରରୁ ଶ୍ରୀମନ୍ଦିରରେ ପ୍ରଭୁ ପତିତପାବନଙ୍କ ମଙ୍ଗଳ ଆଳତୀ ହୋଇଥାଏ । ଆଜି ମଧ୍ୟ ସେବାୟତମାନଙ୍କ ଦ୍ବାରା ବଡି ଭୋରରୁ ଶ୍ରୀମନ୍ଦିର ଦ୍ବାର ଫିଟା ନୀତି ପରେ ଧୂପ, ଘଣ୍ଟି ଓ ମନ୍ତ୍ରୋପଚାରଣ ସହ ସମ୍ପନ୍ନ ହୋଇଛି  ପତିତପାବନଙ୍କ ମଙ୍ଗଳ ଆଳତୀ ନୀତି । ବିଶ୍ବାସ ରହିଛି ଏହି ଦିବ୍ୟ ଆଳତୀ ଦର୍ଶନ କଲେ ଜୀବନର ସବୁ ପାପ କ୍ଷୟ ହୋଇ ଭଗବାନଙ୍କ ଅପାର କରୁଣା ପ୍ରାପ୍ତ ହୋଇଥାଏ  । 

ଇଟିଭି ଭାରତ, ପୁରୀ

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.