ETV Bharat / sports

ଡୋପ ଟେଷ୍ଟରେ ଫେଲ ଆଥଲେଟ ଦୂତୀ ଚାନ୍ଦ, 4 ବର୍ଷ ବାସନ୍ଦ କଲା NADA

author img

By

Published : Aug 18, 2023, 10:07 AM IST

ଧାବିକା ଦୂତୀ ଚାନ୍ଦଙ୍କୁ ଶକ୍ତ ଝଟକା ଲାଗିଛି । ଡୋପ ଟେଷ୍ଟରେ ବିଫଳ ହେବାରୁ ତାଙ୍କୁ 4 ବର୍ଷ ବ୍ୟାନ କରାଯାଇଛି । 2027 ଯାଏ କୌଣସି ଜାତୀୟ ତଥା ଅନ୍ତର୍ଜାତୀୟ କ୍ରୀଡାରେ ଭାଗ ନେଇ ପାରିବେ ନାହିଁ । ଅଧିକ ପଢନ୍ତୁ

ଡୋପ ଟେଷ୍ଟରେ ଫେଲ ଆଥଲେଟ ଦୂତୀ ଚାନ୍ଦ
dutee chand gets four year dope ban

ନୂଆଦିଲ୍ଲୀ: ଅଲମ୍ପିଆନ ଧାବିକା ଦୂତୀ ଚାନ୍ଦଙ୍କୁ ବଡ ଝଟକା । ଡୋପ ଟେଷ୍ଟରେ ବିଫଳ ହୋଇଛନ୍ତି ଆଥଲେଟ ଦୂତୀ ଚାନ୍ଦ । ଡୋପ ଟେଷ୍ଟରେ ବିଫଳ ହେବାରୁ ତାଙ୍କୁ 4 ବର୍ଷ ବ୍ୟାନ କରିଛି ନାଡା (National Anti doping Agency) । 2027 ଯାଏ ଦୌଡି ପାରିବେ ନାହିଁ ଧାବିକା ଦୂତୀ । ଚଳିତ ବର୍ଷ ଜାନୁଆରୀ 3ରୁ ପିଛିଲା ଭାବେ ବାସନ୍ଦ ଲାଗୁ ହେବ । ଏନେଇ ପକ୍ଷ ରଖିବାକୁ ଦୂତୀଙ୍କୁ 21 ଦିନ ସମୟ ମିଳିଛି ।

ଜାତୀୟ ଗଣମାଧ୍ୟମରେ ପ୍ରକାଶିତ ଖବର ଅନୁସାରେ, ଜାତୀୟ ଡୋପ ନିରୋଧି ସଂସ୍ଥାର ଉଭୟ ଟେଷ୍ଟ ରିପୋର୍ଟକୁ ବିଶ୍ଲେଷଣ କରିବା ପରେ ଏହି ନିଷ୍ପତ୍ତି ନିଆଯାଇଛି । ଦୂତୀ ନାଡାର ଆଚରଣ ସହିଂତା ଧାରା 2.1 ଓ 2.2 ଉଲ୍ଲଘଂନ କରିଛନ୍ତି । ତାଙ୍କ ନାଡାର ଦଣ୍ଡବିଧାନ ଧାରା 10.2.1.1 ଅନୁସାରେ ଦଣ୍ଡିତ କରାଯାଇଛି । 27 ବର୍ଷୀୟ ଦୂତୀଙ୍କ କ୍ୟାରିୟରର ହୁଏତ ଆଉ 2 ରୁ 3 ବର୍ଷ ବାକି ରହିଥିଲା । ଏହା ପୂର୍ବରୁ ତାଙ୍କୁ ଶକ୍ତ ଝଟକା ଲାଗିଛି । ଡୋପ ଟେଷ୍ଟରେ ଦୂତୀ ନମୂନା ରିପୋର୍ଟ ପଜିଟିଭ ଆସିଥିଲା । ସେ ଏସଆଇଏମଏସ (selective androgen receptor modulators) ସେବନ କରିଥିବା ଜଣାପଡିଛି । ଯାହା ଅନ୍ତର୍ଜାତୀୟ ଡୋପ ନିରୋଧୀ ସଂସ୍ଥା ଦ୍ବାରା ସମ୍ପୂର୍ଣ୍ଣ ନିଷିଦ୍ଧ ଅଟେ । ଦୂତୀଙ୍କ ପ୍ରଥମ ରିପୋର୍ଟରେ ଆଣ୍ଡାରିନ, ଓଷ୍ଟରିନ ଓ ଲିଗାନଡ୍ରୋଲ ମିଳିଥିଲା । ଦ୍ବିତୀୟ ରିପୋର୍ଟରେ ଆଣ୍ଡାରିନ ଓ ଓଷ୍ଟାରିନ ମିଳିଥିଲା । ଏହା ଏସଆରଏମଏସ ଅଂଶ ବିଶେଷ । ଏହା ସାଧାରଣତଃ ହାଡ ଓ ମାଂସପେଶୀ ବୃଦ୍ଧି କରିବାରେ ସହାୟକ ହୋଇଥାଏ ।

ଡୋପ ଟେଷ୍ଟରେ ବିଫଳ ହେବାରୁ ତାଙ୍କୁ ତେଣୁ ତାଙ୍କୁ 4 ବର୍ଷ ବାସନ୍ଦ କରାଯାଇଛି । 2027 ଜାନୁଆରୀ ମାସ ପର୍ଯ୍ୟନ୍ତ ଏହି ବାସନ୍ଦାଦେଶ ବଳବତ୍ତର ରହିବ । ତେଣୁ ସେ ଉକ୍ତ ସମୟ ଯାଏ କୌଣସି ଜାତୀୟ ଓ ଅନ୍ତର୍ଜାତୀୟ କ୍ରୀଡାରେ ଭାଗ ନେଇ ପାରିବେ ନାହିଁ । ଦଣ୍ଡାଦେଶ ହେବାର 21 ଦିନ ମଧ୍ୟରେ ଦୂତୀ ଏହାର ପୁନଃବିଚାର ପାଇଁ ଆଣ୍ଟି ଡୋପିଙ୍ଗ ପ୍ୟାନେଲ ନିକଟରେ ଆବେଦନ କରିପାରିବେ ।

ଏହା ବି ପଢନ୍ତୁ....Dutee Chand in Dope Net: ଡୋପ ଟେଷ୍ଟରେ ବିଫଳ ଦୂତୀ ଚାନ୍ଦ, ଲାଗିଲା ସାମୟିକ ନିଲମ୍ବନ

ଏହା ବି ପଢନ୍ତୁ...ପୁଣି ଚର୍ଚ୍ଚାରେ ଦୂତୀ, ଜାତୀୟ ଗଣମାଧ୍ୟମର କଭର ଷ୍ଟୋରୀରେ ଦୌଡରାଣୀଙ୍କ ପ୍ରେମ କାହାଣୀ

ପ୍ରକାଶ ଥାଉ କି , ଚଳିତ ବର୍ଷ ଜାନୁଆରୀରେ ଅଲିମ୍ପିଆନ୍ ଓଡ଼ିଆ ଦୌଡ଼ରାଣୀ ଦୂତୀ ଚାନ୍ଦ ଡୋପ ଟେଷ୍ଟରେ ବିଫଳ ହୋଇଥିଲେ । ଏହା ପରେ ତାଙ୍କୁ ଜାତୀୟ ଓ ଅନ୍ତର୍ଜାତୀୟ କ୍ରୀଡ଼ାରେ ଭାଗ ନେବାରୁ ସାମୟିକ ନିଲମ୍ବିତ କରାଯାଇଥିଲା । ଗତ ବର୍ଷ ଡିସେମ୍ବର ମାସ ୫ ତାରିଖରେ ଡୋପ ଟେଷ୍ଟ ପାଇଁ ଦୂତୀଙ୍କର ନମୂନା ସଂଗ୍ରହ କରାଯାଇଥିଲା । ଉକ୍ତ ସଂଗୃହିତ ନମୂନାରେ ଆପତ୍ତିଜନକ ଭାବେ ଆଣ୍ଡାରାଇନ୍, ଓଷ୍ଟାରାଇନ୍ ଏବଂ ଲିଗାଣ୍ଡ୍ରୋଲ୍ ପଜିଟିଭ ଆସିଥିବାରୁ ତାଙ୍କୁ ଅସ୍ଥାୟୀ ଭାବେ ନିଲମ୍ବନ କରାଯାଇଥିଲା । 27 ବର୍ଷୀୟା ଅନ୍ତର୍ଜାତୀୟ ଧାବିକା ଦୂତି ଚାନ୍ଦ ୨୦୧୮ ଏସିଆ ଚାମ୍ପିୟନସିପରେ ଉଭୟ ୧୦୦ ଓ ୨୦୦ ମିଟର ବର୍ଗରେ ରୌପ୍ୟ ପଦକ ହାସଲ କରିଥିଲେ । ଜାତୀୟ ୧୦୦ ମିଟର ରେସରେ ପୂର୍ବରୁ ସ୍ବର୍ଣ୍ଣ ପଦକ ହାସଲ କରିଛନ୍ତି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.