ଦେବଗଡ଼ ବିଧାନସଭା ଆସନ, ଇଭିଏମରେ ସିଲ୍‌ 8 ବିଧାୟକ ପ୍ରାର୍ଥୀଙ୍କ ଭାଗ୍ୟ - Deogarh Assembly Voting

By ETV Bharat Odisha Team

Published : May 25, 2024, 11:04 PM IST

thumbnail
ଦେବଗଡ଼ ବିଧାନସଭା ଆସନ, ଇଭିଏମରେ ସିଲ୍‌ 8 ବିଧାୟକ ପ୍ରାର୍ଥୀଙ୍କ ଭାଗ୍ୟ (ETV Bharat Odisha)

Voting In Deogarh Assembly: ଦେବଗଡ଼: ଚଳିତ ସାଧାରଣ ନିର୍ବାଚନ 2024 ପରିପ୍ରେକ୍ଷୀରେ ଆଜି (ଶନିବାର) ଦେବଗଡ଼ ବିଧାନସଭା ଆସନରେ ମତଦାନ ପ୍ରକ୍ରିୟା ସମାପ୍ତ ହୋଇଛି । ଏଥିରେ ଅପରାହ୍ନ 5ଟା ସୁଦ୍ଧା ଜିଲ୍ଲାର ମୋଟ 2 ଲକ୍ଷ 51 ହଜାର 394 ଜଣ ଭୋଟରଙ୍କ ମଧ୍ୟରୁ ମୋଟ 67 ପ୍ରତିଶତ ଭୋଟର ସେମାନଙ୍କ ମତଦାନ କରିଛନ୍ତି । ତେବେ କେତେକ ମତଦାନ କେନ୍ଦ୍ରରେ ବାରମ୍ବାର ଇଭିଏମ ମେସିନ ଅଚଳ ହୋଇ ପଡ଼ୁଥିବାରୁ ଭୋଟଦାନ ପ୍ରକ୍ରିୟା ବିଳମ୍ବିତ ହୋଇଛି । ଫଳରେ ନିର୍ଦ୍ଧାରିତ ସମୟ ପରେ ବି ମତଦାନ ପାଇଁ ଭୋଟରଙ୍କ ଲମ୍ବା ଲାଇନ ପରିଲକ୍ଷିତ ହୋଇଥିବାରୁ ମତଦାନ ହାର କିଛି ମାତ୍ରାରେ ବୃଦ୍ଧି ପାଇବାର ସମ୍ଭାବନା ରହିଛି । ଆଜି ଏହି ବିଧାନସଭା କ୍ଷେତ୍ରରେ ମୋଟ 338ଟି ମତଦାନ କେନ୍ଦ୍ରରେ ଶାନ୍ତି ଶୃଙ୍ଖଳାରେ ମତଦାନ ହୋଇଥିବା ବେଳେ ଦେବଗଡ଼ ବିଧାନସଭା କ୍ଷେତ୍ରରେ ପ୍ରତିଦ୍ବନ୍ଦିତା କରୁଥିବା ବିଜେଡି, ବିଜେପି ଓ କଂଗ୍ରେସ ପ୍ରାର୍ଥୀଙ୍କ ସମେତ 8 ଜଣ ବିଧାୟକ ପ୍ରାର୍ଥୀଙ୍କ ଭାଗ୍ୟ ଇଭିଏମରେ ସିଲ୍‌ ହୋଇଛି ।

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.