ETV Bharat / state

ସରିଲା ତୃତୀୟ ପର୍ଯ୍ୟାୟ ନିର୍ବାଚନ: ରାଜ୍ୟରେ ୬୦.୦୭% ଭୋଟିଂ ରେକର୍ଡ, 447 ପ୍ରାର୍ଥୀଙ୍କ ଭାଗ୍ୟ EVMରେ ସିଲ୍ - Odisha Third Phase Election

author img

By ETV Bharat Odisha Team

Published : May 25, 2024, 6:31 AM IST

Updated : May 25, 2024, 8:30 PM IST

Odisha Third Phase Election
Odisha Third Phase Election

20:10 May 25

ତୃତୀୟ ପର୍ଯ୍ୟାୟ ମତଦାନ ଶେଷ, ରାଜ୍ୟରେ ୬୦.୦୭% ଭୋଟିଂ

ଭୁବନେଶ୍ବର: ରାଜ୍ୟରେ ଶେଷ ହେଲା ତୃତୀୟ ପର୍ଯ୍ୟାୟ ମତଦାନ । ଶେଷ ସୂଚନା ସୁଦ୍ଧା ୬୦.୦୭% ମତଦାନ ହୋଇଥିବା ଜଣାପଡ଼ିଛି । ଏହି ପର୍ଯ୍ୟାୟରେ ମୋଟ କେତେ ପ୍ରତିଶତ ମତଦାନ ହୋଇଛି ସେନେଇ ଆସନ୍ତା ୨୪ ଘଣ୍ଟାରେ ଭାରତୀୟ ନିର୍ବାଚନ ଆୟୋଗଙ୍କ ପକ୍ଷରୁ ସୂଚନା ଦିଆଯିବ । ଶେଷ ରେକର୍ଡ ସୁଦ୍ଧା, ଭୁବନେଶ୍ବର ଲୋକସଭା କ୍ଷେତ୍ରରେ ୫୩.୫୪%, କଟକରେ ୫୪.୩୬%, ଢେଙ୍କାନାଳରେ ୬୦.୮୮%, କେନ୍ଦୁଝରରେ ୬୨.୪୩%, ପୁରୀରେ ୬୧.୧୭%, ସମ୍ବଲପୁରରେ ୬୮.୮୭% ମତଦାନ ହୋଇଛି ।

18:11 May 25

5ଟା ସୁଦ୍ଧା ରାଜ୍ୟରେ 59.60% ମତଦାନ, କେଉଁଠି କେତେ ଭୋଟିଂ ଜାଣନ୍ତୁ

Odisha Third Phase Election
Odisha Third Phase Election

ଭୁବନେଶ୍ବର: ସନ୍ଧ୍ୟା 5ଟା ସୁଦ୍ଧା ରାଜ୍ୟରେ 59.60 ପ୍ରତିଶତ ମତଦାନ ହୋଇଛି । ବେଗୁନିଆ ବିଧାନସଭା ଆସନରେ ୬୫.୭୦% , ଭୁବନେଶ୍ବର-ମଧ୍ୟ ୪୪.୧୨%, ଭୁବନେଶ୍ବର-ଉତ୍ତରରେ ୪୫.୦୦%, ଏକାମ୍ର-ଭୁବନେଶ୍ବରରେ ୪୯.୫୦%, ଜଟଣୀରେ ୫୨.୪୦%, ଜୟଦେବରେ ୬୪.୮୦% ଓ ଖୋର୍ଦ୍ଧାରେ ୫୮.୧୨% ମତଦାନ ହୋଇଛି । ସେହିପରି ଆଠଗଡ଼ରେ ୫୯.୦୦%, ବାଙ୍କୀରେ ୫୯.୧୭%, ବାରବାଟୀ-କଟକରେ ୪୨.୧୦%, ବଡମ୍ବା ୫୭%, ଚୌଦ୍ବାର-କଟକରେ ୪୨.୯୦%, କଟକ ସଦରରେ ୬୦.୦୦%, ଖଣ୍ଡପଡାରେ ୬୩.୫୦% ମତଦାନ ହୋଇଛି ।

ସେହିପରି ଅନୁଗୋଳରେ ୫୭.୬୦%, ଢେଙ୍କାନାଳରେ ୫୩.୪୫%, ହିନ୍ଦୋଳରେ ୬୩.୫୨, କାମାକ୍ଷାନଗରରେ ୫୪.୨୦%, ପାଲଲହଡ଼ାରେ ୭୩.୮୬%, ପରଜଙ୍ଗରେ ୬୩.୮୮%, ତାଳଚେରରେ ୬୪.୦୦% ଆନନ୍ଦପୁରରେ ୫୯.୧୫%, ଚମ୍ପୁଆରେ ୬୪.୧୪%, ଘସିପୁରାରେ ୬୨.୩୦%, କରଞ୍ଜିଆରେ ୬୧.୩୮% , କେନ୍ଦୁଝରରେ ୬୧.୩୬%, ପାଟଣାରେ ୬୫.୨୫% ଓ ତେଲକୋଇରେ ୬୩.୫୧% ଭୋଟିଂ ହୋଇଛି ।

ବ୍ରହ୍ମଗିରିରେ ୬୫.୦୦%, ଚିଲିକାରେ ୬୦.୧୨%, ନୟାଗଡ଼ରେ ୫୯.୮୦% , ପିପିଲିରେ ୬୫.୦୦% , ପୁରୀରେ ୫୬.୦୦% , ରଣପୁର ୬୦.୩୦% , ସତ୍ୟବାଦୀରେ ୬୨.୦୦% , ଆଠମଲ୍ଲିକରେ ୬୬.୨୦%, ଛେଣ୍ଡିପଦାରେ ୬୫.୫୦%, ଦେବଗଡ଼ରେ ୬୭.୦୦%, କୁଚିଣ୍ଡାରେ ୭୨.୫୫% , ରେଢାଖୋଲରେ ୬୬.୦୦% , ରେଙ୍ଗାଲିରେ ୬୯.୧୧% , ସମ୍ବଲପୁରରେ ୫୪.୪୦ % ମତଦାନ ହୋଇଛି ।

17:41 May 25

ସନ୍ଧ୍ୟା 5ଟା ସୁଦ୍ଧା 59.60 ପ୍ରତିଶତ ମତଦାନ

ଭୁବନେଶ୍ବର: ସନ୍ଧ୍ୟା 5ଟା ସୁଦ୍ଧା ରାଜ୍ୟରେ 59.60 ପ୍ରତିଶତ ମତଦାନ ହୋଇଛି । କଟକ ଲୋକସଭା କ୍ଷେତ୍ରରେ ୫୪.୩୬% ଭୋଟିଂ ହୋଇଛି । ସେହିପରି ପୁରୀରେ ୬୧.୧୭%, ଭୁବନେଶ୍ବରରେ ୫୩.୫୪%, ସମ୍ବଲପୁରରେ ୬୫.୯୧%,ଢେଙ୍କାନାଳରେ ୬୦.୮୮%, କେନ୍ଦୁଝରରେ ୬୨.୪୩% ମତଦାନ ହୋଇଛି ।

17:19 May 25

ଇଭିଏମ ଭଙ୍ଗାରୁଜା କଲେ ପ୍ରଶାନ୍ତ ଜଗଦ୍ଦେବ, ଧରିଲା ପୋଲିସ

Prasant Jagdev
Prasant Jagdev

ଖୋର୍ଦ୍ଧା: ବୁଥ ଭିତରେ ଇଭିଏମ ପଶି ଭଙ୍ଗାରୁଜା କଲେ ପ୍ରଶାନ୍ତ ଜଗଦ୍ଦେବ । ମତଦାନ ବେଳେ ପ୍ରଶାନ୍ତ ବୋଲଗଡ଼ ବ୍ଲକ ବଡ଼କୁମାରୀ ପଞ୍ଚାୟତରେ ଭଙ୍ଗାରୁଜା କରିଥିବା ଅଭିଯୋଗ ହୋଇଛି । ପୋଲିସ ତାଙ୍କୁ ଧରିଥିବା ଜଣାପଡ଼ିଛି । ଖୋର୍ଦ୍ଧା ଆସନରୁ ବିଜେପି ବିଧାୟକ ପ୍ରାର୍ଥୀ ଅଛନ୍ତି ପ୍ରଶାନ୍ତ ।

16:19 May 25

୩ଟା ସୁଦ୍ଧା ୪୮.୪୪% ମତଦାନ, କେଉଁଠି କେତେ ଭୋଟିଂ ଜାଣନ୍ତୁ

Odisha Third Phase Election
Odisha Third Phase Election

ଭୁବନେଶ୍ବର: ରାଜ୍ୟରେ ତୃତୀୟ ପର୍ଯ୍ୟାୟ ଭୋଟିଂ ଜାରି ରହିଥିବାବେଳେ ଅପରାହ୍ନ ୩ଟା ସୁଦ୍ଧା ୪୮.୪୪ % ମତଦାନ ହୋଇଛି । ଆନନ୍ଦପୁରରେ ୫୭.୨୫%, ଚମ୍ପୁଆରେ ୫୨.୩୫ %, ଘସିପୁରାରେ ୫୩.୮୫%, କରଞ୍ଜିଆରେ ୫୧.୦୫%, କେନ୍ଦୁଝରରେ ୪୯.୮୬%, ପାଟଣାରେ ୫୫.୨୩%, ତେଲକୋଇରେ ୫୩.୨୧% ମତଦାନ ହୋଇଛି । ସେହିପରି ଅନୁଗୋଳରେ ୫୦.୮୦%, ଢେଙ୍କାନାଳରେ ୪୪.୨୫%, ହିନ୍ଦୋଳରେ ୫୦.୮୩%, କାମାକ୍ଷାନଗରରେ ୫୦.୮୮%, ପାଲଲହଡାରେ ୬୨.୧୩%, ପରଜଙ୍ଗରେ ୪୫.୮୭%, ତାଳଚେରରେ ୫୨.୦୦% ମତଦାନ ହୋଇଛି ।

ଆଠଗଡ଼ରେ ୪୭.୦୦%, ବାଙ୍କୀରେ ୪୮.୩୦%, ବଡମ୍ବା-କଟକରେ ୩୫.୩୦%, ବଡ଼ମ୍ବାରେ ୪୫.୦୦%, ଚୌଦ୍ବାର-କଟକରେ ୩୮.୦୦%, କଟକ ସଦରରେ ୪୦.୦୦%, ଖଣ୍ଡପଡ଼ାରେ ୫୪.୦୦% ମତଦାନ ହୋଇଛି । ସେହିପରି ବ୍ରହ୍ମଗିରିରେ ୫୨.୦୦%, ଚିଲିକାରେ ୪୯.୪୦%, ନୟାଗଡ଼ରେ ୪୫.୨୦%, ପିପିଲିରେ ୫୪%, ପୁରୀରେ ୪୪%, ରଣପୁରରେ ୪୨.୦୦% , ସତ୍ୟବାଦୀରେ ୫୪.୦୦% ଭୋଟିଂ ହୋଇଛି । ଆଠମଲ୍ଲିକରେ ୫୦.୫୦%, ଛେଣ୍ଡିପଦାରେ ୫୧.୪୦%, ଦେଓଗଡ଼ରେ ୫୬.୦୦%, କୁଚିଣ୍ଡାରେ ୫୮.୬୦%, ରେଢାଖୋଲରେ ୫୩.୨୦%, ରେଙ୍ଗାଲିରେ ୫୬.୦୬% ଓ ସମ୍ବଲପୁରରେ ୪୨.୭୦% ମତଦାନ ହୋଇଛି ।

15:51 May 25

୩ଟା ସୁଦ୍ଧା ୪୮.୪୪% ମତଦାନ, ଆଗରେ ରହିଛି କେନ୍ଦୁଝର

Odisha Third Phase Election
Odisha Third Phase Election

ଭୁବନେଶ୍ବର: ରାଜ୍ୟରେ ଜାରି ରହିଛି ତୃତୀୟ ପର୍ଯ୍ୟାୟ ମତଦାନ ପ୍ରକ୍ରିୟା । ଭୁବନେଶ୍ବର ଲୋକସଭା କ୍ଷେତ୍ରରେ ୪୨.୫୩% ମତଦାନ ହୋଇଥିବାବେଳେ କଟକ ଲୋକସଭା କ୍ଷେତ୍ରରେ ୪୩.୫୨% ମତଦାନ ହୋଇଛି । ସେହିପରି ପୁରୀରେ ୪୮.୭୧%, ସମ୍ବଲପୁରରେ ୫୨.୭୭%, ଢେଙ୍କାନାଳରେ ୫୦.୪୦%, କେନ୍ଦୁଝର ୫୩.୨୯% ଭୋଟିଂ ହୋଇଛି।

ସେପଟେ ଭୋଟ ଦେବାକୁ ଯାଇଥିବାବେଳେ ଅଘଟଣ ଘଟିଥିବାର ଖବର ସାମନାକୁ ଆସିଛି । ସୂଚନା ଅନୁସାରେ ନୟାଗଡ଼ ଜିଲ୍ଲା ଭାପୁର ବ୍ଲକ ବାଘୁଆପଳି ପଞ୍ଚାୟତ ପଥରପୁଞ୍ଜି ଗ୍ରାମର କୁମୁଦିନୀ ଦଳେଇ ନାମକ ଜଣେ ବୃଦ୍ଧା ଭୋଟ ଦେବା ପାଇଁ ଆସିଥିଲେ । 167 ନମ୍ବର ବୁଥରେ ଲାଇନରେ ଠିଆ ହେବା ସମୟରେ ହଠାତ ସେ ଅଚେତ ହୋଇପଡ଼ିଥିଲେ । ଆମ୍ବୁଲାନ୍ସ ଯୋଗେ ଖଣ୍ଡପଡ଼ା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ସ୍ଥାନାନ୍ତରିତ କରାଯାଇଥିଲା ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି।

15:37 May 25

୩ଟା ସୁଦ୍ଧା ୪୮.୪୪% ମତଦାନ

ଭୁବନେଶ୍ବର: ରାଜ୍ୟରେ ଜାରି ରହିଛି ତୃତୀୟ ପର୍ଯ୍ୟାୟ ଭୋଟିଂ । ଅପରାହ୍ନ ୩ଟା ସୁଦ୍ଧା ୪୮.୪୪ % ମତଦାନ ହୋଇଛି ।

13:37 May 25

ଦିନ 1ଟା ସୁଦ୍ଧା 35.69 ପ୍ରତିଶତ ମତଦାନ

ଭୁବନେଶ୍ୱର: ରାଜ୍ୟରେ ଜାରି ରହିଛି ମତଦାନ । ଦିନ 1ଟା ସୁଦ୍ଧା 35.69 ପ୍ରତିଶତ ମତଦାନ । ଭୁବନେଶ୍ବର ଲୋକସଭା ଆସନରେ 33.01 ପ୍ରତିଶତ ମତଦାନ ହୋଇଥିବା ବେଳେ କଟକରେ 34.40 ପ୍ରତିଶତ, ଢେଙ୍କାନାଳରେ 36.00 ପ୍ରତିଶତ, କେନ୍ଦୁଝରରେ 35.63 ପ୍ରତିଶତ, ପୁରୀରେ 37.26 ପ୍ରତିଶତ ଓ ସମ୍ବଲପୁରରେ 38.13 ପ୍ରତିଶତ ଭୋଟିଂ ହୋଇଛି ।

12:43 May 25

ଭୋଟ ଦେଲେ ବିଜେପି ସାଂସଦ ପ୍ରାର୍ଥୀ ସମ୍ବିତ ପାତ୍ର

Odisha Third Phase Election
Odisha Third Phase Election

ପୁରୀ: ଭୋଟ ଦେଲେ ପୁରୀ ବିଜେପି ସାଂସଦ ପ୍ରାର୍ଥୀ ସମ୍ବିତ ପାତ୍ର । ପୁରୀ ସଦରରର 77 ନମ୍ବର ବୁଥରେ କଲେ ମତଦାନ । ସକାଳେ ମନ୍ଦିର ଯାଇ କରିଥିଲେ ପୂଜାର୍ଚ୍ଚନା ।

12:20 May 25

ବି.ଏଲ.ଓଙ୍କ କାର୍ଯ୍ୟକଳାପକୁ ନେଇ ଅପରାଜିତାଙ୍କ ପ୍ରତିବାଦ

ଭୁବନେଶ୍ବର: ମତଦାନ କେନ୍ଦ୍ରରେ ବି.ଏଲ.ଓଙ୍କ କାର୍ଯ୍ୟକଳାପକୁ ନେଇ ବିଜେପି ସାଂସଦ ପ୍ରାର୍ଥୀ ଅପରାଜିତା ଷଡ଼ଙ୍ଗୀଙ୍କ ପ୍ରତିବାଦ । ଖୋର୍ଦ୍ଧା ଜିଲ୍ଲାପାଳଙ୍କ ଦୃଷ୍ଟି ଆକର୍ଷଣ ।

12:19 May 25

ଭୁବନର 131 ନମ୍ବର ବୁଥରେ ଗଣ୍ଡଗୋଳ, ମତଦାନ ବାଧାପ୍ରାପ୍ତ

ଢେଙ୍କାନାଳ: ମତଦାନ ବେଳେ ଗଣ୍ଡଗୋଳ । ଭୁବନର 131 ନମ୍ବର ବୁଥରେ ଗଣ୍ଡଗୋଳ । ଫଳରେ ମତଦାନ ବାଧାପ୍ରାପ୍ତ ହୋଇଛି ।

12:08 May 25

ଦେଖନ୍ତୁ କେଉଁଠି କେତେ ପ୍ରତିଶତ ମତଦାନ ?

Odisha Third Phase Election
Odisha Third Phase Election

ଭୁବନେଶ୍ବର: ଭୁବନେଶ୍ବର ମଧ୍ୟରେ 16.50%, ଭୁବନେଶ୍ବର ଉତ୍ତରରେ 21.70%, ଏକାମ୍ର ଭୁବନେଶ୍ବରରେ 21.00%, ଖୋର୍ଦ୍ଧାରେ 19.78% ଓ ଜଯଦେବରେ 24.30 % ମତଦାନ ହୋଇଛି ।

11:56 May 25

ମତଦାନ କେନ୍ଦ୍ରରେ ପୋଲିଂ ଏଜେଣ୍ଟଙ୍କର ମୃତ୍ୟୁ

ଢେଙ୍କାନାଳ: ମତଦାନ କେନ୍ଦ୍ରରେ ଅଘଟଣା । ହିନ୍ଦୋଳ ବିଧାନସଭା ନିର୍ବାଚନ ମଣ୍ଡଳୀର ବୁଥ ନଂ. ୬୫ରେ ପୋଲିଂ ଏଜେଣ୍ଟଙ୍କର ମୃତ୍ୟୁ। ମୃତକ ହେଲେ ହିନ୍ଦୋଳ ନୂଆବଗ ପଞ୍ଚାୟତ ଅନ୍ତର୍ଗତ ବାହଲୁଣ୍ଡା ଗ୍ରାମର ଶୁକ ଦେବ ପଟ୍ଟନାୟକ। ମୃତ୍ୟୁର କାରଣ ଅସ୍ପଷ୍ଟ ଥିଲେ ମଧ୍ୟ ଅଂଶୁଘାତ ସନ୍ଦେହ ।

11:55 May 25

ଭୋଟ ବର୍ଜନ କଲେ ବାଘମୁଣ୍ଡା ଗ୍ରାମବାସୀ

ଢେଙ୍କାନାଳ: ପରଜଙ୍ଗ ବାଘମୁଣ୍ଡା ଗ୍ରାମବାସୀଙ୍କ ଭୋଟ ବର୍ଜନ । ପରଜଙ୍ଗ ନିର୍ବାଚନ ମଣ୍ଡଳୀର ବୁଥ ନଂ.୬୫ରେ ଭୋଟ ବର୍ଜନ କରିଛନ୍ତି ଲୋକେ । ରାସ୍ତା ଘାଟ ଓ ପାନୀୟ ଜଳ ସମସ୍ୟା ନେଇ ଗ୍ରାମବାସୀଙ୍କ ଭୋଟ ବର୍ଜନ । କୁତୁରିଆ ପଞ୍ଚାୟତର ବାଘମୁଣ୍ଡାରେ ରହିଛି ଏହି ବୁଥ ।

11:38 May 25

ଦିନ 11ଟା ସୁଦ୍ଧା 21.30 ପ୍ରତିଶତ ମତଦାନ

THIRD PHASE ELECTION
THIRD PHASE ELECTION

ଭୁବନେଶ୍ବର: ରାଜ୍ୟରେ ଜାରି ରହିଛି ମତଦାନ । ଦିନ 11ଟା ସୁଦ୍ଧା 21.30 ପ୍ରତିଶତ ମତଦାନ ହୋଇଛି । ଭୁବନେଶ୍ବର ଲୋକସଭା ଆସନରେ 20.72 ପ୍ରତିଶତ ମତଦାନ ହୋଇଥିବା ବେଳେ କଟକରେ 20.47 ପ୍ରତିଶତ, ଢେଙ୍କାନାଳରେ 21.41 ପ୍ରତିଶତ, କେନ୍ଦୁଝରରେ 20.89 ପ୍ରତିଶତ, ପୁରୀରେ 21.51 ପ୍ରତିଶତ ଓ ସମ୍ବଲପୁରରେ 21.89 ପ୍ରତିଶତ ଭୋଟିଂ ହୋଇଛି ।

10:57 May 25

ଦେଖନ୍ତୁ କେଉଁଠି କେତେ ପ୍ରତିଶତ ମତଦାନ ?

ଭୁବନେଶ୍ବର: ଭୁବନେଶ୍ବର ମଧ୍ୟରେ 10.00%, ଭୁବନେଶ୍ବର ଉତ୍ତରରେ 8.20%, ଏକାମ୍ର ଭୁବନେଶ୍ବରରେ 4.00%, ଖୋର୍ଦ୍ଧାରେ 6.90% ଓ ଜଯଦେବ ରେ 2.00 % ମତଦାନ ।

09:46 May 25

ଭୋଟ ଦେଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

Odisha Third Phase Election
Odisha Third Phase Election

ଭୁବନେଶ୍ୱର: ଗଣତନ୍ତ୍ରର ମହାନ ପର୍ବରେ ସାମିଲ ହେଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏରୋଡ୍ରମ କୋଲନିର ୟୁପି ସ୍କୁଲରେ ଭୋଟ ଦେଲେ ମୁଖ୍ୟମନ୍ତ୍ରୀ ।

09:46 May 25

ସକାଳ 9ଟା ସୁଦ୍ଧା 7.43 ପ୍ରତିଶତ ମତଦାନ

ଭୁବନେଶ୍ୱର: ରାଜ୍ୟରେ ଜାରି ରହିଛି ମତଦାନ । ସକାଳ 9ଟା ସୁଦ୍ଧା 7.43 ପ୍ରତିଶତ ମତଦାନ । ଭୁବନେଶ୍ବର ଲୋକସଭା ଆସନରେ 6.65 ପ୍ରତିଶତ ମତଦାନ ହୋଇଥିବା ବେଳେ କଟକରେ 7.32 ପ୍ରତିଶତ, ଢେଙ୍କାନାଳରେ 7.95 ପ୍ରତିଶତ, କେନ୍ଦୁଝରରେ 8.74 ପ୍ରତିଶତ, ପୁରୀରେ 6.87 ପ୍ରତିଶତ ଓ ସମ୍ବଲପୁରରେ 7.09 ପ୍ରତିଶତ ଭୋଟିଂ ହୋଇଛି ।

09:32 May 25

ଭୋଟ ଦେଲେ ଅପରାଜିତା

ଭୁବନେଶ୍ୱର: ଭୋଟ ଦେଲେ ଭୁବନେଶ୍ବର ବିଜେପି ସାଂସଦ ପ୍ରାର୍ଥୀ ଅପରାଜିତା ଷଡ଼ଙ୍ଗୀ । ଭୁବନେଶ୍ୱରର ଏକ ପୋଲିଂ ବୁଥରେ କମଲେ ମତଦାନ ।

09:31 May 25

6 ଲୋକସଭା ଆସନର 8 ପ୍ରମୁଖ ପ୍ରାର୍ଥୀ

Odisha Third Phase Election
Odisha Third Phase Election

42 ବିଧାନସଭା ଆସନରେ 6 ପ୍ରମୁଖ ପ୍ରାର୍ଥୀ

09:30 May 25

42 ବିଧାନସଭା ଆସନରେ 6 ପ୍ରମୁଖ ପ୍ରାର୍ଥୀ

Odisha Third Phase Election
Odisha Third Phase Election

ଭୁବନେଶ୍ୱର: 42 ବିଧାନସଭା ଆସନ ପାଇଁ ଜାରି ରହିଛି ମତଦାନ । ଏହି ସମସ୍ତ ଆସନରେ 6ପ୍ରମୁଖ ପ୍ରାର୍ଥୀଙ୍କ ଉପରେ ସମସ୍ତଙ୍କ ନଜର ।

08:25 May 25

ଭୋଟ ଦେଲେ ପାଣ୍ଡିଆନ

ଭୁବନେଶ୍ୱର: ଭୋଟ ଦେଲେ ବିଜେଡି ବରିଷ୍ଠ ନେତା ତଥା 5ଟି ଅଧ୍ୟକ୍ଷ ଭିକେ ପାଣ୍ଡିଆନ । ଗଣତନ୍ତ୍ରର ମହାନ ପର୍ବରେ ସାମିଲ ହୋଇ ସମସ୍ତଙ୍କୁ ଭୋଟ ଦେବାକୁ କଲେ ଅପିଲ ।

08:24 May 25

ମତଦାନ ପୂର୍ବରୁ ମନ୍ଦିରରେ ପୂଜାର୍ଚ୍ଚନା କଲେ ସମ୍ବିତ

ଭୁବନେଶ୍ୱର: ଭୋଟ ଦେବା ପୂର୍ବରୁ ମନ୍ଦିର ଯାଇ ପୂଜାର୍ଚ୍ଚନା କଲେ ବିଜେପି ସାଂସଦ ପ୍ରାର୍ଥୀ ସମ୍ବିତ ପାତ୍ର । ବିପୁଳ ମାତ୍ରାରେ ଭୋଟ ଦେବାକୁ କଲେ ଅପିଲ ।

08:23 May 25

ଭୋଟ ଦେଲେ ସଂତୃପ୍ତ ମିଶ୍ର

ଭୁବନେଶ୍ୱର: ଗଣତନ୍ତ୍ରର ମହାନପର୍ବରେ ସାମିଲ ହେଲେ କଟକ ସାଂସଦ ପ୍ରାର୍ଥୀ ସଂତୃପ୍ତ ମିଶ୍ର । କଟକର ଏକ ବୁଥରେ କଲ ମତଦାନ ।

08:23 May 25

ଇଭିଏମ ଅଚଳ ଅଭିଯୋଗ

Odisha Third Phase Election
Odisha Third Phase Election

ଭୁବନେଶ୍ୱର: ରାଜ୍ୟରେ ସକାଳ 7ଟାରୁ ଜାରି ରହିଛି ମତଦାନ । କିଛି ସ୍ଥାନରେ ଇଭିଏମ ଅଚଳ ହୋଇଥିବା ଅଭିଯୋଗ । କଟକ, କାମାକ୍ଷାନଗର, ବାଙ୍କୀ, କେନ୍ଦୁଝରର ଗୋଟିଏ ଗୋଟିଏ ବୁଥରେ ଇଭିଏମ ଅଚଳ ।

07:03 May 25

ତୃତୀୟ ପର୍ଯ୍ୟାୟ ନିର୍ବାଚନ, ଆରମ୍ଭ ହେଲା ମତଦାନ

Odisha Third Phase Election
Odisha Third Phase Election

ଭୁବନେଶ୍ବର: ରାଜ୍ୟରେ ଆରମ୍ଭ ହେଲା ତୃତୀୟ ପର୍ଯ୍ୟାୟ ମତଦାନ । 6 ଲୋକସଭା ଓ 42 ବିଧାନସଭା ଆସନରେ ମତଦାନ ଜାରି । ବୁଥରେ ଧାଡିରେ ଛିଡା ହୋଇ ଭୋଟ ଦେଉଛନ୍ତି ଭୋଟର । 447 ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ କରିବେ 94,48,883 ଭୋଟର୍ ।10,881 ବୁଥ୍‌ରେ ମତଦାନ । ସେଥି ମଧ୍ୟରୁ 20 ପ୍ରତିଶତ ସମ୍ବେଦନଶୀଳ ବୁଥ ରହିଛି । 70 ହଜାର ପୋଲିଂ କର୍ମଚାରୀ, 121 CAPF ନିୟୋଜିତ । 42 ବିଧାନସଭା ଆସନରେ 383 ପ୍ରାର୍ଥୀ ରହିଥିବା ବେଳେ 6 ଲୋକସଭା ଆସନରେ 64 ପ୍ରାର୍ଥୀ ରହିଛନ୍ତି ।

06:42 May 25

6 ଲୋକସଭା ଆସନରେ 64 ପ୍ରାର୍ଥୀ

Third Phase Election
Third Phase Election

ଭୁବନେଶ୍ୱର:ଓଡିଶାର 6 ଲୋକସଭା ଆସନରେ ମତଦାନ ଅନୁଷ୍ଠିତ ହେବ । ଏହି ସବୁ ଆସନରେ ମୋଟ ପ୍ରାର୍ଥୀ ସଂଖ୍ୟା 64 ରହିଛନ୍ତି । ସେଥି ମଧ୍ୟରୁ 55ଜଣ ପୁରୁଷ ଓ 9 ଜଣ ମହିଳା ରହିଛନ୍ତି ।

06:41 May 25

42 ବିଧାନସଭା ଆସନରେ 383 ପ୍ରାର୍ଥୀ

Third Phase Election
Third Phase Election

ଭୁବନେଶ୍ୱର: ଆଉ କିଛି ସମୟ ପରେ 42 ବିଧାନସଭା ଆସନରେ ଭୋଟିଂ ଆରମ୍ଭ ହୋଇଯିବ । ଏହି ସବୁ ଆସନରେ ମୋଟ ପ୍ରାର୍ଥୀ ସଂଖ୍ୟା 383 ରହିଛନ୍ତି । ସେଥି ମଧ୍ୟରୁ 339 ଜଣ ପୁରୁଷ ପ୍ରାର୍ଥୀ ରହିଥିବା ବେଳେ 44ଜଣ ମହିଳା ପ୍ରାର୍ଥୀ ରହିଛନ୍ତି ।

06:41 May 25

ନଜର ପକାନ୍ତୁ କେଉଁ ଆସନରେ ହେବ ମତଦାନ

Third Phase Election
Third Phase Election

ଭୁବନେଶ୍ୱର: ଆଜି ରାଜ୍ୟର 6 ଲୋକସଭା ଆସନ ଓ 42ଟି ବିଧାନସଭା ଆସନରେ ମତଦାନ ଅନୁଷ୍ଠିତ ହେବ। ସମ୍ବଲପୁର, କେନ୍ଦୁଝର, ଢେଙ୍କାନାଳ, କଟକ, ପୁରୀ, ଭୁବନେଶ୍ବର ଲୋକସଭା ଆସନରେ ପଡିବ ଭୋଟ ।

06:18 May 25

ତୃତୀୟ ପର୍ଯ୍ୟାୟ ନିର୍ବାଚନ: ରାଜ୍ୟରେ ୬୦.୦୭% ଭୋଟିଂ

Odisha Third Phase Election
Odisha Third Phase Election

ଭୁବନେଶ୍ୱର: ଆରମ୍ଭ ହୋଇଯାଇଛି ଗଣତନ୍ତ୍ରର ମହାପର୍ବ । ପ୍ରଥମ, ଦ୍ବିତୀୟ ପରେ ଆଜି ରାଜ୍ୟରେ ଅନୁଷ୍ଠିତ ହେବ ତୃତୀୟ ପର୍ଯ୍ୟାୟ ଲୋକସଭା ଓ ବିଧାନସଭା ନିର୍ବାଚନ । ଆଉ କିଛି ସମୟ ପରେ ବୁଥ ଗୁଡିକରେ ଆରମ୍ଭ ହୋଇଯିବ ମତଦାନ । 6 ଲୋକସଭା ଓ 42ଟି ବିଧାନସଭା ଆସନ ପାଇଁ ପଡିବ ଭୋଟ । ମୋଟ 447 ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ କରିବେ ଭୋଟର । ଲୋକସଭା ଆସନ ପାଇଁ 64 ଜଣ ପ୍ରାର୍ଥୀ ରହିଥିବା ବେଳେ ବିଧାନସଭା ନିର୍ବାଚନ ପାଇଁ 383 ପ୍ରାର୍ଥୀ ରହିଛନ୍ତି । ମତଦାନ ପାଇଁ ପୋଲିଂ ବୁଥ ଗୁଡିକରେ ବ୍ୟାପକ ବ୍ୟବସ୍ଥା ଗ୍ରହଣ କରାଯାଇଛି ।

Last Updated : May 25, 2024, 8:30 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.