ETV Bharat / politics

ଆଜିର ମତଦାନରେ ୬ଟି ଲୋକସଭା ଆମେ ଜିତୁଛୁ: ସମୀର ମହାନ୍ତି - BJP Leader Samir Mohanty Reaction

author img

By ETV Bharat Odisha Team

Published : May 25, 2024, 11:04 PM IST

Updated : May 26, 2024, 10:48 AM IST

Lok Sabha Election 2024: ଆଜିର ମତଦାନରେ ବିଜେପି ୬ ଟି ଲୋକସଭା ଆମେ ଜିତିବ ବୋଲି କହିଛନ୍ତି ପୂର୍ବତନ ରାଜ୍ୟ ବିଜେପି ସଭାପତି ସମୀର ମହାନ୍ତି। ଅଧିକ ପଢ଼ନ୍ତୁ,

Lok Sabha Election 2024
Lok Sabha Election 2024 (ETV Bharat Odisha)

ଭୁବନେଶ୍ବର: ରାଜ୍ୟରେ ତୃତୀୟ ପର୍ଯ୍ୟାୟ ନିର୍ବାଚନ ଶେଷ ହୋଇଛି । ତେବେ ଆଜି ବିଜେପି ପକ୍ଷରୁ ଏକ ସାମ୍ବାଦିକ ସମ୍ମିଳନୀର ଆୟୋଜନ କରାଯାଇଥିଲା । ଯେଉଁଥିରେ ପୂର୍ବତନ ରାଜ୍ୟ ବିଜେପି ସଭାପତି ସମୀର ମହାନ୍ତି କହିଛନ୍ତି ଯେ, ଏଥର ୬ଟି ଲୋକସଭା ଆମେ ଜିତୁଛୁ, ଏଥିରେ କୌଣସି ଦ୍ଵିମତ ନାହିଁ । ଓଡ଼ିଶାର ସାଧାରଣ ନାଗରିକ ସରକାର ପରିବର୍ତ୍ତନ କରିବା ପାଇଁ ନିଷ୍ପତ୍ତି ନେଇଥିବା ଜନମତରୁ ସ୍ପଷ୍ଟ ଜଣାପଡ଼ୁଛି । ଭୋଟରମାନେ ଉତ୍ସାହର ସହ ଭୋଟ ଦେଇଛନ୍ତି । ଏହା ଅନୁଭବ ହେଉଛି ଆମ ସପକ୍ଷରେ ଭୋଟ ଯାଇଛି । ସମୀର ସମସ୍ତଙ୍କୁ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇଛନ୍ତି ।

ଆଜିର ମତଦାନରେ ୬ଟି ଲୋକସଭା ଆମେ ଜିତୁଛୁ: ସମୀର ମହାନ୍ତି (ETV Bharat Odisha)

ସେହିପରି ମୁଖ୍ୟମନ୍ତ୍ରୀଙ୍କୁ ବନ୍ଧନ ପ୍ରସଙ୍ଗରେ କହିଛନ୍ତି ଯେ, 2ଦିନ ତଳେ ଡିଜି ଓ ମୁଖ୍ୟ ଶାସନ ସଚିବଙ୍କୁ ଚିଠି ଲେଖିଥିଲେ । ଡିଜି ଚିଠିର କୌଣସି ଉତ୍ତର ଦେଇନାହାନ୍ତି । ଟେଲିଫୋନ କଲେ ଉଠାଉ ନାହାନ୍ତି । ଅନ୍ୟପଟେ ବିଜେଡି ମୁଖ୍ୟ ଫିଟ ଆଣ୍ଡ ଫାଇନ ବୋଲି କହିଲେ । ତେବେ କୌଣସି କ୍ଷେତ୍ରରେ ମୁଁ ବିଜେଡି ମୁଖ୍ୟଙ୍କ ସ୍ବାସ୍ଥ୍ୟକୁ ନେଇ କହିନାହିଁ । ମୁଁ ଚିଠିରେ ଡିଜିଙ୍କୁ ଲେଖିଥିଲି, ମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନା କରନ୍ତୁ ଆଉ ରାଜ୍ୟବାସୀଙ୍କୁ ଆଶ୍ଵାସନା ଦିଅନ୍ତୁ ସେ ବନ୍ଧନ ମୁକ୍ତ । ମୁଖ୍ୟମନ୍ତ୍ରୀ କହୁଛନ୍ତି ପୁରା ସୁସ୍ଥ ଓ ପ୍ରଚାର କରୁଛନ୍ତି । ପଛରେ ସେ ପଣ୍ଡିଆନ ବସିଛନ୍ତି । ଏଣୁ ଡିଜି ପୋଲିସଙ୍କୁ ଅନୁରୋଧ ତାଙ୍କ ଦାୟିତ୍ଵ ନିର୍ବାହ କରନ୍ତୁ ମୁଖ୍ୟମନ୍ତ୍ରୀଙ୍କ ସହ କଥା ହୋଇ ମୁକ୍ତ କରନ୍ତୁ ।

ଏହା ମଧ୍ୟ ପଢ଼ନ୍ତୁ.. ବିଜୁ ଜନତା ଦଳ ପୁଣିଥରେ ଓଡ଼ିଶାରେ ସରକାର କରିବାକୁ ଯାଉଛି: ସସ୍ମିତ - SASMIT PATRA ON 3RD PHASE VOTING

ସମୀର ଆହୁରି ମଧ୍ୟ କହିଛନ୍ତି ଯେ, ମୁଁ କହିଥିଲି ରାଜ୍ୟର ମୁଖ୍ୟମନ୍ତ୍ରୀ ଜଣେ ଅଣଓଡ଼ିଆ ଗୁମାସ୍ତାଙ୍କ କବଳରେ ବନ୍ଧକ ଅଛନ୍ତି । ତାଙ୍କୁ ପୋଲିସ ଓ ମୁଖ୍ୟ ଶାସନ ସଚିବ ମୁକ୍ତ କରନ୍ତୁ । ସେହିପରି ଗଣମାଧ୍ୟମ ପ୍ରତିନିଧି ଏବଂ ଅବସରପ୍ରାପ୍ତ ବିଚାରପତିଙ୍କ ସହ ପୋଲିସ ଡିଜି ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ପାଖକୁ ଯାଆନ୍ତୁ, ବାର୍ତ୍ତାଳାପ କରି ରାଜ୍ୟବାସୀଙ୍କୁ ଆଶ୍ୱସ୍ତ କରନ୍ତୁ । ମୁଖ୍ୟମନ୍ତ୍ରୀ କହୁଛନ୍ତି ଯେ ସେ କୁଆଡେ ନିର୍ବାଚନ ପ୍ରଚାର କରୁଛନ୍ତି, ତାହାଲେ ତାଙ୍କ ପଛ ପାଖରେ କିଏ ଅଛନ୍ତି ବୋଲି ବିଜେପି ପ୍ରଶ୍ନ କରିଛି।

ସେହିପରି ସେ ଆହୁରୀ କହିଛନ୍ତି ଯେ, ପାଣ୍ଡିଆନ ଯାହା କହୁଛନ୍ତି ତାହା ମୁଖ୍ୟମନ୍ତ୍ରୀ କହୁଛନ୍ତି । ମୁଖ୍ୟମନ୍ତ୍ରୀଙ୍କ ସମ୍ପର୍କରେ ଆମେ କିଛି ମତ ଦେଉନାହୁଁ ବରଂ ବିଜେଡି ସୋସିଆଲ ମିଡିଆର ଭିଡିଓରୁ ଆମେ ସ୍ପଷ୍ଟ ଦେଖୁଛୁ । ସେଠାରେ ଯାହା ଅଛି ତାହା ଆମେ ପ୍ରକାଶ କରୁଛୁ । ଡିଜି ପୋଲିସଙ୍କୁ ଅନୁରୋଧ ସେ ରାଜ୍ୟର କୌଣସି ବିଚାରପତି, ଗଣମାନ୍ୟ ବ୍ୟକ୍ତି ତଥା ଗଣମାଧ୍ୟମ ପ୍ରତିନିଧି ସହିତ ମୁଖ୍ୟମନ୍ତ୍ରୀଙ୍କ ପାଖକୁ ଯାଆନ୍ତୁ ଓ କଥାବାର୍ତ୍ତା କରନ୍ତୁ ବୋଲି ସମୀର କହିଛନ୍ତି । ମୁଖ୍ୟମନ୍ତ୍ରୀଙ୍କ ବନ୍ଧକ ରହିବା ସମ୍ପର୍କରେ ମୁଖ୍ୟ ଶାସନ ସଚିବ ଓ ପୋଲିସ ମହାନିର୍ଦ୍ଦେଶକଙ୍କ ପଦକ୍ଷେପ ରାଜ୍ୟବାସୀ ଜାଣିବାକୁ ଉତ୍କଣ୍ଠାର ସହ ଅନେକ ବସିଛନ୍ତି ବୋଲି ସମୀର କହିଛନ୍ତି ।

ଇଟିଭି ଭାରତ, ଭୁବନେଶ୍ବର

Last Updated : May 26, 2024, 10:48 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.