ମତଦାନ ବେଳେ ପିପିଲିରେ ଉତ୍ତେଜନା, ଭୋଟରଙ୍କୁ ପ୍ରଭାବିତ କରାଯାଉଥିବା ଅଭିଯୋଗ - Clash In Polling Booth

By ETV Bharat Odisha Team

Published : May 25, 2024, 11:01 PM IST

thumbnail
Clash In Polling Booth (ETV Bharat Odisha)

Clash In Polling Booth: ନିମାପଡ଼ା: ଆଜି ରାଜ୍ୟରେ ତୃତୀୟ ପର୍ଯ୍ୟାୟ ମତଦାନ ଶେଷ ହୋଇଛି । ପିପିଲି ଗୋବିନ୍ଦପୁର ପଞ୍ଚାୟତ ଆରୁହା ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ୧୭୫ ନମ୍ବର ବୁଥରେ ଉତ୍ତେଜନା ଦେଖା ଦେଇଥିଲା । ଭୋଟରମାନଙ୍କୁ ପ୍ରଭାବିତ କରିବା ଲାଗି ବିଜେପି ବିଧାୟକ ପ୍ରାର୍ଥୀ ଓ ସାଂସଦ ପ୍ରାର୍ଥୀଙ୍କ ନକଲି ବାଲଟ ପେପର ଏଜେଣ୍ଟଙ୍କ ହାତରେ ଥିବା ଅଭିଯୋଗ ହୋଇଥିଲା । ଯାହାକୁ ନେଇ ମତଦାନ କେନ୍ଦ୍ରରେ ଉତ୍ତେଜନା ପ୍ରକାଶ ପାଇଥିଲା । 

ଏହା ବି ପଢନ୍ତୁ...ପୋଲିଂ ବୁଥରେ ବିଜେପି କର୍ମୀ ଓ ବିଧାୟକଙ୍କ ମଧ୍ୟରେ ବଚସା, ଆକ୍ରମଣ ଉଦ୍ୟମର ଭିଡିଓ ଭାଇରାଲ - Clash Between BJP And BJD

ସୂଚନା ଅନୁସାରେ, ଭୋଟର ଓ ବିଜେପି ଏଜେଣ୍ଟଙ୍କ ମଧ୍ୟରେ ବଚସା ହୋଇଥିଲା । ଦାୟିତ୍ବରେ ଥିବା ଅଧିକାରୀ ଓ ପୋଲିସର ହସ୍ତକ୍ଷେପ ପରେ ସ୍ଥିତି ନିୟନ୍ତ୍ରଣକୁ ଆସିଥିଲା । ଏହାପରେ ଘଟଣାସ୍ଥଳରୁ ଏଜେଣ୍ଟ ଫେରାର ହୋଇଯାଇଥିଲେ । ଏନେଇ ପୋଲିସ ପକ୍ଷରୁ କୁହାଯାଇଛି ଯେ, ଏଜେଣ୍ଟକୁ ଧରିବା ସହ ଏନେଇ ତଦନ୍ତ କରାଯିବ । ତେବେ ସନ୍ଧ୍ୟା 6ଟା ସମୟରେ ଭୋଟିଂ ବନ୍ଦ ହେବାକୁ ଥିବାବେଳେ ଏହା ଅଧିକ ୩୦ ମିନିଟ୍ ପର୍ଯ୍ୟନ୍ତ ଅର୍ଥାତ୍ ୬ଟା ୩୦ ଯାଏଁ ହୋଇଥିଲା ।

ଇଟିଭି ଭାରତ, ନିମାପଡ଼ା

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.