ETV Bharat / state

ବିଜେଡି ପାଇଁ ଟଙ୍କା ବାଣ୍ଟୁଛନ୍ତି ସରକାରୀ କର୍ମଚାରୀ ! ନିର୍ବାଚନ କମିଶନଙ୍କୁ ଫେରାଦ ବିଜେପି - CODE OF CONDUCT VIOLATION

author img

By ETV Bharat Odisha Team

Published : May 25, 2024, 10:32 PM IST

CODE OF CONDUCT VIOLATION: ସରକାରୀ କର୍ମଚାରୀ ବିଜେଡି ପାଇଁ ପଇସା ବାଣ୍ଟୁଥିବା ଅଭିଯୋଗ । କାର୍ଯ୍ୟାନୁଷ୍ଠାନ ଦାବି କରି ରାଜ୍ୟ ନିର୍ବାଚନ କମିଶନଙ୍କ ହସ୍ତକ୍ଷେପ ଲୋଡ଼ିଲା ବିଜେପି । ଅଧିକ ପଢନ୍ତୁ

BJP MEET CEO
BJP MEET CEO (ETV Bharat Odisha)

ଭୁବନେଶ୍ବର: ରାଜ୍ୟ ନିର୍ବାଚନ କମିଶନଙ୍କୁ ଫେରାଦ ହେଲା ବିଜେପି । ନିର୍ବାଚନ କାର୍ଯ୍ୟରେ ଲିପ୍ତ ଥିବା ସରକାରୀ କର୍ମଚାରୀମାନଙ୍କ ଉପରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଦାବି ସାଙ୍ଗକୁ ବିଭିନ୍ନ ପ୍ରସଙ୍ଗ ନେଇ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ନିକଟରେ ଫେରାଦ ହେଲା ବିଜେପିର ଏକ ପ୍ରତିନିଧି ମଣ୍ଡଳୀ । ରାଜ୍ୟରେ ତୃତୀୟ ପର୍ଯ୍ୟାୟ ନିର୍ବାଚନ ସରିଛି । ହେଲେ ଗତକାଲି ରାତିରେ ମିଶନଶକ୍ତି, କୃଷିମିତ୍ର ଭାବେ କାର୍ଯ୍ୟରତ କର୍ମଚାରୀମାନେ ନିର୍ବାଚନ କାର୍ଯ୍ୟରେ ନିୟୋଜିତ ହୋଇ ବିଜେଡି ପାଇଁ ପଇସା ବାଣ୍ଟୁଥିବା ଅଭିଯୋଗ ଆଣିଛି ଦଳ ।

BJP MEET CEO (ETV Bharat Odisha)

ରାଜ୍ୟ ବିଜେପି ଉପସଭାପତି ଗୋଲକ ମହାପାତ୍ର କହିଛନ୍ତି ଯେ, ଗତକାଲି ରାତିରେ ରାଜ୍ୟର ବିଭିନ୍ନ ସ୍ଥାନରେ ମିଶନଶକ୍ତି, କୃଷିମିତ୍ର ଭାବେ କାର୍ଯ୍ୟରତ କର୍ମଚାରୀମାନେ ନିର୍ବାଚନ କାର୍ଯ୍ୟରେ ନିୟୋଜିତ ହୋଇ ବିଜେଡି ପାଇଁ ଟଙ୍କା ବାଣ୍ଟୁଥିବା ଦେଖିବାକୁ ମିଳିଛି । ଆଗରୁ ମଧ୍ୟ ସରକାରୀ କର୍ମଚାରୀମାନେ ନିର୍ବାଚନ କାର୍ଯ୍ୟରେ ନିୟୋଜିତ ହେଉଥିବାରୁ ଆମେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଦାବି କରିଥିଲୁ । ନିର୍ବାଚନ କମିଶନ ମଧ୍ୟ କଡା ଆଭିମୁଖ୍ୟ ଗ୍ରହଣ କରିଛନ୍ତି । ସେହିପରି ଏଥର ମଧ୍ୟ ଏଭଳି କର୍ମଚାରୀଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ନିର୍ବାଚନ ଆୟୋଗ ପକ୍ଷରୁ ଆମକୁ ପ୍ରତିଶ୍ରୁତି ମିଳିଛି ।

ସେ ଆହୁରି ମଧ୍ୟ କହିଛନ୍ତି ଯେ, ଛେଣ୍ଡିପଦାରେ ବିଜେଡିର ବିଧାୟକ ଲୋକଙ୍କୁ ଗୋଡେଇ ଗୋଡେଇ ମାରୁଛନ୍ତି କିନ୍ତୁ ସେମାନେ ଅନ୍ୟ ବିଷୟ ନେଇ ଆସୁଛନ୍ତି । ସେପଟେ ଆଜି ଭୋଟ୍ ଦେବା ବେଳେ ନବୀନ ବାବୁ କହିଛନ୍ତି ବିରାଟ ବହୁମତରେ ଜିତିବୁ ତେଣୁ ସେମାନେ ବି ଜାଣି ସାରିଲେଣି ଯେ ସରକାର ସେମାନେ କରୁନାହାନ୍ତି । ଲୋକମାନେ ଭୋଟ୍ ଦେଇକି ଆସିବା ପରେ କହୁଛନ୍ତି ଭାରତୀୟ ଜନତା ପାର୍ଟିକୁ ଭୋଟ୍ ଦେଇଛୁ । ତେଣୁ ଭାଜପା ଏଠି ସରକାର ନିଶ୍ଚିତ କରୁଛି ।

ଏହା ମଧ୍ୟ ପଢନ୍ତୁ......ପୋଲିଂ ବୁଥରେ ବିଜେପି କର୍ମୀ ଓ ବିଧାୟକଙ୍କ ମଧ୍ୟରେ ବଚସା, ଆକ୍ରମଣ ଉଦ୍ୟମର ଭିଡିଓ ଭାଇରାଲ - Clash Between BJP And BJD

ଆଜି ରାଜ୍ୟରେ ତୃତୀୟ ପର୍ଯ୍ୟାୟ ନିର୍ବାଚନ ଶେଷ ହୋଇଛି । ଦଳୀୟ ପ୍ରାର୍ଥୀଙ୍କ ଭାଗ୍ୟ ବର୍ତ୍ତମାନ ଇଭିଏମ ମେସିନରେ ସିଲ୍ ହୋଇଛି । ବିଭିନ୍ନ ସ୍ଥାନରେ ବିଶୃଙ୍ଖଳିତ ଆଚରଣ ପାଇଁ ଆରୋପ ପ୍ରତ୍ୟରୋପ ରାଜନୀତି ବୃଦ୍ଧି ପାଇଛି । ବିଜେଡି-ବିଜେପି ମଧ୍ୟରେ ଦୋଷ ଲଦା ଲଦି ଜାରି ରହିଛି । ସେପଟେ ବିଜେଡି ସାଂସଦ ତଥା ରାଷ୍ଟ୍ରୀୟ ମୁଖପାତ୍ର ଡ. ସସ୍ମିତ ପାତ୍ର କହିଛନ୍ତି ଯେ, ଓଡ଼ିଶାରେ ତୃତୀୟ ପର୍ଯ୍ୟାୟ ମତଦାନ ଶେଷ ହୋଇଛି । ତୃତୀୟ ପର୍ଯ୍ୟାୟ ଶେଷରେ ବିନମ୍ରତାର ସହ କହିବାକୁ ଚାହୁଁଛୁ ଯେ ଓଡ଼ିଶାବାସୀଙ୍କ ଆଶୀର୍ବାଦରେ ବିଜୁ ଜନତା ଦଳ ଓଡ଼ିଶାରେ ସରକାର ଗଠନ କରୁଛି ।


ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.