ବାଲିଯାତ୍ରାରେ ବିରଳ ମୁଦ୍ରା ଷ୍ଟଲ୍‌, ମୋଗଲ ସମୟରୁ ବ୍ରିଟିଶ...

By ETV Bharat Odisha Team

Published : Dec 2, 2023, 8:38 PM IST

thumbnail

କଟକ: ଐତିହାସିକ ବାଲିଯାତ୍ରାରେ ବିରଳ ମୁଦ୍ରା । ମୋଗଲଙ୍କ ଠାରୁ ଆରମ୍ଭ କରି ବ୍ରିଟିଶ ଓ ଭାରତୀୟ ପୁରାତନ କଏନ୍‌ ଓ ନୋଟ ପର୍ଯ୍ୟନ୍ତ, ଏହି ସବୁ ପ୍ରକାର ମୁଦ୍ରା ଦେଖିବାକୁ ମିଳିଛି କଟକ ବାଲିଯାତ୍ରାରେ । ଉପର ପଡିଆରେ ଏହି ଷ୍ଟଲ ରହିଛି ଯେଉଁଠାରେ ୧୦୦ଟି ଦେଶର ମୁଦ୍ରାକୁ ସଂରକ୍ଷଣ କରି ପ୍ରଦର୍ଶିତ କରିଛନ୍ତି ଯାଜପୁର ଅଞ୍ଚଳର ଅନନ୍ତ ସାହୁ । ତେବେ ଏହାସହ ୧୫୦ରୁ ଊର୍ଦ୍ଧ୍ବ ଦେଶର ଡାକ ଟିକେଟ୍‌ ମଧ୍ୟ ଏହି ବାଲିଯାତ୍ରାରେ ସେ ପ୍ରଦର୍ଶିତ କରୁଛନ୍ତି । ଅନ୍ୟପଟେ ବାଲିଯାତ୍ରାରେ ଏପରି ନିଆରା ଷ୍ଟଲକୁ ଦେଖିବା ପାଇଁ ଲୋକମାନଙ୍କ ମଧ୍ୟରେ ପ୍ରବଳ ଉତ୍ସାହ ବୃଦ୍ଧି ପାଉଛି । ତେବେ ଏହି ସବୁ ନୋଟ ଓ ଟିକେଟ୍‌ ସେ କିଭଳି ସଂଗ୍ରହ କଲେ, ସେନେଇ ଆମ ଇଟିଭି ଭାରତ ପ୍ରତିନିଧିଙ୍କ ସହ ଅଧିକ ଆଲୋଚନା କରିଛନ୍ତି ବ୍ୟବସାୟୀ ଅନନ୍ତ ସାହୁ ।

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.