ବାଲିଯାତ୍ରାରେ ମେଳା ବୁଲା ସାଙ୍ଗକୁ ୱାଟର ସ୍ପୋର୍ଟ୍ସର ମଜା

By ETV Bharat Odisha Team

Published : Dec 2, 2023, 12:38 PM IST

thumbnail

କଟକ: ଜମୁଛି ଐତିହାସିକ ବାଲିଯାତ୍ରା । ସକାଳୁ ସଞ୍ଜ ଯାଏଁ ଲାଗୁଛି ପ୍ରବଳ ଭିଡ । ରାଜ୍ୟ ତଥା ଦେଶର ବିଭିନ୍ନ କୋଣରୁ ବି ଆସୁଛନ୍ତି ଦର୍ଶକ । ସେପଟେ ମହାନଦୀର ନୀଳ ଜଳରାଶିରେ ୱାଟର ସ୍ପୋର୍ଟ୍ସର ମଜା ସହିତ ମହାନଦୀର ସୌନ୍ଦର୍ଯ୍ୟକୁ ଉପଭୋଗ କରୁଛନ୍ତି ଲୋକେ ।  

ଏହା ମଧ୍ୟ ପଢ଼ନ୍ତୁ..ବାଲିଯାତ୍ରାରେ କିନ୍ନର ହେଉଛନ୍ତି ସ୍ୱାବଲମ୍ବୀ, ଷ୍ଟଲରେ ଜମୁଛି ଗ୍ରାହକଙ୍କ ଭିଡ଼

ଐତିହାସିକ ବାଲିଯାତ୍ରାରେ ମେଳା ବୁଲା ସହ କିଣାବିକାର ଚାଲିଛି ପର୍ବ । ଖାଲି ସେତିକି ନୁହେଁ ମହାନଦୀରେ ଜଳକ୍ରୀଡ଼ାର ମଧ୍ୟ ଭରପୁର ମଜା ନେଉଛନ୍ତି ପର୍ଯ୍ୟଟକ । ପୁରୀ ସି. ଫେୟାର ପ୍ରାଇଭେଟ ଲିମିଟେଡ଼, ସିମ୍ପଲ ଇଣ୍ଡିଆ ପ୍ରାଇଭେଟ ଲିମିଟେଡ଼ର ମିଳିତ ସହଯୋଗରେ ଚାଲିଛି ୱାଟର ସ୍ପୋର୍ଟ୍ସ । ଯେଉଁଠି ସ୍ପିଡ଼ ବୋଟ, ବନାନା ରାଇଡ଼, ଜେଟ ସ୍କି, ବମ୍ଫର ରାଇଡ଼ ଭଳି ଜଳକ୍ରୀଡ଼ାର ମଜା ନେଉଛନ୍ତି ଲୋକେ । ତେବେ ୱାଟର ସ୍ପୋର୍ଟସରେ ଜେଟସ୍କି ଦାମ 350 ଥିବା ବେଳେ ସ୍ପୀଡ଼ ବୋଟ ଜଣକୁ 200, ବମ୍ଫର ରାଇଡ଼ ଦୁଇଜଙ୍କୁ 600, 15 ଜଣିଆ କାଟାମେରନ ଜଣକୁ 250 ଦର ରହିଛି । ଲୋକଙ୍କ ଚାହିଦାକୁ ଦେଖି ୱାଟର ସ୍ପୋର୍ଟ୍ସ କମ୍ପାନୀ ପକ୍ଷରୁ ସୁଲଭ ମୂଲ୍ୟରେ ଜଳ କ୍ରୀଡା କରାଯାଉଥିବା ସହ ସୁରକ୍ଷାକୁ ମଧ୍ୟ ଗୁରୁତ୍ୱ ଦିଆଯାଇଛି । 

ଇଟିଭି ଭାରତ, କଟକ

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.