କପିଳାଶ ପୀଠରେ ରାଜ୍ୟପାଳ ରଘୁବର ଦାସ

By ETV Bharat Odisha Team

Published : Dec 5, 2023, 4:44 PM IST

thumbnail

ଢେଙ୍କାନାଳ: ମହାମହିମ ରାଜ୍ୟପାଳ ରଘୁବର ଦାସ ଦିନିକିଆ ଜିଲ୍ଲା ଗସ୍ତରେ ରହିଛନ୍ତି । କଡାସୁରକ୍ଷା ବ୍ୟବସ୍ଥା ମଧ୍ୟରେ କପିଳାଶରେ ପ୍ରଭୁ ଚନ୍ଦ୍ରଶେଖରଙ୍କୁ ଦର୍ଶନ କରିବା ପରେ ଦେଓଗାଁ ଅଙ୍ଗନବାଡି ସେଣ୍ଟରରେ କିଛି ପିଲାଙ୍କୁ ଚକୋଲେଟ ବାଣ୍ଟିଲେ ରାଜ୍ୟପାଳ । ଏହାପରେ କପିଳାଶ ବାଳିକା ସ୍କୁଲ ଓ ବିଶ୍ଵନାଥପୁର ସ୍ଥିତ ଓଡିଶା ଆଦର୍ଶ ସ୍କୁଲ ଯାଇ ପିଲାଙ୍କ ସହ ହେଲେ କଥାବାର୍ତ୍ତା ମଧ୍ୟ ହୋଇଛନ୍ତି । ପରେ ଯୋରନ୍ଦା ମହିମାପୀଠ ଦର୍ଶନ କରିବାର କାର୍ଯ୍ୟକ୍ରମ ରହିଛି ।  

ସକାଳ ସାଢେ ୧୦ଟାରେ ପ୍ରସିଦ୍ଧ ଶୈବ ପୀଠ କପିଳାସରେ ପହଞ୍ଚିଥିଲେ ରାଜ୍ୟପାଳ । ପ୍ରଭୁ ଚନ୍ଦ୍ରଶେଖରଙ୍କ ଦର୍ଶନ କରିବା ବେଳେ କପିଳାଶ ସେବାୟତଙ୍କ ସହ ପୀଠ ସମ୍ପର୍କରେ ଆଲୋଚନା କରିଛନ୍ତି । ପରେ ଗଁନ୍ଦିଆ ବ୍ଲକର ଦେଓଗାଁସ୍ଥିତ ଅଙ୍ଗନବାଡି ସେଣ୍ଟରକୁ ପରିଦର୍ଶନ କରିବା ସହ କୁନି କୁନି ପିଲାଙ୍କୁ ଚକୋଲେଟ ବାଣ୍ଟିଛନ୍ତି ରାଜ୍ୟପାଳ । ପରେ କପିଳାଶ ବାଳିକା ଉଚ୍ଚବିଦ୍ୟାଳୟ ଓ ବିଶ୍ବନାଥପୁର ସ୍ଥିତ ଓଡିଶା ଆଦର୍ଶ ବିଦ୍ୟାଳୟ ପରିଦର୍ଶନ କରିଛନ୍ତି । ଏହି ଅବସରରେ ସ୍କୁଲର ସ୍ଥିତି ଓ ପିଲାଙ୍କ ଭଲମନ୍ଦ ବୁଝିଥିଲେ ରାଜ୍ୟପାଳ । ସ୍କୁଲର ଶିକ୍ଷାଦାନ ସମ୍ପର୍କରେ ଶିକ୍ଷକ ପିଲାମାନଙ୍କ ସହିତ ଆଲୋଚନା କରିଥିଲେ ।  ତେବେ ରାଜ୍ୟପାଳଙ୍କର ଏହି ପରିଦର୍ଶନ ନେଇ ସ୍କୁଲର ଛାତ୍ରଛାତ୍ରୀ ବେଶ ଉତ୍ସାହିତ ହୋଇପଡିଥିବା ପ୍ରକାଶ କରିଛନ୍ତି ।  

ଏହା ବି ପଢନ୍ତୁ- ଧର୍ମେନ୍ଦ୍ର ପ୍ରଧାନଙ୍କ ଢେଙ୍କାନାଳ ଗସ୍ତ: କପିଳାଶ ପୀଠର ବିକାଶମୂଳକ କାର୍ଯ୍ୟର କଲେ ସମୀକ୍ଷା

ପରେ ରାଜ୍ୟପାଳ ଢେଙ୍କାନାଳ ସର୍କିଟ ହାଉସରେ ମଧ୍ୟାନ ଭୋଜନ ସାରି ଅପରାହ୍ନ ୪ଟା ସମୟରେ ମହିମା ଧର୍ମର ମୁଖ୍ୟପୀଠ ଜୋରନ୍ଦା ମହିମା ଗାଦି ପରିଦର୍ଶନ କାର୍ଯ୍ୟକ୍ରମ ରହିଛି । ମହିମା ଗାଦୀରେ ଉଭୟ ଗୋଷ୍ଠୀର ମହିମା ସାଧୁମାନଙ୍କ ସହ ସାକ୍ଷାତ କରି ମହିମା ଗାଦୀ ପୀଠ ବୁଲିବେ ରାଜ୍ୟପାଳ । ରାଜ୍ୟପାଳଙ୍କ ଏହି ଗସ୍ତ ପାଇଁ ସୁରକ୍ଷା ଦୃଷ୍ଟିରୁ କଡା ପୋଲିସ ବ୍ୟବସ୍ଥା କରାଯାଇଥିବା ପରିଲକ୍ଷିତ ହୋଇଥିଲା ।  ସକାଳ ସାଢେ ୮ଟାରୁ ୧୧ଟା ଯାଏଁ କପିଳାଶ ପୀଠକୁ ସାଧାରଣ ଦର୍ଶନ ମନା କରାଯାଇଥିଲା ।  ଏପରିକି କପିଳାଶ ବାବାଙ୍କଠାରୁ କପିଳାଶ ମନ୍ଦିର ଯାଏଁ ସାଧାରଣ ଯାତାୟାତ ସମ୍ପୂର୍ଣ୍ଣ ବନ୍ଦ କରାଯାଇଥିଲା ।

ଇଟିଭି ଭାରତ, ଢେଙ୍କାନାଳ

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.