ETV Bharat / state

ଧର୍ମେନ୍ଦ୍ର ପ୍ରଧାନଙ୍କ ଢେଙ୍କାନାଳ ଗସ୍ତ: କପିଳାଶ ପୀଠର ବିକାଶମୂଳକ କାର୍ଯ୍ୟର କଲେ ସମୀକ୍ଷା

author img

By

Published : Jun 27, 2023, 10:26 PM IST

କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଢେଙ୍କାନାଳ ଗସ୍ତର ଦ୍ବିତୀୟ ଦିନରେ କପିଳାଶ ପୀଠ ପରିଦର୍ଶନ କରି ପ୍ରଭୁ ଚଦ୍ରଶେଖରଙ୍କ କଲେ ଦର୍ଶନ । ବିକାଶମୂଳକ କାର୍ଯ୍ୟର ସମୀକ୍ଷା କରି ଗଁନ୍ଦିଆ ଠାରେ ଆୟୋଜିତ ଗରିବ କଲ୍ୟାଣ ସମାବେଶରେ ଯୋଗେଦେଲେ କେନ୍ଦ୍ରମନ୍ତ୍ରୀ । ଅଧିକ ପଢ଼ନ୍ତୁ

union minister dharmendra pradhan visits dhenkanal
ଧର୍ମେନ୍ଦ୍ର ପ୍ରଧାନଙ୍କ ଢେଙ୍କାନାଳ ଗସ୍ତ

ଧର୍ମେନ୍ଦ୍ର ପ୍ରଧାନଙ୍କ ଢେଙ୍କାନାଳ ଗସ୍ତ

ଢେଙ୍କାନାଳ: ଦୁଇ ଦିନିଆ ଢେଙ୍କାନାଳ ଗସ୍ତରେ ରହିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଗସ୍ତର ଦ୍ବିତୀୟ ଦିନରେ କପିଳାଶ ପୀଠ ପରିଦର୍ଶନ କରି ହେବାକୁ ଥିବା ବିକାଶମୂଳକ କାର୍ଯ୍ୟର ସମୀକ୍ଷା କରିବା ସହ ପ୍ରତ୍ନତତ୍ତ୍ୱ ବିଭାଗୀୟ ଉଚ୍ଚ ଅଧିକାରୀଙ୍କ ସହ ଆଲୋଚନା କରିଛନ୍ତି । ପୀଠରେ ଏକ ସଂସ୍କୃତ ବିଦ୍ୟାଳୟ ପ୍ରତିଷ୍ଠା ପାଇଁ ସେବୟତଙ୍କୁ ପ୍ରତିଶ୍ରୁତି ଦେଇଛନ୍ତି । ଏଥିପାଇଁ ରାଷ୍ଟ୍ରୀୟ ସଂସ୍କ୍ରୁତ ପ୍ରତିଷ୍ଠାନକୁ ପ୍ରସ୍ତାବ ଦେବେ ବୋଲି କେନ୍ଦ୍ରମନ୍ତ୍ରୀ ସୂଚନା ଦେଇଛନ୍ତି । ଏହାପରେ ଗଁନ୍ଦିଆ ଠାରେ ଆୟୋଜିତ ଗରିବ କଲ୍ୟାଣ ସମାବେଶରେ ଯୋଗଦେଇ ସେବା, ସୁଶାସନ ଓ ଗରିବ କଲ୍ୟାଣରେ ମୋଦି ସରକାରଙ୍କ ୯ବର୍ଷ ପୂର୍ତ୍ତି ଅବସରରେ ରାଜ୍ୟ ବିକାଶର ବାର୍ତ୍ତା ବାର୍ତ୍ତା ବାଣ୍ଟିଛନ୍ତି କେନ୍ଦ୍ରମନ୍ତ୍ରୀ ।

ଏହି ଅବସରରେ ଗଁନ୍ଦିଆ ଠାରେ ସ୍ଥାନୀୟ ଲୋକେ ପାରମ୍ପରିକ ବାଜା ଓ ନାଚ ଗୀତର ତାଳେ ତାଳେ କେନ୍ଦ୍ରମନ୍ତ୍ରୀଙ୍କୁ ସମାବେଶ ସ୍ଥଳକୁ ପାଛୋଟି ନେଇଥିଲେ । ଏନେଇ କେନ୍ଦ୍ରମନ୍ତ୍ରୀ କହିଛନ୍ତି, " ଆଜି ଦେଶରେ ପ୍ରଧାନମନ୍ତ୍ରୀ ଗରିବଙ୍କ ପାଇଁ କରିଥିବା କାମକୁ ଅନ୍ୟ ରାଷ୍ଟ୍ରମାନେ ଅନୁସରଣ କରିଛନ୍ତି । ପ୍ରଧାନମନ୍ତ୍ରୀ ଆବାସରେ ଘର, ସ୍ୱଚ୍ଛ ଭାରତ ଯୋଜନାରେ ଶୌଚାଳୟ, ଉଜ୍ଜ୍ୱଳାରେ ଗ୍ୟାସ ଭଳି ଯୋଜନା ଓଡ଼ିଶା ସମେତ ଭାରତବର୍ଷର ଗରିବ ଲୋକଙ୍କୁ ସମ୍ମାନର ସହ ବଞ୍ଚିବାର ଅଧିକାର ଦେଇଛି । ମହିମା ଧର୍ମର ମହାନ ପ୍ରଚାରକ ସନ୍ଥ କବି ଭୀମ ଭୋଇଙ୍କ “ମୋ ଜୀବନ ପଛେ ନର୍କେ ପଡ଼ିଥାଉ” ବିଚାରରେ ଅନୁପ୍ରାଣିତ ହୋଇ ପ୍ରଧାନମନ୍ତ୍ରୀ “ସବକା ସାଥ-ସବକା ବିକାଶ”କୁ ଶାସନ ପ୍ରଣାଳୀରେ ଉପଯୋଗ କରିଛନ୍ତି ।ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଗତ ୯ ବର୍ଷର ସେବା ଓ ସୁଶାସନ ପାଇଁ ଖାଲି ଭାରତ ବର୍ଷ ନୁହଁ ସମଗ୍ର ବିଶ୍ୱରେ ଜଣେ ଜନପ୍ରିୟ ଗରିବଙ୍କ ନେତା ପାଲଟିଛନ୍ତି । ତାଙ୍କ ନେତୃତ୍ୱରେ ହୋଇଥିବା ଗରିବ କଲ୍ୟାଣ ଯୋଜନାରେ ଢେଙ୍କାନାଳ ବିଶେଷ ଲାଭ ପାଇଛି ।"

ଏହା ମଧ୍ୟ ପଢ଼ନ୍ତୁ: ଓଡିଶାର ଶାସନ ଠିକାରେ ଦେଇ ଦିଆଯାଇଛି: ଧର୍ମେନ୍ଦ୍ର ପ୍ରଧାନ

ସେ ଆହୁରି ମଧ୍ୟ କହିଛନ୍ତି, ୯ ବର୍ଷ ମଧ୍ୟରେ ଓଡ଼ିଶା ଗରିବ କଲ୍ୟାଣ ଯୋଜନାରେ ଚାଉଳ, ଆବାସରେ ଘର, ସ୍ୱଚ୍ଛ ଭାରତ ଯୋଜନାରେ ପାଇଖାନା, ଉଜ୍ଜ୍ୱଳା ଗ୍ୟାସ, ମୁଦ୍ରା ଋଣ, ବାର୍ଦ୍ଧକ୍ୟ ଭତ୍ତା, ମହିଳା ସ୍ୱୟଂ ସହାୟକ ଗୋଷ୍ଠୀଙ୍କୁ ସହାୟତା ପ୍ରଦାନ କରାଯାଇଛି । ସେହିପରି ଗ୍ରାମୀଣ କର୍ମନିଯୁକ୍ତି ଯୋଜନା ମାଧ୍ୟମରେ ଢେଙ୍କାନାଳ ଜିଲ୍ଲାର ୨ଲକ୍ଷ ୭୦ ହଜାର ୮୭୬ ଟି ପରିବାରକୁ ସର୍ବମୋଟ ୩ଲକ୍ଷ ୨୫ ହଜାର ୪୬୬ କୋଟି ଟଙ୍କା ଦେଇଛନ୍ତି । ପରିବାର ପିଛା ୩ଲକ୍ଷ ୭୦ହଜାର ଟଙ୍କା ଖର୍ଚ୍ଚ କରାଯାଇଛି । ଖଣି ନୀତିରେ ସଂସ୍କାର କାରଣରୁ ଓଡ଼ିଶା ୨୦୨୨-୨୩ରେ ପ୍ରାୟ ୫୦ ହଜାର କୋଟି ଟଙ୍କା ପାଇଛି । ପୂର୍ବ ସରକାରରେ ଓଡ଼ିଶା ମାତ୍ର ୫ ହଜାର ରାଜସ୍ୱ ପାଉଥିଲା । ସେହିପରି ଓଡ଼ିଶାକୁ ୨୦୨୨-୨୩ରେ ୪୯ ହଜାର ୪୪୨ କୋଟି ଟଙ୍କା ମିଳିଛି । ଓଡ଼ିଶାରେ ୨୦୨୩ ଜାନୁଆରୀ ସୁଦ୍ଧା ୨୧ ହଜାର ୩୭୪ କୋଟି ଡିଏମଏଫ ଟଙ୍କା ଆଦାୟ ହୋଇଛି । ମୋଦି ସରକାରରେ ଗଠିତ ଡିଏମଏଫ ପାଣ୍ଠିରେ ଏହି ଅଞ୍ଚଳରେ ଅଙ୍ଗନବାଡ଼ି ଓ ବିଦ୍ୟାଳୟ ସମେତ ଜନକଲ୍ୟାଣକାରୀ କାର୍ଯ୍ୟ କରାଯାଇଛି । ମୋଦି ସରକାରଙ୍କ ବିଭିନ୍ନ କଲ୍ୟାଣକାରୀ ଓ ଉନ୍ନୟନ ଯୋଜନାରେ ଦିଲ୍ଲୀରୁ ଓଡ଼ିଶାକୁ କୋଟି କୋଟି ଟଙ୍କା ଆସିବା ପରେ ମଧ୍ୟ ଏଠାକାର ଶାସନତନ୍ତ୍ର ଭୁଶୁଡି ପଡିଛି ବୋଲି ମତବ୍ୟକ୍ତ କରିଛନ୍ତି କେନ୍ଦ୍ରମନ୍ତ୍ରୀ ।

ଇଟିଭି ଭାରତ, ଢେଙ୍କାନାଳ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.