ଧର୍ମ ପରିବର୍ତ୍ତନ ଏବଂ ଲବ-ଜିହାଦକୁ ବିରୋଧ, ହିନ୍ଦୁ ଧର୍ମ ରକ୍ଷକ ମୋର୍ଚ୍ଚାର ବିଶାଳ ସମାବେଶ

By

Published : Jan 30, 2023, 9:43 AM IST

Updated : Feb 3, 2023, 8:39 PM IST

thumbnail

ମୁମ୍ବାଇ: ଧର୍ମ ପରିବର୍ତ୍ତନ ଏବଂ ଲବ- ଜିହାଦ ଏକ ଗୁରୁତ୍ବ ପୂର୍ଣ୍ଣ ପ୍ରସଙ୍ଗ । ହିନ୍ଦୁ ଧର୍ମ ରକ୍ଷକ ମୋର୍ଚ୍ଚା ପକ୍ଷରୁ ଆରମ୍ଭ ହୋଇଛି ଏକ ବିଶାଳ ରାଲି । ଏହି ରାଲିରେ ଲବ- ଜିହାଦ ଏବଂ  ଧର୍ମ  ପରିବର୍ତ୍ତନ  ବିରୋଧରେ ମୁମ୍ବାଇରେ ଏକ ବିଶାଳ ସମାବେଶ ଦେଖିବାକୁ ମିଳିଥିଲା । ସାରା ଦେଶରେ ଧର୍ମ ପରିବର୍ତ୍ତନ ବିରୋଧରେ ସ୍ବର ଉତ୍ତଳନ କରିବାକୁ ହିନ୍ଦୁ ଧର୍ମ ରକ୍ଷକ ମୋର୍ଚ୍ଚା ପକ୍ଷରୁ ଆହ୍ବାନ କରାଯାଇଛି । ସମଗ୍ର ଦେଶରେ ଲବ-ଜିହାଦ ଏବଂ ଧର୍ମ ରୂପାନ୍ତର ବିରୋଧୀ ଆଇନ ଲାଗୁ କରିବାକୁ ଦାବି କରିଛି ହିନ୍ଦୁ ଧର୍ମ ରକ୍ଷକ ମୋର୍ଚ୍ଚା ।  

ଏହି ପଦଯାତ୍ରା ଦାଦରର ଶିବାଜୀ ପାର୍କରୁ ପାରାଲର କାମଗର ମଇଦାନ ପର୍ଯ୍ୟନ୍ତ ଅନୁଷ୍ଠିତ ହୋଇଥିଲା । ଏହି ପଦଯାତ୍ରା ହିନ୍ଦୁ ସମ୍ପ୍ରଦାୟ ଦ୍ୱାରା ଆୟୋଜିତ ହୋଇଛି । ହିନ୍ଦୁ ସମ୍ପ୍ରଦାୟର ହଜାରହଜାର କର୍ମକର୍ତ୍ତା ଏହି ପଦଯାତ୍ରାରେ ଯୋଗ ଦେଇଥିଲେ । ସେମାନଙ୍କର ମୁଖ୍ୟ ଦାବି ହେଉଛି ଯଥାଶୀଘ୍ର ଲବ-ଜିହାଦ ଏବଂ ଧର୍ମ  ପରିବର୍ତ୍ତନ ନକରିବା ନେଇ ଏକ ଆଇନ ରହିବା ଉଚିତ । 

ହିନ୍ଦୁ ଧର୍ମ ରକ୍ଷକ ମୋର୍ଚ୍ଚାରେ ଆରଏସଏସ, ବଜରଙ୍ଗ ଦଳ ଏବଂ ବିଶ୍ୱ ହିନ୍ଦୁ ପରିଷଦ ଭଳି ହିନ୍ଦୁବାଦୀ ନେତା ତଥା କର୍ମୀମାନେ ଏହି ରାଲିରେ ପଦଯାତ୍ରା କରିଥିଲେ ।ଏହି ରାଲିରେ ଭାରତୀୟ ଜନତା ପାର୍ଟିର ଅନେକ ନେତା ଏବଂ ବିଧାୟକ ଏଥିରେ ସାମିଲ ହୋଇଥିଲେ । ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେଙ୍କ ଶିବସେନା ଦଳର ନେତାଏ ମଧ୍ୟ ଏଥିରେ ଅଂଶଗ୍ରହଣ କରିଥିଲେ । କୌଣସି ଅଘଟଣକୁ ରୋକିବା ପାଇଁ  ପଦଯାତ୍ରା ମାର୍ଗରେ ପୋଲିସ କର୍ମଚାରୀ ନିୟୋଜିତ ହୋଇଥିଲେ । ତେବେ ପୂର୍ବରୁ ଧର୍ମ ପରିବର୍ତ୍ତନକୁ ନିୟନ୍ତ୍ରଣ କରିବା ପାଇଁ କଡା ପଦକ୍ଷେପ ନେବାକୁ କେନ୍ଦ୍ର ତଥା ରାଜ୍ୟ ସରକାରଙ୍କୁ ସର୍ବୋଚ୍ଚ କୋର୍ଟ ନିର୍ଦ୍ଦେଶ ଦେଇଥିଲେ । ଭୟଭୀତ କରାଇ, ଧମକ ଦେଇ, ପ୍ରତାରଣାକାରୀ, କିମ୍ବା ଉପହାର ଏବଂ ଆର୍ଥିକ ଲାଭ ମାଧ୍ୟମରେ ଧର୍ମ ପରିବର୍ତ୍ତନ କରାଇବା ଅତ୍ୟନ୍ତ ଚିନ୍ତାଜନକ ବିଷୟ ହୋଇଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : Feb 3, 2023, 8:39 PM IST

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.