ବାବାଙ୍କ ଦର୍ଶନ ପାଇଁ ଯାଉଥିଲେ, ଘୁରି ଘୁରି ଖସିପଡିଲା ହେଲିକପ୍ଟର, ତା' ପରେ... - Helicopter Emergency Landing

By ETV Bharat Odisha Team

Published : May 24, 2024, 1:16 PM IST

Updated : May 24, 2024, 2:20 PM IST

thumbnail
Helicopter Emergency Landing (ETV Bharat Odisha)

Helicopter Emergency Landing ଡେରାଡୁନ: ବାବାଙ୍କ ଦର୍ଶନ କରିବା ପାଇଁ ହେଲିକପ୍ଟରେ ଯାଉଥିଲେ ଶ୍ରଦ୍ଧାଳୁ। ହେଲେ ମଝି ଆକାଶରେ ଖରାପ ହୋଇଗଲା ବିମାନର ରୁଡର । ଫଳରେ କେଦାରନାଥରେ ଜରୁରୀ ଅବତରଣ କଲା ହେଲିକପ୍ଟର । ତେବେ ସବୁଠାରୁ ବଡ କଥା ହେଉଛି ଜରୁରୀ ଅବତରଣ ସ୍ଥଳରେ ଏକ ଡ୍ରେନ ରହିଥିଲେ ହେଁ ପାଇଲଟ ଜଣକ ଧୌର୍ଯ୍ୟହରା ନହୋଇ ଉପସ୍ଥିତ ବୁଦ୍ଧି ଖଟାଇ ଏକ ବଡ ଦୁର୍ଘଟଣାକୁ ଏଡାଇ ଦେଇଛନ୍ତି । ତେବେ ହେଲିକପ୍ଟରରେ ରହିଥିବା ସମସ୍ତ ଯାତ୍ରୀ ଏବଂ କ୍ରୁ ମେମ୍ବର ସୁରକ୍ଷିତ ରହିଥିବା ଜଣାପଡିଛି । କହିରଖୁଛୁ କି, ବର୍ତ୍ତମାନ କେଦାର ଯାତ୍ରା ଜାରି ରହିଥିବା ବେଳେ ବାବାଙ୍କ ଦର୍ଶନ କରିବା ପାଇଁ  ହେଲିକପ୍ଟର ସେବା ମଧ୍ୟ ଜାରି ରହିଛି । କେଦାରନାଥ ଧାମର 100 ମିଟର ପୂର୍ବରୁ ପାହାଡ ଉପରେ କ୍ରିଷ୍ଟାଲ ଆଭିଏସନର ହେଲିକପ୍ଟରର ରୁଡର ଖରାପ ହୋଇଗଲା । ହେଲିକପ୍ଟରରେ 6ଜଣ ଯାତ୍ରୀ ରହିଥିବା ବେଳେ ପାଇଲଟ କଳ୍ପେଶ ବିମାନ ଅବତରଣ କରି ଯାତ୍ରୀଙ୍କ ଜୀବନ ରକ୍ଷା କରିଛନ୍ତି । 

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ 

Last Updated : May 24, 2024, 2:20 PM IST

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.