ETV Bharat / sports

IWF ୱାର୍ଲଡ ୟୁଥ ୱେଟଲିପ୍ଟିଂ ଚମ୍ପିଆନସିପରେ ଓଡିଶା ଝିଅଙ୍କ କମାଲ, ସ୍ୱର୍ଣ୍ଣ ପଦକ ସହ ବିଶ୍ୱ ରେକର୍ଡ - IWF world youth championships 2024

author img

By ETV Bharat Odisha Team

Published : May 24, 2024, 4:56 PM IST

IWF world youth championships 2024: ଭାରତ ପାଇଁ ଗର୍ବ ଆଣିଲେ ଓଡିଶା ଖେଳାଳି । ପେରୁର ଲିମା ଠାରେ ଅନୁଷ୍ଠିତ IWF ୱାର୍ଲଡ ୟୁଥ ୱେଟଲିପ୍ଟିଂ ଚମ୍ପିଆନସିପରେ ଓଡିଶା ଝିଅଙ୍କ କମାଲ । ସ୍ୱର୍ଣ୍ଣ ପଦକ ସହ ବିଶ୍ୱ ରେକର୍ଡ଼ ସୃଷ୍ଠି କଲେ ପ୍ରୀତିସ୍ମିତା ଭୋଇ । ଅଧିକ ପଢନ୍ତୁ

ୱାର୍ଲଡ ୟୁଥ ୱେଟଲିପ୍ଟିଂ ଚମ୍ପିଆନସିପ
ୱାର୍ଲଡ ୟୁଥ ୱେଟଲିପ୍ଟିଂ ଚମ୍ପିଆନସିପ (Etv Bharat)

ଭୁବନେଶ୍ୱର: ଭାରତ ପାଇଁ ଗର୍ବ ଆଣିଲେ ଓଡ଼ିଶା ଖେଳାଳି । ପେରୁର ଲିମା ଠାରେ ଅନୁଷ୍ଠିତ IWF ୱାର୍ଲଡ ୟୁଥ ୱେଟ ଲିପ୍ଟିଂ ଚମ୍ପିଆନସିପରେ ଓଡ଼ିଆ ଝିଅ କମାଲ କରିଛନ୍ତି । ଓଡ଼ିଆ ଝିଅ ପ୍ରୀତିସ୍ମିତା ଭୋଇ ମହିଳା 40 କିଲୋଗ୍ରାମ ୱେଟ ଲିଫ୍ଟଟିଙ୍ଗ ବର୍ଗରେ ପ୍ରତିଦ୍ୱନ୍ଦ୍ୱିତା କରି ନୂଆ ବିଶ୍ୱ ରେକର୍ଡ ସୃଷ୍ଟି କରିବା ସହ ସ୍ଵର୍ଣ୍ଣ ପଦକ ହାସଲ କରିଥିବା ବେଳେ ଜୋସ୍ନା ଶବର ରୌପ୍ୟ ପଦକ ପାଇଛନ୍ତି ।

40 କିଲୋଗ୍ରାମ ବର୍ଗରେ ପ୍ରତିଦ୍ୱନ୍ଦ୍ୱିତା କରି 16 ବର୍ଷୀୟା ପ୍ରୀତିସ୍ମିତା ଭୋଇ ମୋଟ 133 କେଜି ( ସ୍ନାଚରେ 57 କେଜି + 76 କେଜି)ର ପ୍ରୟାସ କରି ସେ ପ୍ରଥମ ସ୍ଥାନରେ ରହିବା ସହ ସ୍ୱର୍ଣ୍ଣ ପଦକ ହାସଲ କରିଥିଲେ । ଏଥିସହ ବିଶ୍ୱ ରେକର୍ଡ ମଧ୍ୟ କରିଛନ୍ତି । ପୂର୍ବରୁ ଏହି ଓଜନ ବର୍ଗରେ ବିଶ୍ୱ ରେକର୍ଡ ୭୫ କିଲୋ ରହିଥିଲା । ଜ୍ୟୋସ୍ନା ଶାବର ମଧ୍ୟ 125 କେଜି (56 କେଜି + 69 କେଜି) ପ୍ରଦର୍ଶନ କରି ରୋପ୍ୟ ପଦକ ସହିତ ଶେଷ କରିଥିଲେ ।

IWF world youth championships
IWF world youth championships (ETV Bharat Odisha)
ଉଭୟ ଖେଳାଳି କଳିଙ୍ଗ ଷ୍ଟାଡିୟମରେ ଥିବା ଓଡିଶା ୱେଟଲିପ୍ଟିଂ ହାଇ ପରଫରମାନ୍ସ କେନ୍ଦ୍ରରେ ଉଭୟ ନିଜ ଦକ୍ଷତା ପ୍ରଦର୍ଶନ କରିଥିଲେ । ଢେଙ୍କାନାଳ ଜିଲ୍ଲାରେ ଥିବା ସବ ସେଣ୍ଟରରେ ପ୍ରୀତିସ୍ମିତା ତାଲିମ ନେଇଥିଲେ ଏବଂ ଭୁବନେଶ୍ବର ୱେଟଲିପ୍ଟିଂ ତାଲିମ୍ କେନ୍ଦ୍ରରେ ଜ୍ୟୋସ୍ନା ପ୍ରଶିକ୍ଷଣ ନେଇଥିଲେ ।

ଏହାମଧ୍ୟ ପଢନ୍ତୁ.. ଶାହଙ୍କ ଖୁଲାସା, ଟିମ୍ ଇଣ୍ଡିଆ ହେଡ୍ କୋଚ ହେବେନି ଅଷ୍ଟ୍ରେଲିଆ ଖେଳାଳି - BCCI

ଉଲ୍ଲେଖଯୋଗ୍ୟ, ରାଜ୍ୟରେ 40ରୁ ଅଧିକ ତୃଣମୂଳ ସ୍ତରର ଭାରୋତ୍ତୋଳନ କେନ୍ଦ୍ରର ଏକ ନେଟୱାର୍କ ଦ୍ୱାରା HPC ସପ୍ଲିମେଣ୍ଟ ହୋଇଛି । ଯାହା ବର୍ତ୍ତମାନ 500ରୁ ଅଧିକ ଆଥଲେଟଙ୍କୁ ପ୍ରଶିକ୍ଷଣ ଦେଉଛି । ଓଡିଶାରେ ଦକ୍ଷ ଭାରୋତ୍ତୋଳନକାରୀଙ୍କ ପ୍ରତିପୋଷଣ ତଥା ବିକାଶରେ ଏକ ପ୍ରମୁଖ ଭୂମିକା ଗ୍ରହଣ କରୁଛି |

ବାଳିକାମାନଙ୍କ ସଫଳତା ବିଷୟରେ ପୂର୍ବତନ ଅଲିମ୍ପିଆନ୍ ତଥା ଭାରୋତ୍ତୋଳନ ଏଚପିସିର ମୁଖ୍ୟ ପ୍ରଶିକ୍ଷକ କେ ରବି କୁମାର କହିଛନ୍ତି, "ଓଡିଶା ପାଇଁ ଏହା ଏକ ଐତିହାସିକ ଦିନ । ଆମେ ଆମର ଉଭୟ ଆଥଲେଟ୍ ପାଇଁ ବହୁତ ଗର୍ବିତ । ପ୍ରୀତିସ୍ମିତା ଗତ କିଛି ମାସ ମଧ୍ୟରେ ବହୁତ କଠିନ ତାଲିମ ନେଉଥିଲେ ଏବଂ ଜ୍ୟୋସ୍ନା ପାଦ ଅସ୍ତ୍ରୋପଚାରରୁ ଫେରି ଆସୁଛନ୍ତି । ଆମେ ଭାବୁଥିଲୁ ଆମେ ପଦକ ପାଇପାରିବା, କିନ୍ତୁ ଆମର ଖେଳାଳି ଏତେ ଭଲ କରିବେ ବୋଲି ଆମେ ଆଶା କରିନଥିଲୁ । ଏହି ସଫଳତା ଓଡିଶାରେ ଭାରୋତ୍ତୋଳନର ଦ୍ରୁତ ଅଭିବୃଦ୍ଧିର ପ୍ରମାଣ ।

ଇଟିଭି ଭାରତ, ଭୁବନେଶ୍ୱର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.