ସପତ୍ନୀକ ଆସି ଲିଙ୍ଗରାଜ ଦର୍ଶନ କଲେ ଆରବିଆଇ ଗଭର୍ଣ୍ଣର, କହିଲେ 'ଜୟ ଲିଙ୍ଗରାଜ' - Shaktikanta Das at Lingaraja

By ETV Bharat Odisha Team

Published : May 24, 2024, 12:21 PM IST

thumbnail
SHAKTIKANTA DAS AT LINGARAJA (ETV Bharat Odisha)

ଭୁବନେଶ୍ବର: ଲିଙ୍ଗରାଜ ମନ୍ଦିରରେ ଭାରତୀୟ ରିଜର୍ଭ ବ୍ୟାଙ୍କ ଗଭର୍ଣ୍ଣର ଶକ୍ତିକାନ୍ତ ଦାସ । ସପତ୍ନୀଙ୍କ ସହ ଆସି ପ୍ରଭୁ ଲିଙ୍ଗରାଜଙ୍କ ଦର୍ଶନ କରି ଆର୍ଶିବାଦ ନେଲେ ଗଭର୍ଣ୍ଣର ଶକ୍ତିକାନ୍ତ ଦାସ । ଆଜି ସକାଳେ କାର୍‌ରେ ଆସି ପ୍ରଥମେ ଲିଙ୍ଗରାଜ ମନ୍ଦିରରେ ପହଞ୍ଚିଥିଲେ । ଏହାପରେ ମନ୍ଦିର ପରିଚାଳନା କମିଟି ସଦସ୍ୟ ଓ ପ୍ରଶାସନ ପକ୍ଷରୁ ତାଙ୍କୁ ସ୍ବାଗତ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଥିଲା । ଶକ୍ତିକାନ୍ତ ଦାସ ନିଜ ସ୍ତ୍ରୀ ସହିତ ପ୍ରଭୁ ଲିଙ୍ଗରାଜଙ୍କ ଦର୍ଶନ କରି କିଛି ସମୟ ମନ୍ଦିରରେ ବିତାଇଥିଲେ । ଏହାପରେ ମନ୍ଦିର ବାହାରେ ପ୍ରଶାସନ ପକ୍ଷରୁ ତାଙ୍କୁ ଉତ୍ତରୀୟ ସହ ପ୍ରସାଦ ଦିଆଯାଇଥିଲା । ଏହାପରେ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ ଶକ୍ତିକାନ୍ତ ଦାସ କହିଛନ୍ତି, "ଅନେକ ବର୍ଷ ପରେ ପ୍ରଭୁ ଲିଙ୍ଗରାଜଙ୍କ ଦର୍ଶନ କରିବାର ସୁଯୋଗ ମିଳିଲା । ଆମେ ଭଲରେ ଦର୍ଶନ କଲୁ । ଜୟ ଲିଙ୍ଗରାଜ ।"

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.