କାଲି ତୃତୀୟ ପର୍ଯ୍ୟାୟ ଭୋଟ, ଇଭିଏମ ମେସିନ ଧରି ବୁଥ ଅଭିମୁଖେ ପୁଲିଂ ଅଫିସର - Lok Sabha Election 2024

By ETV Bharat Odisha Team

Published : May 24, 2024, 2:14 PM IST

thumbnail
କାଲି ତୃତୀୟ ପର୍ଯ୍ୟାୟ ଭୋଟ, ଇଭିଏମ ମେସିନ ଧରି ବୁଥ ଅଭିମୁଖେ ପୁଲିଂ ଅଫିସର (ETV Bharat Odisha)

Polling officers along with EVM machines head towards booths for voting; କଟକ: ଆସନ୍ତାକାଲି କଟକ ସମେତ ୬ଟି ଲୋକସଭା ନିର୍ବାଚନ ମଣ୍ଡଳୀରେ ହେବ ତୃତୀୟ ପର୍ଯ୍ୟାୟ ନିର୍ବାଚନ । ମୋଟ ୧୪୫୩ଟି ବୁଥରେ ଭୋଟଗ୍ରହଣ କରାଯିବ ।  ୧୩ ଲକ୍ଷ ୪୬ ହଜାର ୨୩୫ ଜଣ ଭୋଟର ନିଜର ମତସାବ୍ୟସ୍ତ କରିବେ । ରେଭେନ୍ସା ୨ୟ କ୍ୟାମ୍ପସରେ ବାରବାଟୀ-କଟକ, ଚୌଦ୍ଵାର କଟକ ଓ କଟକ ସଦର ଆସନ ପାଇଁ ଡିସପାର୍ସଲ ସେଣ୍ଟର କରାଯାଇଥିବାବେଳେ ଆଠଗଡ଼ରେ ଗୋପବନ୍ଧୁ ବିଜ୍ଞାନ ମହାବିଦ୍ୟାଳୟରେ ଥିବା ଷ୍ଟ୍ରଙ୍ଗରୁମ୍‌ରୁ ବଡମ୍ବା ଓ ଆଠଗଡ଼ ନିର୍ବାଚନମଣ୍ଡଳୀ ପାଇଁ ଏବଂ ବାଙ୍କୀ ସ୍ବୟଂ ଶାସିତ ମହାବିଦ୍ୟାଳୟରେ ଥିବା ଷ୍ଟ୍ରଙ୍ଗରୁମ୍‌ରୁ ବାଙ୍କୀ ନିର୍ବାଚନ ମଣ୍ଡଳୀ ପାଇଁ ଡିସପାର୍ସଲ କରାଯାଇଛି । ଆଜି ପୁଲିଂ ପାର୍ଟି ଇଭିଏମ୍ ମେସିନ ନେଇ ନିଜ ନିଜ ବୁଥକୁ ଯିବା ଆରମ୍ଭ କରିଛନ୍ତି । ସେପଟେ ଷ୍ଟ୍ରଙ୍ଗରୁମ୍‌ରୁ ବୁଥଗୁଡିକୁ ଇଭିଏମ୍ ପଠାଇବାଠାରୁ ଆରମ୍ଭ କରି ଭୋଟଦାନ ପର୍ଯ୍ୟନ୍ତ ସମସ୍ତ ବ୍ୟବସ୍ଥାକୁ ଶୃଙ୍ଖଳିତ କରାଯାଇଥିବା କହିଛନ୍ତି କଟକ ଜିଲ୍ଲାପାଳ । ଏଥର ସଖି ବୁଥର ବ୍ୟବସ୍ଥା କରଯାଇଛି । ସ୍ୱତନ୍ତ୍ର ପୋଲିସ ଫୋର୍ସର କଡ଼ନରେ ରେଭେନ୍ସା ଦ୍ୱିତୀୟ କ୍ୟାମ୍ପସରୁ ସବୁ ଅଫିସରମାନେ ବାରବାଟୀ, ଚୌଦ୍ୱାର ଓ ସଦର ନିର୍ବାଚନ ମଣ୍ଡଳୀର ନିଜ ନିଜର ବୁଥ ଅଭିମୁଖେ ବାହାରି ଯାଇଛନ୍ତି ।  ଗଣତନ୍ତ୍ରର ଏହି ମହାନ ପର୍ବରେ ମୁକ୍ତ, ସ୍ବଚ୍ଛ ନିର୍ବାଚନ ପରିଚାଳନା ପାଇଁ ଲକ୍ଷ୍ୟ ରଖିଥିବା କହିଛନ୍ତି ସମସ୍ତ ପୁଲିଂ ଓ ପ୍ରିଜାଇଡିଂ ଅଫିସର ।



ଇଟିଭି ଭାରତ, କଟକ

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.