ETV Bharat / entertainment

୧୭ ବର୍ଷ ପରେ କାନ୍ସରେ ପ୍ରୀତି ଜିଣ୍ଟାଙ୍କ ଜଲୱା, ଅଦିତି ରାଓ ବି ଲଗାଇଲେ ଗ୍ଲାମର ତଡକା - Cannes 2024

author img

By ETV Bharat Odisha Team

Published : May 24, 2024, 3:56 PM IST

Updated : May 24, 2024, 5:05 PM IST

Cannes Film Festival 2024: ବର୍ତ୍ତମାନ କାନ୍ସ ଫିଭର ଜାରି ରହିଛି । ୧୭ ବର୍ଷ ପରେ କାନ୍ସ ଫିଲ୍ମ ଫେଷ୍ଟିଭାଲରେ ପ୍ରୀତି ଜିଣ୍ଟା ପ୍ରତ୍ୟାବର୍ତ୍ତନ କରିଛନ୍ତି । ସେପଟେ ଅଦିତି ରାଓ ହାଇଦରୀ ମଧ୍ୟ ନିଜ ଜଲୱା ଦେଖାଇଛନ୍ତି । ଅଭିନେତ୍ରୀଙ୍କ ସୁନ୍ଦର ଲୁକର ଫଟୋ ଏବଂ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି ।

କାନ୍ସ ୨୦୨୪; ୧୭ ବର୍ଷ ପରେ ଜଲୱା ଦେଖାଇଲେ ପ୍ରୀତି ଜିଣ୍ଟା, ଅଦିତି ରାୟ ବି ଲଗାଇଲେ ଗ୍ଲାମର ତଡକା
କାନ୍ସ ୨୦୨୪; ୧୭ ବର୍ଷ ପରେ ଜଲୱା ଦେଖାଇଲେ ପ୍ରୀତି ଜିଣ୍ଟା, ଅଦିତି ରାୟ ବି ଲଗାଇଲେ ଗ୍ଲାମର ତଡକା (ETV Bharat Odisha)

ହାଇଦ୍ରାବାଦ: କାଲି ସରୁଛି ଚଳିତ ବର୍ଷର ୭୭ତମ କାନ୍ସ ଫିଲ୍ମ ଫେଷ୍ଟିଭାଲ । ଏହି ଇଭେଣ୍ଟ ମେ ୧୪ ରୁ ଆରମ୍ଭ ହୋଇଥିବା ବେଳେ ମେ ୨୫ ଯାଏଁ ଜାରି ରହିବ । ଏହି ସମୟରେ ଏହି ଅନ୍ତରାଷ୍ଟ୍ରୀୟ ଫିଲ୍ମ ମହୋତ୍ସବରେ ଚମକୁଛି ଭାରତ । ଅନେକ ଭାରତୀୟ ଫିଲ୍ମ ପ୍ରିମିୟର ସହ ଅନେକ ଫିଲ୍ମ ପୁରସ୍କୃତ ହୋଇଛି । ଏଥିସହ ଅନେକ ବଲିଉଡର ଲୋକପ୍ରିୟ ଅଭିନେତ୍ରୀ ନିଜର ଜଲୱା ଦେଖାଇଛନ୍ତି । ପ୍ରଥମେ ଐଶ୍ୱର୍ଯ୍ୟା ରାୟ, ଉର୍ବଶୀ ରୌତେଲା ନିଜ ଗ୍ଲାମରସ ଲୁକରେ ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ । ବର୍ତ୍ତମାନ ୧୭ ବର୍ଷ ପରେ କାନ୍ସ ଫିଲ୍ମ ଫେଷ୍ଟିଭାଲରେ ସାମିଲ ହୋଇ ପ୍ରୀତି ଜିଣ୍ଟା ଚାର ଚାନ୍ଦ ଲଗାଇଛନ୍ତି । ସେପଟେ ଅଦିତି ରାଓ ହାଇଦରୀ ମଧ୍ୟ ନିଜ ଜଲୱା ଦେଖାଇଛନ୍ତି । ଯାହାର ଫଟୋ ଏବଂ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି ।

କାନ୍ସରୁ ପ୍ରୀତି ଜିଣ୍ଟାଙ୍କ ଏକ ଭିଡିଓ ସାମ୍ନାକୁ ଆସିଛି, ଯେଉଁଥିରେ ସେ ଏକ ହ୍ୱାଇଟ ଗାଉନରେ ବହୁତ ସୁନ୍ଦର ଦେଖାଯାଉଛନ୍ତି । ପ୍ରୀତି କାନ୍ସ ଫିଲ୍ମ ଫେଷ୍ଟିଭାଲର ରେଡ କାର୍ପେଟରେ ନିଜର ଜଲୱା ଦେଖାଇବା ପୂର୍ବରୁ ଫ୍ରାନ୍ସର ନଦୀ ପାର୍ଶ୍ୱରେ ଫଟୋସୁଟ କରୁଥିବା ଦେଖିବାକୁ ମିଳିଛି । ଯାହାକୁ ସୋସିଆଲ ମିଡିଆରେ ତାଙ୍କ ଫ୍ୟାନ୍ କ୍ଲବ ପକ୍ଷରୁ ସେୟାର କରାଯାଇଛି । ସୂଚନା ଥାଉ କି, କାନ୍ସ ଚଳଚ୍ଚିତ୍ର ମହୋତ୍ସବରେ ପ୍ରୀତି ଜିଣ୍ଟା ଭାରତୀୟ ସିନେମାଟୋଗ୍ରାଫର ସନ୍ତୋଷ ଶିବନଙ୍କୁ ପିଆର ଆଞ୍ଜେନିଅକ୍ସ ପୁରସ୍କାର ପ୍ରଦାନ କରିବେ। ଶିବନ, ଯିଏ ପ୍ରୀତି ଜିଣ୍ଟାଙ୍କ ଡେବ୍ୟୁ ଫିଲ୍ମ 'ଦିଲ ସେ'ର ସିନେମାଟୋଗ୍ରାଫର ଥିଲେ । ବର୍ତ୍ତମାନ, ସେ ପ୍ରୀତି ଜିଣ୍ଟାଙ୍କ କମବ୍ୟାକ ଚଳଚ୍ଚିତ୍ର ଲାହୋର 1947ରେ ବି ସିନେମାଟୋଗ୍ରାଫର ଭାବରେ କାର୍ଯ୍ୟ କରିବେ ।

ପ୍ରୀତି ଜିଣ୍ଟାଙ୍କ ଏହା ପ୍ରଥମ କାନ୍ସ ଯାତ୍ରା ନୁହେଁ । ୨୦୦୬ରେ, ପ୍ରୀତି ପ୍ୟାରିସ୍, ଜେ ତାଇମେ ଏବଂ ଦ ୱିଣ୍ଡ ଦେଟ ଶେକ୍ ବାର୍ଲିର ପ୍ରିମିୟମରେ ଯୋଗ ଦେଇ କାନ୍ସ ଡେବ୍ୟୁ କରିଥିଲେ । ସେ ୨୦୧୩ ରେ ହାଇ-ଏଣ୍ଡ ୱାଚ୍ କମ୍ପାନୀ ଚୋପାର୍ଡର ବ୍ରାଣ୍ଡ ଆମ୍ବାସାଡର ଭାବରେ ଏହି ଉତ୍ସବକୁ ପେରିଥିଲେ । ଏବେ ପୁଣି ସେ ୧୭ ବର୍ଷ ପରେ କାନ୍ସକୁ ଫେରିଛନ୍ତି । ବର୍ତ୍ତମାନ ତାଙ୍କ ଲୁକକୁ ଫ୍ୟାନ୍ସ ବେଶ ପସନ୍ଦ କରିଛନ୍ତି ।

ସେହିପରି କାନ୍ସରେ ଆଦିତ୍ୟ ରାଓ ହାଇଦରୀ ମଧ୍ୟ ନଜର ଆସିଛନ୍ତି । ଅଭିନେତ୍ରୀ ବ୍ଲାକ ଆଣ୍ଡ ହ୍ୱାଇଟ ରଙ୍ଗର ଗାଉନରେ ଷ୍ଟାଇଲିସ ଲୁକରେ ନଜର ଆସିଛନ୍ତି । ଆଦିତି ଫିଲ୍ମ ଫେଷ୍ଟିଭାଲରେ L'Oreal ପ୍ୟାରିସ୍ ଆମ୍ୱାସାଡର ଭାବରେ ସାମିଲ ହୋଇଛନ୍ତି । ଏହି ସମୟରେ କାନ୍ସ ଫିଲ୍ମ ଫେଷ୍ଟିଭାଲରୁ ଆଦିତ୍ୟ ରାଓ ହାଇଡାରୀଙ୍କ 'ଗଜଗାମିନୀ ଚାଲ'ର ଏକ ଭିଡିଓ ମଧ୍ୟ ଭାଇରାଲ ହେବାରେ ଲାଗିଛି। ସୋସିଆଲ ମିଡିଆରେ 'ହିରାମଣ୍ଡି'ର ଗଜଗାମିନୀ ଷ୍ଟେପ କରୁଥିବା ନଜର ଆସିଥିଲେ । ଏହା ଲୋକଙ୍କ ମନ ଜିତିଥିବା ବେଳେ ଅଦିତି କାନ୍ସରେ ନିଜ ଲୁକ ସହ ଫ୍ୟାନ୍ସଙ୍କ ମନ ଜିତିଛନ୍ତି ।

ଏହା ମଧ୍ୟ ପଢନ୍ତୁ: ବଲିଉଡରେ ପ୍ରୀତି ଜିଣ୍ଟାଙ୍କ କମବ୍ୟାକ୍, 'ଲାହୋର ୧୯୪୭'ର ସୁଟିଂ କଲେ ଆରମ୍ଭ

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : May 24, 2024, 5:05 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.