ବୌଦ୍ଧରେ ଚନ୍ଦନ ଯାତ୍ରା ଅନୁଷ୍ଠିତ, ମହାନଦୀରେ ଚାପ ଖେଳିଲେ ଜଗନ୍ନାଥ - chandan yatra

By ETV Bharat Odisha Team

Published : May 24, 2024, 10:24 AM IST

thumbnail
CHANDAN YATRA (ETV BHARAT ODISHA)

ବୌଦ୍ଧ: ପବିତ୍ର ବୈଶାଖ ପୂର୍ଣ୍ଣିମା ଅବସରରେ ବୌଦ୍ଧ ଜିଲ୍ଲାରେ ଚନ୍ଦନ ଯାତ୍ରା ଅନୁଷ୍ଠିତ ହୋଇଛି । ବଡ଼ ଠାକୁରଙ୍କ ବିଦେ ପ୍ରତିମାକୁ ସ୍ବତନ୍ତ୍ର ବିମାନ ଯୋଗେ ନଗର ପରିକ୍ରମା ପରେ ମହାନଦୀର ନୀଳ ଜଳରାଶି ମଧ୍ୟରେ ଚାପଖେଳ ଅନୁଷ୍ଠିତ ହୋଇଥିଲା । ବୌଦ୍ଧ ଠାରେ ପ୍ରଭୁ ଶ୍ରୀଜଗନ୍ନାଥଙ୍କ ବିଜେ ପ୍ରତିମା ସହିତ ହରିଗୁଡି, ମଦନମୋହନ ଠାକୁରଙ୍କ ବିଜେ ପ୍ରତିମାକୁ ଶ୍ରଦ୍ଧାଳୁମାନେ ସ୍ବତନ୍ତ୍ର ବିମାନରେ ନଗର ପରିକ୍ରମା କରିଥିଲେ । ଶେଷରେ ବିଳମ୍ବିତ ସଂଧ୍ୟାରେ ବିଜେ ପ୍ରତିମା ଗୁଡ଼ିକୁ ଶ୍ରଦ୍ଧାଳୁମାନେ ମହାନଦୀରେ ଚାପ ଖେଳାଇ ଥିଲେ ।  ଜହ୍ନର ଆଲୋକର ଠାକୁରଙ୍କ ଚାପଖେଳ ବେଶ ଆକର୍ଷଣୀୟ ତଥା ମନୋମୁଗ୍ଧକର ଥିଲା । ପ୍ରତିବର୍ଷ ବୌଦ୍ଧ ସହର ତଥା ପରଗଳପୁର ଠାରେ ଚନ୍ଦନ ଯାତ୍ରା ଅନୁଷ୍ଠିତ ହୋଇଆସୁଛି ।  

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.