ETV Bharat / state

ତୃତୀୟ ପର୍ଯ୍ୟାୟରେ ୨୦% ବୁଥ ସମ୍ବେଦନଶୀଳ, ଜଗିବେ ୩୫ ହଜାର ପୋଲିସ କର୍ମଚାରୀ - Third Phase polling in Odisha

author img

By ETV Bharat Odisha Team

Published : May 24, 2024, 5:09 PM IST

Third Phase polling in Odisha: ରାଜ୍ୟରେ ଶନିବାର ତୃତୀୟ ପର୍ଯ୍ୟାୟ ମତଦାନ । ଶାନ୍ତି ଶୃଙ୍ଖଳା ବଜାୟ ରଖିବା ଲାଗି ଜଗିବେ 35 ହଜାର ପୋଲିସ କର୍ମଚାରୀ । ଅଧିକ ପଢନ୍ତୁ

Third Phase polling in Odisha
Third Phase polling in Odisha (ETV Bharat Odisha)

ଭୁବନେଶ୍ବର: ରାତି ପାହିଲେ ରାଜ୍ୟରେ ତୃତୀୟ ପର୍ଯ୍ୟାୟ ଓ ଦେଶରେ ଷଷ୍ଠ ପର୍ଯ୍ୟାୟ ମତଦାନ । 6ଟି ଲୋକସଭା ଓ ଏହା ଅନ୍ତର୍ଗତ 42ଟି ବିଧାନସଭା ଆସନରେ ପଡ଼ିବ ଭୋଟ୍‌ । ଏହି ପର୍ଯ୍ୟାୟରେ ରାଜ୍ୟରେ 20 ପ୍ରତିଶତ ବୁଥ ସମ୍ବେଦନଶୀଳ ରହିଛି । କୌଣସି ସମ୍ଭବତଃ ବିଶୃଙ୍ଖଳା ପରିସ୍ଥିତିକୁ ଏଡ଼ାଇବା ଲାଗି ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି । ବୁଥ ଉପରେ ତୀକ୍ଷ୍ଣ ନଜର ରଖିବା ଲାଗି ପ୍ରାୟ 35 ହଜାର ପୋଲିସ କର୍ମଚାରୀ ନିୟୋଜିତ ହେବା ନେଇ ସୂଚନା ଦେଇଛନ୍ତି ପୋଲିସ ମହାନିର୍ଦ୍ଦେଶକ ଅରୁଣ କୁମାର ଷଡ଼ଙ୍ଗୀ ।

ତୃତୀୟ ପର୍ଯ୍ୟାୟରେ ୨୦% ବୁଥ ସମ୍ବେଦନଶୀଳ, ଜଗିବେ ୩୫ହଜାର ପୋଲିସ କର୍ମଚାରୀ (ETV Bharat Odisha)

ମତଦାନ ହେଉଥିବା ଜିଲ୍ଲା ଗୁଡ଼ିକରେ 12ଟି ପୋଲିସ ଟିମ ନିୟୋଜିତ ହେବେ । ଆସନ୍ତାକାଲି ୧୦୫୫୧ଟି ବୁଥର ୭୬୪୬ ସ୍ଥାନରେ ଭୋଟ ଗ୍ରହଣ ହେବ । ଏନେଇ 'ଇଟିଭି ଭାରତ'କୁ ସୂଚନା ଦେଇ ଡିଜିପି ଅରୁଣ କୁମାର ଷଡ଼ଙ୍ଗୀ କହିଛନ୍ତି, "କୌଣସି ବୁଥରେ ବିଶୃଙ୍ଖଳା ପରିସ୍ଥିତି ଉପୁଜିଲେ, ସ୍ଥିତିକୁ ଦୃଷ୍ଟିରେ ରଖି ସେଠାକୁ ଅଧିକ ସୁରକ୍ଷା ଦିଆଯିବ । ଏନେଇ ୫ଜଣ ଯୁବ ଆଇପିଏସଙ୍କୁ ସ୍ବତନ୍ତ୍ର ଭାବେ ସମ୍ବଲପୁର, ଖୋର୍ଦ୍ଧା, କେନ୍ଦୁଝର, କଟକ ଦାୟିତ୍ବ ଦିଆଯାଇଛି । ଏନେଇ ୩୫ ହଜାର ପୋଲିସ କର୍ମଚାରୀ ଦାୟିତ୍ବରେ ରହିବେ । ୧୨୧ କମ୍ପାନୀ ସିଏପିଏଫ ଫୋର୍ସ ସହ ରାଜ୍ୟ ଆର୍ମଡ ପୋଲିସର ୧୦୬ ପ୍ଲାଟୁନ ମଧ୍ୟ ମୁତୟନ ରହିବେ ।"

ଏହା ବି ପଢନ୍ତୁ- ଆସନ୍ତାକାଲି ରାଜ୍ୟରେ ତୃତୀୟ ପର୍ଯ୍ୟାୟ ଭୋଟ୍, ୪୪୭ ପ୍ରାର୍ଥୀଙ୍କ ଭାଗ୍ୟ ପରୀକ୍ଷା

ଡିଜିପି ଆହୁରି କହିଛନ୍ତି ଯେ ୧୯୮୦୦ ସିଭିଲ ପୋଲିସ ଫୋର୍ସ ଯଥା ୪୩ ଜଣ ଅତିରିକ୍ତ ରାଙ୍କର ଅଫିସର ସହ ୯୫ଜଣ ଡିଏସପି, ୨୩୫ ଇନ୍ସପେକ୍ଟର, ୨୧୬୦ ଏସଆଇ ଓ ଏଏସଆଇ ସହ ହାବିଲଦାର ୧୦୨୧୨, ହୋମଗାର୍ଡ ୭୧୧୭ ଜଣ ମୁତୟନ ରହିବେ । ଏମଏଚଏରୁ ମଧ୍ୟ ୨୦ କମ୍ପାନୀ ଅଧିକା ଫୋର୍ସ ଆସିଛି । ବୁଥ ସ୍ତରରେ ପୋଲିସର ଅର୍ଦ୍ଧସାମରିକ ସୁରକ୍ଷା ବାହିନୀ ମଧ୍ୟ ନିୟୋଜିତ ରହିବେ‌ । ୧୦ରୁ ୧୨ ବୁଥକୁ ନେଇ ଗୋଟିଏ ଲେଖାଁଏ ମୋବାଇଲ ପାଟ୍ରୋଲିଂ ସହ ଗୋଟିଏ କିମ୍ବା 2ଟି ସେକ୍ଟର ଗୋଟିଏ‌ ପୋଲିସ ଷ୍ଟେସନ କଭର କରିବେ । ପ୍ରତି ନିର୍ବାଚନ ମଣ୍ଡଳୀରେ ଜଣେ ଅତିରିକ୍ତ ଡିସିପି ମନିଟର କରିବା ସହ ଡିଏସପି ରାଙ୍କର ଅଫିସର 2ଟି ଭାଗରେ ବିଭକ୍ତ କରି ଲ' ଆଣ୍ଡ ଅର୍ଡର ଦେଖିବେ‌ ।"

ସେହିପରି ୪୨ଜଣ ସୁପର ଭାଇଜର ଅଫିସର ତଥା ଅତିରିକ୍ତ ଏସପି ସହ ୮୪ଜଣ ଡିଏସପି ଲ' ଆଣ୍ଡ ଅର୍ଡର ଦେଖିବେ । ୨୩୧ ସେକ୍ଟର ଅଫିସର ସମ୍ବେଦନଶୀଳ ବୁଥକୁ ଅଧସେକ୍ସନ ବା ନଚେତ ଗୋଟେ ସେକ୍ସନ୍‌ ମୋବାଇଲ ପାର୍ଟି ମୁତୟନ କରାଯିବ । ୭୬୩ ମୋବାଇଲ ପାର୍ଟି ନିୟୋଜିତ ଅଛନ୍ତି । ୧୭ଟି ଇଣ୍ଟରଷ୍ଟେଟ ଚେକ୍ ପୋଷ୍ଟ ଉପରେ ନଜର‌ ରହିଛି । ୩୪୩ ଷ୍ଟାଟିକ ସର୍ଭିଲାନ୍ସ ଟିମ୍ ମଧ୍ୟ ପଇଁତରା ମାରିବେ । ୨୫ଟି ଲୋକେସନରେ ଇଭିଏମ ଷ୍ଟ୍ରଙ୍ଗ ରୁମ କରାଯାଇଛି । ଭୋଟ ଗ୍ରହଣ ପରେ ସିଏପିଏଫ ଓ ଏଏସପିର ସୁରକ୍ଷା ବଳୟରେ ଇଭିଏମ ରହିବ । ପ୍ରତ୍ୟେକ ପ୍ରାର୍ଥୀ ମଧ୍ୟ କିଛି କିଛି ସ୍ଥାନରେ ବୁଥର ଲିଷ୍ଟ ପଠାଉଛନ୍ତି । ସେଠି କିଛି ଆଶଙ୍କା କରୁଛନ୍ତି ‌। ସେନେଇ ଆଲୋଚନା କରି ପୋଲିସ ଅଧିକ ଦେବା ପାଇଁ ନିଷ୍ପତ୍ତି ହୋଇଛି । ଏନେଇ ଖୋର୍ଦ୍ଧା ଜିଲ୍ଲାରେ ସର୍ବାଧିକ ୧୧ ସିଏପିଏଫ କମ୍ପାନୀ ନିୟୋଜିତ‌ ରହିବେ ବୋଲି ଡିଜିପି ସୂଚନା ଦେଇଛନ୍ତି ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.