ETV Bharat / bharat

ମତଦାନ ସମ୍ପର୍କୀୟ ତଥ୍ୟ ପ୍ରକାଶନରେ ବିଳମ୍ବ, ସୁପ୍ରିମକୋର୍ଟଙ୍କ ରାୟ 'ହ୍ୟାଣ୍ଡସ ଅଫ୍' - SC On Disclosure Of Voter Turnout

author img

By Sumit Saxena

Published : May 24, 2024, 5:16 PM IST

SC On Disclosure Of Voter Turnout: ମତଦାନ ସମ୍ପର୍କୀୟ ତଥ୍ୟ ପ୍ରକାଶନରେ ବିଳମ୍ବ ବିବାଦ । ଶୁଣାଣି କରି 'ହ୍ୟାଣ୍ଡସ ଅଫ୍' କହିଲେ ସୁପ୍ରିମକୋର୍ଟ । ଜାଣନ୍ତୁ କାରଣ ।

Voter Turnout Issue
Voter Turnout Issue (ETV Bharat)

ନୂଆଦିଲ୍ଲୀ: ମତଦାନ ସମ୍ପର୍କୀୟ ତଥ୍ୟ ପ୍ରକାଶନରେ ବିଳମ୍ବ ବିବାଦ । ଆଜି (ଶୁକ୍ରବାର) ଏହି ମାମଲାର ଶୁଣାଣି କରିଛନ୍ତି ସୁପ୍ରିମକୋର୍ଟ । ପ୍ରଥମ ଦୁଇ ପର୍ଯ୍ୟାୟ ସମ୍ପର୍କୀୟ ତଥ୍ୟ ପ୍ରକାଶନରେ ହୋଇଥିବା ବିଳମ୍ବ ଅଭିଯୋଗରେ କୋର୍ଟ ରାୟ ପ୍ରକାଶ କରିଛନ୍ତି । ଏନେଇ ନିର୍ବାଚନ ଆୟୋଗ (ECI)କୁ ନିର୍ଦ୍ଦେଶ ଦେବାକୁ ମନା କରିଦେଇଛନ୍ତି ସୁପ୍ରିମକୋର୍ଟ । ଏହି ମାମଲାର ଶୁଣାଣି କରିଛନ୍ତି ଜଷ୍ଟିସ ଦିପଙ୍କର ଦତ୍ତ ଓ ସତୀଶ ଚନ୍ଦ୍ର ଶର୍ମାଙ୍କ ଖଣ୍ଡପୀଠ ।

ସୂଚନା ଅନୁସାରେ, ଆସୋସିସିଏସନ ଫର୍ ଡେମୋକ୍ରାଟିକ ରିଫର୍ମସ (ADR) ନାମକ ଏକ NGO ନିର୍ବାଚନ ଆୟୋଗଙ୍କ ଉପରେ ପ୍ରଶ୍ନ ଉଠାଇଥିଲା । ଲୋକସଭା ନିର୍ବାଚନରେ ହୋଇଥିବା ମତଦାନର ପ୍ରତିଶତ, କେତେ ସଂଖ୍ୟକ ଭୋଟର ନିଜର ମତ ସାବ୍ୟସ୍ତ କରିଛନ୍ତି ଆଦି ତମାମ ତଥ୍ୟ ମତଦାନର ୪୮ ଘଣ୍ଟା ଭିତରେ ପ୍ରଦାନ କରିବାକୁ ଆବେଦନରେ ଉଲ୍ଲେଖ କରାଯାଇଥିଲା । ଏନେଇ ନିର୍ବାଚନ କମିଶନଙ୍କୁ ନିର୍ଦ୍ଦେଶ ଦେବା ପାଇଁ ସୁପ୍ରିମକୋର୍ଟଙ୍କୁ ନିବେଦନ କରିଥିଲେ ଆବେଦନକାରୀ । ଯାହାର ଶୁଣାଣି କରି ନିର୍ବାଚନ କମିଶନଙ୍କ ସପକ୍ଷରେ ରାୟ ଶୁଣାଇଛନ୍ତି ସୁପ୍ରିମକୋର୍ଟ ।

ଖଣ୍ଡପୀଠ କହିଛନ୍ତି, "ନିର୍ବାଚନ ବେଳେ NGO ଦ୍ବାରା କରାଯାଇଥିବା ମଧ୍ୟବର୍ତ୍ତୀକାଳିନ ଆବେଦନ ୨୦୧୯ରେ କରାଯାଇଥିବା ଆବେଦନ ସଦୃଶ । ଦେଶରେ ନିର୍ବାଚନ ଜାରି ରହିଥିବାବେଳେ ଏହି ଆବେଦନରେ ଆମେ ହସ୍ତକ୍ଷେପ କରିପାରିବୁ ନାହିଁ । ହ୍ୟାଣ୍ଡସ ଅଫ୍ । " ବରିଷ୍ଠ ଆଇନଜୀବୀ ମଣିନ୍ଦର ସିଂ ECI ପକ୍ଷରୁ ଯୁକ୍ତି ବାଢିଥିଲେ । ତେବେ ECI ପକ୍ଷରୁ କୁହାଯାଇଛି ଯେ, ୧୭ C ରେକର୍ଡକୁ ତୁରନ୍ତ ସାର୍ବଜନୀନ କରାଯାଇପାରିବ ନାହିଁ । କାରଣ ଏହା ନିର୍ବାଚନ ପ୍ରକ୍ରିୟାକୁ ପ୍ରଭାବିତ କରିପାରେ । ୱେବସାଇଟରେ ତଥ୍ୟ ପ୍ରଘଟ ହେବା ଦ୍ବାରା ଜନତାଙ୍କ ମଧ୍ୟରେ ଅବିଶ୍ବାସ ସୃଷ୍ଟି ହୋଇପାରେ ।"

ଏହା ବି ପଢନ୍ତୁ...ନୋଟାକୁ ସର୍ବାଧିକ ଭୋଟ ମିଳିଲେ ପୁନଃ ନିର୍ବାଚନ ଦାବି, ଇସିକୁ ଜବାବ ମାଗିଲେ ସୁପ୍ରିମକୋର୍ଟ - Supreme Court On NOTA

କହିରଖୁଛୁ, ଫର୍ମ ୧୭C ହେଉଛି ସାରା ଦେଶରେ ହୋଇଥିବା ମତଦାନ କେନ୍ଦ୍ରର ଦସ୍ତାବିଜ । ଯେଉଁଥିରେ ଭିନ୍ନ ଭିନ୍ନ ତଥ୍ୟ ସାମିଲ ଥାଏ । ପ୍ରତ୍ୟେକ ମତଦାନ କେନ୍ଦ୍ରର ପଞ୍ଜିକୃତ ମତଦାତାଙ୍କ ସଂଖ୍ୟା, ଭୋଟ ଲିଷ୍ଟରୁ ବାଦ୍ ପଡ଼ିଥିବା ବ୍ୟକ୍ତିଙ୍କ ନାମ, ଇଭିଏମରେ ହୋଇଥିବା ଭୋଟିଂ ପରିମାଣ ଆଦି ରହିଥାଏ । ମତଦାନ ପରେ ହୋଇଥିବା ଭୋଟିଂର ଶେଷ ରେକର୍ଡ ଜାରି କରିବାରେ ବିଳମ୍ବ ପ୍ରସଙ୍ଗକୁ ନେଇ ପ୍ରଶ୍ନ ଉଠାଇଥିଲେ ବିରୋଧୀ । "ଏପ୍ରିଲ 30ରେ ECIର ପ୍ରେସ୍ ନୋଟରେ ଅସ୍ବାଭାବିକ ସଂଶୋଧନ (5%ରୁ ଅଧିକ) ସହିତ ଭୋଟରଙ୍କ ତଥ୍ୟ ପ୍ରକାଶନରେ ଅଯଥା ବିଳମ୍ବ ତଥ୍ୟର ସତ୍ୟତାକୁ ନେଇ ଲୋକଙ୍କ ମଧ୍ୟରେ ସନ୍ଦେହ ସୃଷ୍ଟି କରିଛି " ବୋଲି ଆବେଦନରେ ଉଲ୍ଲେଖ ରହିଥିଲା ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.